Connect with us

ବାଣିଜ୍ୟ

ଅର୍ଥ କମିଶନ ନିକଟରେ ପ୍ୟାକେଜ ଦେବାକୁ ଦାବି କଲେ ନବୀନ

ସାଙ୍କେତିକ

ଅର୍ଥ କମିଶନଙ୍କୁ ପାଂଚଟି ପରାମର୍ଶ ଦେବା ସହ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ୟାକେଜ ଦେବାକୁ ଦାବି କଲେ ନବୀନ
ଭୁୁବନେଶ୍ୱର,୯ା୧ : ଟ୍ୟାକ୍ସ ଡିଭଲ୍ୟୁସନ ମାମଲାରେ ରାଜ୍ୟ ମାନଙ୍କୁ ବର୍ତମାନ ଦିଆ ଯାଉଥିବା ୪୨ ପ୍ରତିଶତ ବଦଳରେ ଏହାକୁ ୫୦ ପ୍ରତିଶତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥ କମିଶନଙ୍କ ନିକଟରେ ଦାବି କରିଛନ୍ତି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ସେସ ଓ ଅନ୍ୟ ସରଚାର୍ଜ ଗୁଡିକୁ ଡିଭିଜିବଲ ପୁଲକୁ ଆଣିବା, ୧୯୭୧ ମସିହାର ଜନଗଣନାକୁ ଡିଭଲ୍ୟୁସନର ମାନଦଣ୍ଡ କରିବାବ ତଥା ଜିଏସଟି ବାବଦରେ କ୍ଷତିପୂରଣକୁ ଆଉ ଦଶ ବର୍ଷ ପର୍ଯ୍ୟନ୍ତ ବଢାଇବା ସହ ବିଶୁଦ୍ଧ ଏନର୍ଜି ସେସକୁ କୋଇଲା ଖଣି ଅଂଚଳରେ ଖର୍ଚ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ୧୫ତମ ଅର୍ଥ କମିଶନ ସହ ବୈଠକରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରୋକ୍ତ ଦାବି କରିଛନ୍ତି ।

ଏହି ଅବସରରେ କମିଶନର ଅଧ୍ୟକ୍ଷ ଏନ.କେ,ସିଂହ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଶ୍ରୀ ପଟ୍ଟନାୟକ ଏହି ଅବସରରେ ପାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ୟାକେଜ ପ୍ରଦାନ କରିବାକୁ ଶ୍ରୀ ପଟ୍ଟନାୟକ ଅର୍ଥ କମିଶନଙ୍କ ନିକଟରେ ଅନୁରୋଧ କରିଛନ୍ତି । ଏ ବାବଦରେ ଅତି କମରେ ୧୫ ଶହ କୋଟି ଟଙ୍କା ପ୍ରଦାନ କଲେ ଅଧିକ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରିବା ସହ ଚେତାବନୀ ପ୍ରଣାଳୀରେ ସୁଧାର କରା ଯାଇ ପାରିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଓଡିଶା ପ୍ରତି ଦୁଇ ବର୍ଷରେ ଥରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆସୁଛି । ଓଡିଶା ପ୍ରତି ଐତିହାସିକ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅବହେଳା କରା ଯାଇ ଆସୁଥିବା ବେଳେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ତାଙ୍କ ସରକାର ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ଆସୁଛି । ଏହା ଫଳରେ ଓଡିଶାର ରୂପାନ୍ତରଣ ପାଇଁ ତାଙ୍କର ପ୍ରୟାସକୁ ଗତି ଦେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଶ୍ରୀ ପଟ୍ଟନାୟକ ଏହି ଉଦବୋଧନରେ ଓଡିଶାର ବିଗତ ଦିନର ବିକାଶର ଯାତ୍ରାକୁ ଅବତାରଣା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ବାଣିଜ୍ୟ