Connect with us

ଅପରାଧ

ଆଇନ୍‌ଜୀବୀଙ୍କ ସଂଗଠନରେ ବିଦ୍ରୋହ ଯୋଗୁଁ ନୂଆ ମୋଡ

ସାଙ୍କେତିକ ଚିତ୍ର

ଆଇନ୍‌ଜୀବୀଙ୍କ ସଂଗଠନରେ ବିଦ୍ରୋହ ଯୋଗୁଁ ନୂଆ ମୋଡ
➺ନିର୍ବାଚିତ ପଦବୀରୁ ଇସ୍ତଫା ଦେଲେ ବାର ଆସୋସିଏସନ୍‌ ଉପ-ସଭାପତି ବଂଶୀଧର ଶତପଥୀ
➺ସୋମବାର ଠାରୁ କାର୍ଯ୍ୟରେ ଯୋଗଦେବାକୁ ବିଜେଡି ଆଇନଜୀବୀ ସାମୁଖ୍ୟର ଘୋଷଣା

କଟକ:- କଟକ ସ୍ଥିତ ଦ୍ୱାରକା ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ହାଇକୋର୍ଟ ବାର ଆସୋସିଏସନ୍‌ର ଉପ-ସଭାପତି ବଂଶୀଧର ଶତପଥୀ ନିଜର ଇସ୍ତଫା ଘୋଷଣା କରିଛନ୍ତି ।ସଂପାଦକଙ୍କ ମନମୁଖୀ କାର୍ଯ୍ୟକ୍ରମକୁ ବିରୋଧ କରି ସେ ଆସୋସିଏସନ୍‌ର ଉପ-ସଭାପତି ପଦରୁ ଇସ୍ତଫା ଦେଇଥିବା କହିଛନ୍ତି, କାରଣ ସମ୍ପର୍କରେ ସୂଚନାଦେଇ କହିଛନ୍ତିଯେ , ଆସନ୍ତା ୩୧ ତାରିଖରେ ରାଜ୍ୟର ପ୍ରମୁଖ ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯିବା ସହିତ ନବୀନ ନିବାସ ଘେରାଉ କରିବା ପ୍ରସ୍ତାବ ଉପରେ ସେ ସହମତି ଦେଇ ନଥିଲେ ମଧ୍ୟ ରିଜୋଲୁସନରେ ହସ୍ତାକ୍ଷର କରିବାକୁ ପଡ଼ିଥିଲା । ଆସୋସିଏସନ୍‌ ସଂପାଦକ ମନମୁଖୀ ବିବୃତ୍ତି ଦେବାରୁ ଏହାକୁ ବିରୋଧ କରି ମୁଁ ମୋ ପଦରୁ ଇସ୍ତଫା ଦେଇଛି ବୋଲି ଶତପଥୀ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟଯେ , ବାର ଆସୋସିଏସନର ଶୁକ୍ରବାର ଦିନ ହୋଇଥିବା ବୈଠକର ନିଷ୍ପତ୍ତି ଅନୁସାରେ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତି ନେଇଥିଲା । ଅକ୍ଟୋବର ୩୦ରେ ଆସୋସିଏସ୍‌ର ପରବର୍ତ୍ତୀ ବୈଠକ ବସିବା ଏବଂ ଆସନ୍ତା ୩୧ ତାରିଖରେ ରାଜ୍ୟର ପ୍ରମୁଖ ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ସଂପାଦକ ସତ୍ୟବ୍ରତ ମହାନ୍ତି ପୂର୍ବରୁ ସୂଚନା ଦେଇଥିଲେ । କିନ୍ତୁ ତା’ ପୂର୍ବରୁ ବିଜେଡି ଆଇନଜୀବୀ ସାମୁଖ୍ୟ ସୋମବାର ଠାରୁ କାର୍ଯ୍ୟରେ ଯୋଗଦାନ ଦେବ ବୋଲି ଘୋଷଣା କରିଛି । ବିଜେଡି ଆଇନଜୀବୀ ସାମୁଖ୍ୟର ଅସିମ ଅମିତାଭ ଦାସ ଶନିବାର ଏହି ସୂଚନା ଦେଇଛନ୍ତି । ଏହି ଅବସରରେ ସାମୁଖ୍ୟର ଶତାଧିକ ଆଇନ୍‌ଜୀବୀ ଉପସ୍ଥିତ ଥିଲେ ।

ଆଗକୁ ଆଇନଜୀବୀ ଆନ୍ଦୋଳନ ପୁଣି ଏକ ନୂଆ ବିବାଦ ଆଡକୁ ଆଗଉଥିବାର ସନ୍ଦେହ କରାଯାଉଛି । ଅପରପକ୍ଷରେ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି କାରଣ ବାର ଆସୋସିଏସନ୍‌ର ଆନ୍ଦୋଳନ ଚାଲିଥିବାରୁ ହାଇକୋର୍ଟରେ କୌଣସି ମାମଲା ଦାୟର ହୋଇପାରୁ ନଥିଲା ଓ ମାମଲା ଗୁଡିକ ଢଙ୍ଗରେ ପରିଚାଳିତ ହଉନଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ