Connect with us

ଦେଶ

ଅଗ୍ନି-୫ର ସଫଳ ପରୀକ୍ଷଣ

ସାଙ୍କେତିକ ଚିତ୍ର

ଅଗ୍ନି-୫ର ସଫଳ ପରୀକ୍ଷଣ
ଧାମରା,୧୦ା୧୨ : ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ସୋମବାର ଅପରାହ୍ନ ୧.୨୮ ମିନିଟ୍ ସମୟରେ ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ସୁଦୀର୍ଘ ଚାଇନା ଏବଂ ଋଷିଆକୁ ଲକ୍ଷ୍ୟଭେଦ କରିପାରୁଥିବା ଏବଂ ଚାଇନାର ଡଙ୍ଗପେଙ୍ଗ କ୍ଷେପଣାସ୍ତ୍ରକୁ ଟକ୍କର ଦେବା ଭଳି ଏହି ଅଗ୍ନି-୫ କ୍ଷେପଣାସ୍ତ୍ର ୫୦୦୦ କିମି ଲକ୍ଷ୍ୟଭେଦ କରିପାରିବ ବୋଲି ଡିଆରଡିଏ କର୍ତ୍ତୃପକ୍ଷ କହିଛନ୍ତି । ଏହାର ପ୍ରକୃତ ଲକ୍ଷ୍ୟଭେଦ ୫ ହଜାର ମାଇଲ ଅର୍ଥାତ ୮ ହଜାର କି.ମି ବୋଲି ଚୀନ୍ କର୍ତ୍ତୃପକ୍ଷଙ୍କ ନିକଟରେ ମତ ପ୍ରକାଶ କରିଥିଲେ ।

ଏହି କ୍ଷେପଣାସ୍ତ୍ରର ଲମ୍ବ ୧୭ ମିଟର, ମୋଟେଇ ୨ ମିଟର, ଓଜନ ୫୦ ଟନ୍ ହୋଇଥିବା ବେଳେ ଏହା ୧୧ ଟନ୍ ଓଜନର ପାରମ୍ପରିକ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ହାସଲ କରିଛି ବୋଲି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରୁ ପ୍ରକାଶ । ଅଗ୍ନି-୫ କ୍ଷେପଣାସ୍ତ୍ର ୩ ଷ୍ଟେଜ୍ ବିଶିଷ୍ଟ କଠିନ ଇନ୍ଧନ ଯୁକ୍ତ । ସୋମବାର ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ଦିନ ୧.୨୮ ମିନିଟ୍ରେ ହୋଇଥିବା ବେଳେ ୧୨ ମିନିଟ୍ ସମୟ ମଧ୍ୟରେ ଏହା ଲକ୍ଷ୍ୟ ଭୋଦ କରିପାରିଥିଲଶ । ଏହି ଅଗ୍ନି-୫ କ୍ଷେପଣାସ୍ତ୍ର ଚାଇନା, ଋଷିଆ, ମସ୍କୋ, ଏଥେନ୍ସ, କାଇରା, ତେହେରାନ, ବେଜିଂ, ହଂକଂ, ବ୍ୟାଙ୍କକ୍, ଜାକାର୍ତ୍ତା ଏବଂ ଟୋକିଓକୁ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ଅଛି ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ପ୍ରକାଶ ପାଇଛି । ଆଜି ଏହା ଧାମରାଠାରେ ଥିବା କଲାମ ଘାଟିର ୪ନଂ ଲଞ୍ଚପ୍ୟାଡରୁ ପରୀକ୍ଷଣ କରାଯାଇଥିଲା ।

ଏହା ରୋଡ ଏବଂ ରେଳ ଲଞ୍ଚପ୍ୟାଡରୁ ମୋବାଇଲ ଲଞ୍ଚର ଯୋଗେ ପରୀକ୍ଷଣ କରାଯାଇ ପାରିବ । ଅଗ୍ନି-୫ କ୍ଷେପଣାସ୍ତ୍ରର ୭ମ ସଂସ୍କରଣ ପରୀକ୍ଷା କରାଯାଇଥିଲା । ଏହାର ପ୍ରଥମ ପରୀକ୍ଷା ୧୯ ଏପ୍ରିଲ ୨୦୧୨, ଦ୍ୱିତୀୟ ପରୀକ୍ଷଣ ୧୫ ସେପ୍ଟେମ୍ବର ୨୦୧୩, ତୃତୀୟ ପରୀକ୍ଷଣ ୩୧ ଜାନୁଆରୀ ୨୦୧୫ ଏବଂ ୪ର୍ଥ ପରୀକ୍ଷଣ ୨୬ ଡିସେମ୍ବର ୨୦୧୬ରେ ଏବଂ ୫ମ ପରୀକ୍ଷଣ ୧୮ ଜାନୁଆରୀ ୨୦୧୮ରେ ଏବଂ ୬ଷ୍ଠ ପରୀକ୍ଷଣ ୩ ଜୁନ୍ ୨୦୧୮ରେ ସଫଳତାର ସହ ହୋଇଥିଲା ।

ଏହି କ୍ଷେପଣାସ୍ତ୍ରଟି ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି । ଏହି କ୍ଷେପଣାସ୍ତ୍ର ୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ବେଳେ ଆଜିର ଏହି ପରୀକ୍ଷଣ ଭାରତୀୟ ସ୍ଥଳ ସେନାର ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡୋଙ୍କ ଦ୍ୱାରା ହୋଇଥିବା ବେଳେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ବହୁ ବୈଜ୍ଞାନିକ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ