Connect with us

ଆଞ୍ଚଳିକ

ଅବପାତ ରୂପ ନେଲା ଲଘୁଚାପ ;- ପ୍ରବଳ ବର୍ଷିବ l

ଅବପାତ ରୂପ ନେଲା ଲଘୁଚାପ ;- ପ୍ରବଳ ବର୍ଷିବ l

ଅବପାତ ରୂପ ନେଲା ଲଘୁଚାପ;ପ୍ରବଳ ବର୍ଷିବ

ଭୁବନେଶ୍ୱର,୬ା୯ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହି ଅବପାତ ବାଲେଶ୍ୱର ଠାରୁ ୭୮କିମି ଦୂରରେ ରହିଛି । ପରେ ଏହା ଗଭୀର ଅବପାତର ରୂପ ନେବ ବୋଲି ଆଶଙ୍କା କରାଯାଇଛି । ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି ।

୨୪ ଘଣ୍ଟା ପରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଧିରେ ଧିରେ ଗତି କରି ଦୁର୍ବଳ ହେବ ଲଘୁଚାପ । କିନ୍ତୁ ଏହି ସମୟ ମଧ୍ୟରେ ସାରା ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ଟି ସ୍ଥାନରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ପାରାଦୀପରେ ସର୍ବାଧିକ ୪୧୨ ମିଲିଲିଟର, କେନ୍ଦ୍ରାପଡ଼ାରେ ଓ ଜଗତସିଂହପୁରରେ ୨୩୬ ଏବଂ ଯାଜପୁରରେ ୧୩୭ ମିଲିଲିଟର ବର୍ଷା ରେକର୍ଡ ହୋଇଛି । କଟରେ ୧୦୫.୪ ମିମି ବର୍ଷା ଓ ଭୁବନେଶ୍ୱରରେ ୯୭ ମିମି ବର୍ଷା ରେକର୍ଡ ହୋଇଛି । ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମହାନଦୀ, ବୈତରଣୀ, କୁଶଭଦ୍ରା, ଦେବୀର ଜଳସ୍ତର ବଢ଼ିବାରେ ଲାଗିଛି । ଆଖୁଆପଦାଠାରେ ବିପଦ ସଙ୍କେତ ପାଖରେ ବୈତରଣୀ ପ୍ରବାହିତ ହେଉଛି । ଏଠାରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ଥିବା ବେଳେ ଏଠାରେ ନଦୀର ଜଳସ୍ତର ୧୭.୭୦ ରହିଛି ।

ସେପଟେ ଲଗାଣ ବର୍ଷା ନେଇ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ସମ୍ଭାବ୍ୟ ବନ୍ୟା ଦୃଷ୍ଟିରୁ ସମସ୍ତ ଜିଲ୍ଲାପାଳଙ୍କୁ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ଜଳବନ୍ଦୀ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି । ବ୍ରାହ୍ମଣୀ, ବୈତରଣୀ ଅବବାହିକା ଲୋକଙ୍କୁ ସତର୍କ କରାଯାଇଛି । ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଥିବା ଶ୍ରୀ ସେଠୀ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ