Connect with us

ଆଞ୍ଚଳିକ

ହାଇକୋର୍ଟ ବେଂଚ ଦାବିରେ ବଲାଙ୍ଗୀର ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ସାଙ୍କେତିକ ଚିତ୍ର

ହାଇକୋର୍ଟ ବେଂଚ ଦାବିରେ ବଲାଙ୍ଗୀର ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ଭୁବନେଶ୍ୱର:- ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଗତକାଲି ୨୪ଘଂଟିଆ ବନ୍ଦ୍ ପରେ ମଙ୍ଗଳବାରଠାରୁ ୧୦ଦିନିଅ। କାର୍ଯ୍ୟବନ୍ଦ ଅ।ନ୍ଦୋଳନକୁ ଓହ୍ଲାଇଛି ବଲାଙ୍ଗୀର ଓକିଲ ସଂଘ ।
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ତହସିଲ ଓ କୋର୍ଟ ବନ୍ଦ କରାଯାଇଛି । ଏହି ଆନ୍ଦୋଳନ ୧୦ ଦିନ ପର୍ଯ୍ୟନ୍ତ ଚାଲିବ । ମଙ୍ଗଳବାର ଦିନ ଆନ୍ଦୋଳନକାରୀମାନେ ଜିଲ୍ଲା ଦୌରାଜଜଙ୍କୁ କୋର୍ଟରେ ପୁରାଇ ଦେଇନଥିଲେ । କୋର୍ଟରେ ଯୋଗ ଦେବା ପାଇଁ ଦୌରାଜଜ୍ ଅ।ସିଥିବାବେଳେ ତାଙ୍କ ଗାଡିକୁ ଅଟକାଇବାରୁ ସେ ଫେରିଯାଇଥିଲେ । ମଙ୍ଗଳବାର ଠାରୁ ଜିଲ୍ଳାପାଳ, କୋର୍ଟ, କଚେରୀ କାର୍ଯ୍ୟ ବନ୍ଦ ରଖାଯାଇଛି । ଆଇନଜୀବୀମାନେ କୋର୍ଟ ଅ।ଗରେ ଧାରଣା ଦେବା ସହ ପିକେଟିଂ କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଦାବି ପୂରଣ କରି ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା କରିବାକୁ ସେମାନେ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ