Connect with us

ଓଡିଶା

ଅନଲାଇନରେ ପୁରୁଣା ଦାଖଲଖାରଜ ମାମଲା ଆବେଦନ ପାଇଁ ଅନ୍ୟାଦେଶ ପର୍ଯ୍ୟନ୍ତ ସିଙ୍ଗଲ ୱିନ୍ଡୋ ଖୋଲାରହିବ

ସାଙ୍କେତିକ

ଅନଲାଇନରେ ପୁରୁଣା ଦାଖଲଖାରଜ ମାମଲା ଆବେଦନ ପାଇଁ ଅନ୍ୟାଦେଶ ପର୍ଯ୍ୟନ୍ତ ସିଙ୍ଗଲ ୱିନ୍ଡୋ ଖୋଲାରହିବ
ଭୁବନେଶ୍ୱର, ୧୦ ଜାନୁଆରୀ – ଜନସାଧାରଣଙ୍କ ସୁବିଧା ନିମନ୍ତେ ସିଙ୍ଗଲ ୱିନ୍ଡୋ ଅପରେଟର ମାଧ୍ୟମରେ ଅନ୍ଲାଇନରେ ଆବେଦନର ମାର୍ଗଦର୍ଶିକାରେ ଆବଶ୍ୟକ ପରିବର୍ତନ କରାଯାଇଛି । ଏହା ଫଳରେ ପୁରୁଣା ଦାଖଲ ଖାରଜ ମାମଲା ଅନ୍ଲାଇନରେ ଆବେଦନ କରିବା ନିମନ୍ତେ ସିଙ୍ଗଲ ୱିନ୍ଡୋ ଧାର୍ଯ୍ୟ ସମୟସୀମା ୨୦୧୮ ଡିସେମ୍ବର ୧୯ରୁ ୨୦୧୯ ଜାନୁଆରୀ ୧୦ ତାରିଖ ପରିବର୍ତେ ଅନ୍ୟାଦେଶ ଖୋଲା ରହିବ । ସେହିପରି ମ୍ୟୁଟେସନ ଅପିଲ କେସ୍ଗୁଡ଼ିକ ନିମନ୍ତେ ସିଙ୍ଗଲ ୱିନ୍ଡୋ ଧାର୍ଯ୍ୟ ସମୟସୀମା ୨୦୧୮ ଡିସେମ୍ବର ୧୯ରୁ ୨୦୧୯ ଜାନୁଆରୀ ୧୫ ପରିବର୍ତେ ଅନ୍ୟାଦେଶ ପର୍ଯ୍ୟନ୍ତ ଖୋଲା ରହିବ ।
ଏଠାରେ ଉଲ୍ଲେଖଯୋଗ୍ୟଯେ , ଦାଖଲ ଖାରଜ ମାମଲାର ତ୍ୱରିତ ଫଇସଲାକରି ପଟ୍ଟା ପ୍ରଦାନ ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରି•ଳନା ବିଭାଗ ପକ୍ଷରୁ ଅନ୍ଲାଇନ୍ ବ୍ୟବସ୍ଥାର ପ୍ରଚଳନ କରାଯାଇଛି । ନଭେମ୍ବର ୨୦୧୮ ପୂର୍ବରୁ ଯେଉଁମାନେ କ୍ରୟ କରିଥିଲେ ଏବଂ ମ୍ୟୁଟେସନ୍ ନିମନ୍ତେ ତହସିଲଦାରଙ୍କ ନିକଟରେ ଆବେଦନ କରିପ।।ରି ନଥିଲେ, ସେମାନଙ୍କ ନିମନ୍ତେ ଅନ୍ଲାଇନରେ ମ୍ୟୁଟେସନ୍ ନିମନ୍ତେ ଆବେଦନ ନିମନ୍ତେ ସିଙ୍ଗଲ ୱିନ୍ଡ଼ୋ ଅପରେଟର କାଉଣ୍ଟରର ବ୍ୟବସ୍ଥା କରାଯାଇଥିଲା । ନିମନ୍ତେ ୧୫ ଡିସେମ୍ବରରେ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ପୁରୁଣା ଦାଖଲଖାରଜ ମାମଲା ସିଙ୍ଗଲ ୱିନ୍ଡୋ ଅପରେଟର କାଉଂଟରରେ ଅନ୍ଲାଇନରେ ଆବେଦନ କରିବା ସମୟସୀମା ୨୦୧୮ଡିସେମ୍ବର ୧୯ରୁ ୨୦୧୯ ଜାନୁଆରୀ ୧୦ ତାରିଖ ରଖାଯାଇଥିଲା ।

ସେହପରି ମ୍ୟୁଟେସନ୍ ଅପିଲ କେସ୍ଗୁଡ଼ିକ ସିଙ୍ଗଲ ୱିନ୍ଡୋରେ ଅନ୍ଲାଇନରେ ଆବେଦନ କରିବାର ସମୟସୀମା ୨୦୧୮ ଡିସେମ୍ବର ୧୯ରୁ ୨୦୧୯ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । ଜନସାଧାରଣଙ୍କ ନିମନ୍ତେ ପୁରୁଣା ଦାଖଲଖାରଜ ମାମଲା ଆବେଦନ କରିବା ପାଇଁ ସିଙ୍ଗଲ ୱିନ୍ଡୋ ଅପରେଟର ଅନ୍ୟାଦେଶ ପର୍ଯ୍ୟନ୍ତ ଖୋଲାରଖିବା ପାଇଁ ପ୍ରସ୍ତାବକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି ଅନୁମୋଦନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା