Connect with us

ଓଡିଶା

ଅଙ୍ଗନବାଡିରେ ହେବ ମମତା ଗୃହ

ସାଙ୍କେତିକ

ସମନ୍ୱିତ ଶିଶୁ ବିକାଶ ନିମନ୍ତେ ୨୫୮୪.୩୮ କୋଟି ଟଙ୍କାର କାର୍ଯ୍ୟ ଯୋଜନା ଅନୁମୋଦିତ
ଅଙ୍ଗନବାଡିରେ ହେବ ମମତା ଗୃହ
– ଅଙ୍ଗନବାଡିକୁ ପିଲାମାନଙ୍କ ଅଧିକ ଅ ।କର୍ଷଣୀୟ ଓ ପ୍ରେରଣାଦାୟୀ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, ରାଜ୍ୟରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମର ଗୁଣାତ୍ମକ ବିକାଶ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୨୫୮୪.୩୮ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟ ଯୋଜନା ଅନୁମୋଦନ କରିଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ଷମତା ସଂପନ୍ନ କମିଟି ବୈଠକରେ ଏହି କାର୍ଯ୍ୟଯୋଜନା ଅନୁମୋଦିତ ହୋଇଛି ।ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବାର୍ଷିକ ଯୋଜନା ସମ୍ବନ୍ଧିତ ଅ ।ର୍ଥିକ ଓ ପ୍ରଶାସନିକ ବିଷୟ ଅ ।ଲୋଚନା ପାଇଁ ଉପସ୍ଥାପନ କରିଥିଲେ ।

ପ୍ରସ୍ତାବିତ କାର୍ଯ୍ୟଯୋଜନାକୁ ଅନୁମୋଦନ ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଅଙ୍ଗନବାଡି କେନ୍ଦ୍ରକୁ ପିଲାମାନଙ୍କ ନିମନ୍ତେ ଅଧିକ ପ୍ରେରଣାଦାୟୀ ଓ ଆକର୍ଷଣୀୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ଗ୍ରାମ ଓ ଜନବସତିକୁ ଲାଗିଥିବା ଉପଯୁକ୍ତ ସ୍ଥାନ ଚୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପର୍ଯ୍ୟାୟକ୍ରମେ ସବୁ ଅଙ୍ଗନବାଡିକୁ ଏଲ୍.ପି.ଜି ଗ୍ୟାସ୍ ଓ ରିଫିଲ୍ ସିଲିଣ୍ଡର ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ଅଙ୍ଗନବାଡି କେନ୍ଦ୍ରକୁ ପିଲାମାନଙ୍କ ପାଇଁ ସାଧାରଣ ଔଷଧ ଓ ଭିଟାମିନ୍ କିଟ୍ ଯୋଗାଇବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା ।

ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ଅଙ୍ଗନବାଡି କେନ୍ଦ୍ରରେ ମମତା ଗୃହର ଅ ।ବଶ୍ୟକତା ବିଷୟ ଅ ।ଲୋଚନା ପାଇଁ ଉପସ୍ଥାପନ କରିଥିଲେ । ଗ୍ରାମ ସ୍ୱାସ୍ଥ୍ୟ ଓ ପୃଷ୍ଟି ଦିବସ ଦିନ ମାନଙ୍କରେ ଗର୍ଭବତୀ ମହିଳା ଓ ମାନଙ୍କର ସାଧାରଣ ସ୍ୱାସ୍ଥ୍ୟର ଚେକ୍ ଅପ୍ ଏବଂ ପରାମର୍ଶ ନିମନ୍ତେ ଏହି ଗୃହର ଅ ।ବଶ୍ୟକତାକୁ ବି·ର କରି ଏହାକୁ ଅନୁମୋଦନ କରାଯାଇଥିଲା । ବାହ୍ୟ କାନ୍ଥ ସୌନ୍ଦର୍ଯ୍ୟକରଣ, ଅ ।ଭ୍ୟନ୍ତର ସାଜସଜା, ରୋଷେଇ ବଗି·, ବିଦ୍ୟୁତକରଣ, ପାନୀୟ ଜଳ ବ୍ୟବସ୍ଥା ଏବଂ ଶୌ·ଳୟ ଅ ।ଦି ସହ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଅଧିକ ପ୍ରଗତିଶୀଳ କରିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ଏହିସବୁ କାର୍ଯ୍ୟ ମନରେଗା ସହ ସମନ୍ୱିତ ଭାବେ କରିବା ପାଇଁ ଉନ୍ନୟନ କମିଶନର ଶ୍ରୀ ଅସୀତ କୁମାର ତ୍ରିପାଠୀ ପରାମର୍ଶ ଦେଇଥିଲେ ।

ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶକ ଶ୍ରୀ ରେଘୁ ଜି ଜଣାଇଥିଲେ ଯେ ୨୦୧୯-୨୦ ଅ ।ର୍ଥିକ ବର୍ଷର ଖର୍ଚ୍ଚ ପୂର୍ବ ବର୍ଷଠାରୁ ୧୭.୫% ଅଧିକ । ୨୦୧୮-୧୯ ବର୍ଷ ପାଇଁ ପ୍ରାୟ ୨୧୯୫ କୋଟି ଟଙ୍କାର ବିନିଯୋଗ ଅଟକଳ କରାଯାଇଥିଲା ।

ସୂଚନାଯୋଗ୍ୟ ଏହି କାର୍ଯ୍ୟଯୋଜନା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ ପାଣ୍ଠି ଯୋଗାଇଥାନ୍ତି । କାଯର‌୍ୟକ୍ରମର ବିଭିନ୍ନ ବିଭାଗ ପାଇଁ ଉଭୟ ସରକାର ଭିନ୍ ଭିନ୍ନ ଅନୁପାତରେ ଅଂଶଧନ ଯୋଗାଇଥାଅ ।ନ୍ତି । ଉଦାହରଣସ୍ୱରୂପ ଦରମା ଓ ପ୍ରୋତ୍ସାହନ ବାବଦରେ ରାଜ୍ୟ ସରକାର ୭୫ ଭାଗ ରାଶି ଓ କେନ୍ଦ୍ର ୨୫ ଭାଗ ରାଶି ଦେଉଥିବା ବେଳେ ସଚେତନତା ଓ ଶିକ୍ଷା ବାବଦରେ ରାଜ୍ୟ ସରକାର ୪୦ ଭାଗ ଏବଂ କେନ୍ଦ୍ର ସରକାର ୬୦ ଭାଗ ରାଶି ଦେଇଥିାନ୍ତି । କ୍ଷମତା ସଂପନ୍ନ କମିଟି ଦ୍ୱାରା ଅନୁମୋଦିତ ଏହି କାର୍ଯ୍ୟଯୋଜନା ଭାରତ ସରକାରଙ୍କ ଅନୁମୋଦନ ପାଇଁ ପଠାହେବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା