Connect with us

ଅପରାଧ

ଅପହରଣ ପରେ ଅଙ୍ଗନବାଡି କର୍ମୀଙ୍କୁ ଗଣଦୁଷ୍କର୍ମ :- ୩ ଗିରଫ l

ଅପହରଣ ପରେ ଅଙ୍ଗନବାଡି କର୍ମୀଙ୍କୁ ଗଣଦୁଷ୍କର୍ମ :- ୩ ଗିରଫ l

ଅପହରଣ ପରେ ଅଙ୍ଗନବାଡି କର୍ମୀଙ୍କୁ ଗଣଦୁଷ୍କର୍ମ, ୩ ଗିରଫ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା କାଲୁରିଆ ଗ୍ରାମରେ କାର୍ଯ୍ୟରତ ଜଣେ ଅଙ୍ଗନବାଡି କର୍ମୀଙ୍କ ଭାଇକୁ ୩ଜଣ ଦୁର୍ବୃତ ମାଡ ମାରି ଅଙ୍ଗନୱାଡି କର୍ମୀଙ୍କୁ ଗତକାଲି ସଂଧ୍ୟାରେ ରାସ୍ତାରୁ ଅପହରଣ କରିନେବା ପରେ ଦୁଷ୍କର୍ମ କରିଥିବା ଘଟଣାକୁ ନେଇ ଜିଲ୍ଲାବ୍ୟାପୀ ଚହଳ ପକାଇଛି । ଜିଲ୍ଲା ପ୍ରଶାସନ ମଧ୍ୟ ଏଥିିରେ ହସ୍ତକ୍ଷେପ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଏକ ପ୍ରେସ୍ ବିବୃତିରେ କହିଛନ୍ତି ।

ସୂଚନା ଅନୁଯାୟୀ, କାଲୁରିଆ ଅଙ୍ଗନବାଡି (ବି)ରେ କାର୍ଯ୍ୟରତ ଜଣେ ଅଙ୍ଗନବାଡି କର୍ମୀ (୨୮ ବର୍ଷ) ଗତ ୩ମାସ ତଳେ ବଣିଆପଡା ଗ୍ରାମରେ ବିବାହ କରିଥିଲେ । ଯୋରନ୍ଦା ଠାରେ ଅଙ୍ଗନବାଡି କର୍ମୀମାନଙ୍କ ସେକ୍ଟର ମିଟିଂ ହେଉଥିବା ସଂପର୍କରେ କାଲୁରିଆ(ଏ) ଅଙ୍ଗନବାଡି କେନ୍ଦ୍ରର କର୍ମୀ ତଥା ତାଙ୍କ ପିଉସୀ ପ୍ରମିଳା ବେହେରାଙ୍କ ଠାରୁ କାଲୁଆରିଆ (ବି)ର ଅଙ୍ଗନବାଡି କର୍ମୀ ସୂଚନା ପାଇ ସେଠାକୁ ଯାଇଥିଲେ । କାଲୁରିଆ ଅଙ୍ଗନବାଡି(ବି)ର କୌଣସି ମିଟିଂ ହେଉନଥିବା ସଂପର୍କରେ ସେ ଜାଣିବା ପରେ ଗତକାଲି ସଂଧ୍ୟାରେ ନିଜ ଭାଇ ସହ ସ୍କୁଟିରେ ଘରକୁ ଫେରୁଥିଲେ । ଫେରିବା ବାଟରେ କାଲୁରିଆ ଯୋରନ୍ଦା ରାସ୍ତାର ଏକ ନିର୍ଜନ ସ୍ଥାନରେ ୩ ଜଣ ଦୁର୍ବୃତ ଯୋରନ୍ଦା ଗ୍ରାମର ଲକ୍ଷ୍ମୀଧର ବିଶ୍ୱାଳ(୩୮), ଆତିଣ୍ଡା ଗ୍ରାମର ଅନ୍ତରା ଦାସ(୩୦) ଓ ଗୋବିନ୍ଦ ପ୍ରଧାନ(୩୨) ପ୍ରମୁଖ ଓଆର୍୦୨ଏକ୍ୟୁ୭୯୧୫ ନମ୍ବର ଏକ ଇଣ୍ଡିିଗୋ କାରରେ ଆସି ସେମାନଙ୍କ ପଥ ଓଗାଳିଥିଲେ ।

ଅଙ୍ଗନୱାଡୀ କର୍ମୀଙ୍କ ଭାଇଙ୍କୁ ଦୁର୍ବୃତମାନେ ମାଡମାରି ତାଙ୍କ ଠାରୁ ମୋବାଇଲ୍ ଛଡାଇନେବା ସହ ସଂପୃକ୍ତ ଯୁବତୀଙ୍କୁ କାରରେ ଅପହରଣ କରିନେଇଥିଲେ । ଦୁର୍ବୃତମାନେ ସଂପୃକ୍ତ ଅଙ୍ଗନବାଡି କର୍ମୀଙ୍କୁ ଗହମଖୁଂଟିସ୍ଥିତ ଏକ ଫାର୍ମ ହାଉସକୁ ନେଇଯାଇଥିଲେ । ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଦେଲେ ଅଙ୍ଗନବାଡିକର୍ମୀଙ୍କୁ ଛାଡିବେ ବୋଲି ଦୁର୍ବୃତମାନେ ତାଙ୍କ ଘରକୁ ଫୋନ୍ କରି ବାରମ୍ବାର ଧମକ ଦେଇଥିଲେ । ଦୁର୍ବୃତମାନେ ସେଠାରେ ସଂପୃକ୍ତ ଅଙ୍ଗନବାଡିକର୍ମୀଙ୍କୁ ଦୁଷ୍କର୍ମ କରିବା ପରେ ରାତି ୨ଟାରେ ତାଙ୍କୁ ନୂଆ କାଲୁରିଆ ଛକ ଠାରେ ଛାଡିଦେଇ ପଳାଇଯାଇଥିଲେ । ସେ ପରିବାର ଲୋକଙ୍କୁ ଫୋନ୍ କରିବା ପରେ ସେମାନେ ତାଙ୍କୁ ଘରକୁ ନେଇଯାଇଥିଲେ ।

ଏ ସଂପର୍କରେ ପିଡିତାଙ୍କ ଭାଇ ଫକୀର ମୋହନ ବେହେରା ଯୋରନ୍ଦା ଫାଣ୍ଡିରେ ଅଭିଯୋଗ କରିଥିଲେ । ପିଡିତାଙ୍କ ବୟାନକୁ ଭିତି କରି ପୁଲିସ୍ ଗଁଦିଆ ଥାନାରେ କେସ୍ ନମ୍ବର ୧୩୩/୧୮ ଦଫା ୩୨୩, ୩୪୧, ୨୯୪, ୩୮୪, ୩୭୬, ୫୦୬, ୩୪ ଆଇପିସି ସେକ୍ସନ ୩(ଆଇ)(ଆର୍)(ଏସ୍) ଏସ୍ସି ଏସ୍ଷ୍ଟି ପି ଆକ୍ଟରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ୩ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି ।

ଅନ୍ୟ ପକ୍ଷରେ ଅଙ୍ଗନବାଡି କର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଏଥିରେ ଜିଲ୍ଲା ପ୍ରଶାସନ ମର୍ମାହତ ହୋଇପଡ଼ିଥିବା ବେଳେ ପିଡିତାଙ୍କ ଏବଂ ତାଙ୍କ ପରିବାର ପ୍ରତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଗଭୀର ସମାବେଦନା ଜଣାଇବା ସହ ପ୍ରଶାସନ ତାଙ୍କ ସପକ୍ଷରେ ରହି ନ୍ୟାୟ ପ୍ରଦାନ କରିବ ବୋଲି ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଅବନୀକାନ୍ତ ପଟ୍ଟନାୟକ ଏହି ଘଟଣାକୁ ଲଜ୍ୟା ଜନକ ବୋଲି କହିଛନ୍ତି ।

ସ୍ଥାନୀୟ ପୁଲିସରେ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ ଚାଲୁଛି । ଏଥିରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ କହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ