Connect with us

ଆଞ୍ଚଳିକ

ଅପରାଧୀକୁ ତୁରନ୍ତ ଗିରଫ ଦାବିରେ ବିଧାୟକ ବସିଲେ ଧାରଣାରେ

ସାଙ୍କେତିକ

ପୋଲିସ-ଅପରାଧୀ ମଧୁଚନ୍ଦ୍ରିକା
ଜିମା ଦେଇଥିବା ମୋଷ୍ଟ ୱାଂଟେଡ ଅପରାଧୀକୁ କାର୍ଯ୍ୟାନୁଷ୍ଠାନ ବଦଳରେ ଛାଡିଲା ପୋଲିସ
ଅପରାଧୀକୁ ତୁରନ୍ତ ଗିରଫ ଦାବିରେ ଗ୍ରାମବାସୀଙ୍କ ସହ ବିଧାୟକ ବସିଲେ ଧାରଣାରେ
ଜୟପୁର, ୨ ଫେବୃଆରୀ – ଜଣେ କୁଖ୍ୟାତ ଅପରାଧିକୁ ଗ୍ରାମବାସୀ ମାନେ ଧରି ପୋଲିସର ଜିମା ଦେଇଥିବା ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ବଦଳରେ ସୁରକ୍ଷା ଯୋଗାଇ ଅପରାଧୀକୁ ତାର ଘରେ ନେଇ ଛାଡି ଆସିଥିବା ଘଟଣାର ପ୍ରତିବାଦ କରି ଗ୍ରାମବାସୀଙ୍କ ସହ ବିଧାୟକ ତାରାପ୍ରସାଦ ବାହିନୀପତି ଆଜି ସଦର ଥାନା ଘେରାଉ କରିବା ସହ ଧାରଣାରେ ବସି ରହିଥିଲେ ।

ଜୟପୁରର ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ଚାପରେ ପୋଲିସ ଅପରାଧୀକୁ ଛାଡି ଥିବା ଗ୍ରାମବାସୀ ଅଭିଯୋଗ କରିଥିବା ବେଳେ ଅପରାଧୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବେର୍ତ ପୋଲିସ ତାକୁ ସୁରକ୍ଷା ଯୋଗାଉଥିବାରୁ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ଅନ୍ୟପକ୍ଷରେ ଯେଉଁ ଅପରାଧୀକୁ ପୋଲିସ ଛାଡି ଥିଲା ସେହି ଅପରାଧୀ ପୋଲିସ ଜିମା ଦେଇଥିବା ଗ୍ରାମବାସୀଙ୍କୁ ଗ୍ରାମକୁ ଧିରେ ଧିରେ ପୁରଷ ଶୂନ୍ୟ କରିବାକୁ ମୋବାଇଲ ମାଧ୍ୟମରେ ଧମକ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜୟପୁର ସଦର ପୋଲିସ ଅପରାଧିକୁ ସୁରକ୍ଷା ଦେଉଥିବାରୁ ଗ୍ରାମବାସୀଙ୍କ ସହ ଜୟପୁର ବିଧାୟକ ତାରା ପ୍ରସାଦ ବାହନିପତି ଥାନାରେ ଧଶେଇ ପଶି ବିକ୍ଷୋଭ କରିଥିବା ବେଳେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଥିଲେ ବିଧାୟକ ଶ୍ରୀ ବାହିନିପତି । ଏହି ସମୟରେ ସେଠାରେ ଏଏସପି ଭି.ଆର.ରାଓ. ଏସଡିପିଓ. ଟି.ଜେ.ରେଡ୍ଡି, ଟାଉନ ଥାନା ଅଧିକାରି ବାଲେଶ୍ୱର ଗିଧି ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜୟପୁର ସଦର ଥାନା ଅନ୍ତର୍ଗତ ପଲକାପୁଟ ଠାରେ ଭଲିବଲ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ ଗତ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିଲା । ନିଳାଗୁଡା ଗ୍ରାମର ତୁରୁକ ହରିଜନ ନାମକ ଯୁବକ ସେଠାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଥିଲେ । ଏହି ଖେଳକୁ କୁନ୍ତରଖାଲ ଓ ପଲକା ପୁଟ ୨ଟି ଗ୍ରାମର ଯୁବକ ମାନେ ଆୟୋଜନ କରିଥିଲେ । ଏହି ଘଟଣାକୁ ନେଇ ତୁରୁକ ୧୦ରୁ ୧୨ ରୁ ସମର୍ଥକଙ୍କ ସହ କୁନ୍ତରଖାଲ ଭିତରେ ବାଇକରେ ମାରଣାସ୍ତ୍ର, ମାଉଜର ଧରି ଗ୍ରାମ ଭିତରେ ପଶି କେତେକ ଯୁବକଙ୍କୁ ମାରପିଟ କରିଥିଲେ । ଫଳରେ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ତୁରୁକକୁ ଧରି ସଦର ପୋଲିସକୁ ଖବର ଦେଇଥିଲେ । ସଦର ପୋଲିସ ଘଟଣାସ୍ଥଳରେ ପହଂଚିବାରୁ ଗ୍ରାମବାସୀ ମାନେ ତୁରୁକକୁ ପୋଲିସର ଜିମା ଦେଇଥିଲେ । ତୁରୁକ ନାମରେ ବହୁ ଅପରାଧିକ ମାମଲା ରହିଛି । କିନ୍ତୁ ପୋଲିସ ତୁରୁକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ତାକୁ ନେଇ ଘରେ ଛାଡି ଆସିଥିଲା ।

ଘଟଣା ପରେ ଅଭିଯୁକ୍ତ ତୁରୁକ ବାରମ୍ବାର କୁନ୍ତରଖାଲ ଗ୍ରାମବାସୀଙ୍କୁ ମୋବାଇଲ୍ ମାଧ୍ୟମରେ ବିଭିନ୍ନ ଧମକ ଚମକ ଦେବା ସହିତ ଗ୍ରାମକୁ ପୁରୁଷ ଶୂନ୍ୟ କରିବାକୁ ଚେତାବନୀ ଦେଇଛି । ଫଳରେ ଆଜି ଏହାର ପ୍ରତିବାଦ କରି ଅଭିଯୁକ୍ତ ତୁରୁକକୁ ଗିରଫ କରିବା ସହ କୁନ୍ତରଖାଲ ଗ୍ରାମବାସୀଙ୍କୁ ସୁରକ୍ଷା ଯୋଗାଇଦେବା ଦାବିରେ ଗ୍ରାମବାସୀ ମାନେ ଧାରଣାରେ ବସିଥିବା ବେଳେ ପୋଲିସର ଅପରାଧିଙ୍କ ସହିତ ଏଭଳି ସମ୍ପର୍କ ଯୋଗୁଁ ଜିଲାରେ ଅପରାଧ ଦିନକୁ ଦିନ ବଢୁଥିବା ବିଷୟକୁ ନେଇ ବିଧାୟକ ଶ୍ରୀ ବାହିନିପତି ଉଦବେଗ ପ୍ରକାଶ କରିଥିଲେ । ଘଟଣାକୁ ଜିଲାସ୍ତରିୟ ପୋଲିସ ଅଧିକାରି ମାନେ ଗୁରୁତର ସହ ନେଇ ଏ ବାବଦରେ ଆଲୋଚନା କରୁଥିବା ବେଳେ କୁନ୍ତରଖାଲ ଗ୍ରାମରେ ସୁରକ୍ଷା କଡ଼ା କଡ଼ି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ