Connect with us

ଅପରାଧ

ଅପରାଧୀ ଅବୁ ସାଲେମର ଜାମିନ୍ ନାମଞ୍ଜୁର

ମୁମ୍ବାଇ,୭ା୮ : ମୁମ୍ବାଇ ସିରିଏଲ୍ ବିସ୍ଫୋରଣ (୧୯୯୩) ମାମଲାରେ ଦୋଷୀ ସାବ୍ୟସ୍ତ ଆବୁ ସାଲେମର ଜାମିନ ଆବେଦନକୁ ବମ୍ବେ ହାଇକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି । ଆବୁ ସାଲେମ୍ ନିଜ ବିବାହ ଉଦ୍ଦେଶ୍ୟରେ ୪୫ ଦିନର ପାରୋଲ ନିମନ୍ତେ ଆବେଦନ କରିଥିଲେ । ପୂର୍ବରୁ ଟାଡା କୋର୍ଟ ଏବଂ ନାଭି ମୁମ୍ବାଇ ପୋଲିସ କମିଶନର ତା’ର ଏହି ଆବେଦନକୁ ଖାରଜ କରିଦେଇଥିଲେ । ଏଣୁ ଜାମିନରେ ମୁକୁଳିବା ଆଶାରେ ସାଲେମ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲା । ୨୦୧୫ରେ ଲକ୍ଷନୌ କୋର୍ଟକୁ ଶୁଣାଣି ପାଇଁ ଟ୍ରେନରେ ନିଆଯିବା ବେଳେ ସେ ଜଣେ ମହିଳାଙ୍କୁ ଟେଲିଫୋନ୍ ମାଧ୍ୟମରେ ଗୁପ୍ତ ବିବାହ କରିଥିବା କୁହାଯାଉଛି । ଏହି ମହିଳାଙ୍କୁ ବିଧିବଦ୍ଧ ବିବାହ କରିବାକୁ ଚାହୁଁଥିବା ଥିବା ଦର୍ଶାଇ ସେ ବାରମ୍ବାର ଜାମିନ ଆବେଦନ କରୁଛି । ୧୯୯୩ ମାର୍ଚ୍ଚ ୧୨ରେ ମୁମ୍ବାଇଠାରେ କ୍ରମାଗତ ୧୨ଟି ବିସ୍ଫୋରଣ ହୋଇଥିଲା । ଏଥିରେ ୨୫୭ଜଣ ପ୍ରାଣ ହରାଇଥିବା ବେଳେ ୭୧୩ ଜଣ ଆହତ ହୋଇଥିଲେ । ବିସ୍ଫୋରଣକାରୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଥିବା ଅଭିଯୋଗରେ ଆବୁ ସାଲେମ ଦୋଷୀ ସାବ୍ୟସ୍ତ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ