Connect with us

ଦେଶ

ଅନର କିଲିଂ ରୋକିବାକୁ ଏସଓପି ଜାରି l

ଅନର କିଲିଂ ରୋକିବାକୁ ଏସଓପି ଜାରି l

ଅନର କିଲିଂ ରୋକିବାକୁ ଏସଓପି ଜାରି
ଭୁବନେଶ୍ୱର,୩୦ା୮ : ଏଣିକି ରାଜ୍ୟରେ ଯେକୌଣସି ଅଞ୍ଚଳରେ ବସୁଥିବା ଖ୍ୱାପ୍ ପଞ୍ଚାୟତ ବା କଙ୍ଗାରୁ କୋର୍ଟ ଉପରେ କଟକଣା ଲାଗିବ । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଆଧାରରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏଥିଲାଗି ଗାଇଡ୍ ଲାଇନ୍ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (ଏସ୍ଓପି) ଜାରି କରାଯାଇଛି । ରାଜ୍ୟ ପୋଲିସ ବିଭାଗ ଓ ସମସ୍ତ ଜିଲ୍ଲା ପ୍ରଶାସନ ଉଦ୍ଦେଶ୍ୟରେ ଜାରି ହୋଇଥିବା ଏସ୍ଓପିରେ ରାଜ୍ୟରେ ଅନରକିଲିଂ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏସ୍ଓପିର ଗାଇଡ୍ ଲାଇନ୍ ଅନୁଯାୟୀ ସମସ୍ତ ଜଲ୍ଲାର ଆରକ୍ଷୀ ଅଧିକ୍ଷକମାନେ ଅନରକିଲିଂ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳ ଗୁଡିକୁ ଚିହ୍ନଟ କରିବେ । ସେହି ସବୁ ଅଞ୍ଚଳରେ ଥିବା ଥାନା ଅଧିକାରୀ ଓ ସ୍ୱତନ୍ତ୍ର ପ୍ରଶାସନିକ ଅଧିକାରୀମାନେ ଖ୍ୱାପ୍ ପଞ୍ଚାୟତ ଓ ଅନରକିଲିଂ ପରି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବେ । ଅନରକିଲିଂ ରୋକିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବେ । ବିଶେଷକରି ଆନ୍ତଃଧର୍ମ ବିବାହ ଓ ଆନ୍ତଃ ସମ୍ପ୍ରଦାୟ ବିବାହ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିବେ । ଯଦି ଖ୍ୱାପ ପଞ୍ଚାୟତ ସମ୍ପର୍କରେ କୌଣସି ପୋଲିସ ଅଧିକାରୀ ସୂଚନା ପାଆନ୍ତି ତେବେ ତୁରନ୍ତ ତାଙ୍କ ଉପରିସ୍ଥ ଅଧିକାରୀ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସୂଚିତ କରାଇବେ । ଏହାପରେ ସେଠାରେ ଅଧିକ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରିବେ । ଆବଶ୍ୟକ ହେଲେ ଜିଲ୍ଲା ପ୍ରଶାସନଠାରୁ ଅନୁମତି ନେଇ ୧୪୪ ଧାରା ଜାରି କରିପାରିବେ । ସମ୍ପୃକ୍ତ ଖ୍ୱାପ୍ ପଞ୍ଚାୟତ ସଦସ୍ୟ କିମ୍ବା ଗାଁ ମୁରବି ଓ ଲୋକଙ୍କ ସହିତ ଆଲୋଚନା କରି ଶାନ୍ତି ବଜାୟ ରଖିବା ପାଇଁ ଯଥାସାଧ୍ୟ ଉଦ୍ୟମ କରିବେ ।

ତଥାପି ଯଦି ଖ୍ୱାପ୍ ପଞ୍ଚାୟତ ଅନୁଷ୍ଠିତ ହୁଏ ତେବେ ଦାୟିତ୍ୱରେ ଥିବା ଅଧିକାରୀମାନେ ସମ୍ପୂର୍ଣ୍ଣ ବୈଠକର ଭିଢିଓ ଉତ୍ତୋଳନ କରିବେ । କର୍ତ୍ତବ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ଓପିରେ ଉଲ୍ଲେଖ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ