Connect with us

ଖେଳ

‘ହାର୍ଟବିଟ୍ସ ଫର ହକି’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ l

'ହାର୍ଟବିଟ୍ସ ଫର ହକି' ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ l

‘ହାର୍ଟବିଟ୍ସ ଫର ହକି’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ l
ଭୁବନେଶ୍ୱର,୨୯ା୮ : ପୁରୁଷ ହକି ବିଶ୍ୱକପ ପାଇଁ କାଉଂଟ ଡାଉନ ଅ।ରମ୍ଭ ହୋଇଯାଇଛି । ବିଶ୍ୱକପ୍ କୁ ଅ।ଉ ମାତ୍ର ୯୦ ଦିନ ବାକି ଥିବା ବେଳେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ “ହାର୍ଟବିଟ୍ସ ଫର ହକି’ ନାମକ ଏକ କ୍ୟାମ୍ପେନ ଅଭିଯାନର ଶୁଭାରମ୍ଭ କରିଛନ୍ତି ।

ଭାରତକୁ ପୁଣି ଥରେ ବିଶ୍ୱବିଜୟୀ କରାଇବା ଏବଂ ବିଶ୍ୱସ୍ତରରେ ଓଡିଶାର ନାଁକୁ ବଜାୟ ରଖିବା ପାଇଁ ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି । ଏହି କ୍ରୀଡାର ଅଧିକ ପ୍ରଚାର ପ୍ରସାର ପାଇଁ ୧୭ଟି ସହରରେ କ୍ୟାମ୍ପେନ ଅ।ରମ୍ଭ ହେବକୁଯାଉଛି । ହାର୍ଟ ବିଟ୍ ଫର ହକି ଗାଡ଼ି ଜଳନ୍ଧର, ଲଖନଉ, ରାଂଚି, ଦିଲ୍ଲୀ, ଚେନ୍ନାଇ ପରିଭ୍ରମଣ କରିବ । ସେହିପରି ଚଣ୍ଡିଗଡ଼, ବେଙ୍ଗାଲୁରୁ, ମୁମ୍ବାଇ, ଭୋପାଳ, ରାଉରକେଲା, ଇମ୍ପାଲରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ହକି ଷ୍ଟିକ୍ କୁ ପ୍ରଦର୍ଶିତ କରାଯିବ ।

ଜାତୀୟ କ୍ରୀଡ଼ା ଦିବସ ଅବସରରେ ବୁଧବାର ଦିନ କଳିଙ୍ଗ ଷ୍ଟାଡ଼ିୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୬୦ ଡିଗ୍ରୀ ଅଭିଯାନ ହାର୍ଟ ବିଟ୍ସ ଫର୍ ହକି କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି । ହାର୍ଟ ବିଟ୍ସ ଫର୍ ହକି ଅଭିଯାନ ମାଧ୍ୟମରେ ସଙ୍ଗୀତ, ମନୋରଞ୍ଜନ, ଫେସନ, ଶୁଦ୍ଧ କ୍ରୀଡ଼ା ଓ ପ୍ୟାନେଲ ଅ।ଲୋଚନା ହେବ । ଜାତୀୟ ଦଳକୁ ନେଇ ପ୍ରସ୍ତୁତ ଡିଜିଟାଲ ଅଭିଯାନ ଉନ୍ମୋଚିତ ହେବ ।

ସୂଚନାଯୋଗ୍ୟ ଯେ, ଆସନ୍ତା ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଏହି କ୍ରୀଡା ମହାକୁମ୍ଭ ଆୟୋଜିତ ହେବ । ଏଥିରେ ମୋଟ୍ ୧୬ଟି ଦେଶର ଖେଳାଳୀ ଭାଗ ନେବେ ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ