Connect with us

ଦେଶ

ଅରବିଆଇ ଗଭର୍ଣ୍ଣରଙ୍କ ଇସ୍ତଫା

ସାଙ୍କେତିକ ଚିତ୍ର

ଅରବିଆଇ ଗଭର୍ଣ୍ଣରଙ୍କ ଇସ୍ତଫା
ମୁମ୍ବାଇ :- ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ୍ ପଟେଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ସେ ନିଜ ପଦରୁ ତତ୍କାଳ ଓହରି ଯାଇଥିବା କଥା ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ରିଜର୍ଭ ବ୍ୟାଙ୍କରେ କାମ କରିବା ତାଙ୍କ ପାଇଁ ସମ୍ମାନଜନକ ଥିଲା । ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀଙ୍କ ସମର୍ଥନ ମିଳିଥିଲା, ବିଗତ ବର୍ଷମାନଙ୍କରେ ରିଜର୍ଭ ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀଙ୍କର କଠିନ ପରିଶ୍ରମ ଓ ସମର୍ଥନ ଯୋଗୁଁ ଅନେକ ସଫଳତା ମିଳିଥିବା କଥା ସେ ପ୍ରକାଶ କରିଛନ୍ତି । ଭବିଷ୍ୟତରେ ତାଙ୍କ ସହକର୍ମୀମାନେ ସଫଳତା ପାଆନ୍ତୁ ବୋଲି ସେ କାମନା କରିଛନ୍ତି ।

ସୂଚନାଥାଉ କି, ଗତକିଛିଦିନ ଧରି କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିବା କଥା ଚର୍ଚ୍ଚା ହୋଇଥିଲା । ଉର୍ଜିତ୍ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ବି ହେଉଥିଲା । ଗଭର୍ଣ୍ଣର ପଦରୁ ଇସ୍ତଫା ଦେବା ପରେ ସେ ଡେପୁଟୀ ଗଭର୍ଣ୍ଣର ପଦ ଛାଡିପାରନ୍ତି । ଉର୍ଜିତ୍ ପଟେଲ ଇସ୍ତଫା ଦେଇ କହିଛନ୍ତି ଯେ, ବ୍ୟକ୍ତିଗତ କାରଣରୁ ମୁଁ ବର୍ତ୍ତମାନ ତତ୍କାଳ ନିଜ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି । ଅନେକ ବର୍ଷ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କର ବିଭିନ୍ନ ପଦରେ କାମ କରିବାର ସୁଯୋଗ ମିଳିଛି, ଯାହା ମୋ ପାଇଁ ସମ୍ମାନର କଥା । ସୂଚନାଥାଉ କି, ଉର୍ଜିତ୍ ପଟେଲଙ୍କ କାର୍ଯ୍ୟକାଳ ୨୦୧୯ ସେପ୍ଟେମ୍ବରରେ ଶେଷ ହେବାର ଥିଲା ।

ସେ ଏହା ମଧ୍ୟ ଲେଖିଛନ୍ତି ଯେ, ଆରବିଆଇ କର୍ମଚାରୀ, ଅଫିସର ଓ ମ୍ୟାନେଜମେଣ୍ଟର ସମର୍ଥନ ଓ କଠୋର ପରିଶ୍ରମରେ ବ୍ୟାଙ୍କ ନିକଟ ବର୍ଷରେ ଅନେକ ଉପଲବ୍ଧି ହାସଲ କରିଛି । ମୁଁ ଏହି ଅବସରରେ ନିଜର ସାଥୀ ଓ ଆରବିଆଇର ନିର୍ଦ୍ଦେଶକଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି ଓ ଭବିଷ୍ୟତ ପାଇଁ ଶୁଭକାମନା ଦେଉଛି । ପଟେଲ ୨୦୧୬ ସେପ୍ଟେମ୍ବରରେ ରିଜର୍ଭ ବ୍ୟାଙ୍କର ୨୪ତମ ଗଭର୍ଣ୍ଣର ଭାବେ ନିଯୁକ୍ତି ହୋଇଥିଲେ । ଗଭର୍ଣ୍ଣର ଭାବେ ତାଙ୍କର କାର୍ଯ୍ୟକାଳ ତିନିବର୍ଷ ଥିଲା । ଏହାପୂର୍ବରୁ ସେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଥିଲେ । ପଟେଲଙ୍କ ଏହି ପଦକ୍ଷେପରେ ଆରବିଆଇ ସ୍ୱାୟତ୍ତା ଉପରେ ପ୍ରଭାବ ପଡିବାର ସମ୍ଭାବନା ରହିଛି, କାରଣ ସରକାରଙ୍କ ପାଖକୁ ଏକ ପ୍ରକାର କେନ୍ଦ୍ରୀୟ ବ୍ୟାଙ୍କର ନିୟନ୍ତ୍ରଣ ଚାଲିଯିବ ।

ଯେଉଁ କାରଣ ପାଇଁ ଉର୍ଜିତ ପଟେଲ ଇସ୍ତଫା ଦେଇଛନ୍ତି ସେଥିମଧ୍ୟରୁ ସରକାରଙ୍କ ଦ୍ୱାରା ସେକ୍ସନ ୭ର ବ୍ୟବହାର କରିବା କଥା କହିବା, ଉଦ୍ୟୋଗଙ୍କ ପାଇଁ ଋଣ ଦେବା ସହଜ କରିବା, ଋଣ ଫଣ୍ଡର ସମସ୍ୟା ସହିତ ଗତି କରୁଥିବା ୧୧ ସରକାରୀ ବ୍ୟାଙ୍କକୁ ଋଣ ରୋକିବାରେ ରିହାତି ଦେବା ଆଦି ସାମିଲ । ଅନ୍ୟପଟେ ଆରବିଆଇ ମଧ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ଆକ୍ରାମକ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ