Connect with us

ଦେଶ

ହତ୍ୟା ମାମଲାରେ ସନ୍ଥ ରାମପାଲ ଦୋଷୀ

ସାଙ୍କେତିକ ଚିତ୍ର

ହତ୍ୟା ମାମଲାରେ ସନ୍ଥ ରାମପାଲ ଦୋଷୀ
ହିସାରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା
ହିସାର,୧୧ା୧୦ : ସତଲୋକ ଆଶ୍ରମ ହିଂସାକାଣ୍ଡରେ ବିବାଦୀୟ ସନ୍ଥ ରାମପାଲଙ୍କୁ ଦୁଇଟି ହତ୍ୟା ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ରାୟ ଶୁଣାଣି ପାଇଁ ସେଣ୍ଟ୍ରାଲ ଜେଲକୁ ହିଁ କୋର୍ଟ ରୁମରେ ପରିଣତ କରାଯାଇଥିଲା । ବିଚାରପତି ଡିଆର ଚାଲିଆ ଏହି ମାମଲାର ଶୁଣାଣି କରିଛନ୍ତି । ୨୦୧୪ରେ ରାମପାଲଙ୍କ ଆଶ୍ରମରେ ଘଟିଥିବା ହିଂସାକାଣ୍ଡରେ ୭ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ୫ ମହିଳା ଓ ଜଣେ ଶିଶୁ ସାମିଲ ଥିଲେ । ରାୟ ପରେ ରାମପାଲଙ୍କ ସମର୍ଥକଙ୍କ ଦ୍ୱାରା କୌଣସି ପ୍ରକାରର ଉପଦ୍ରବ ହେବାର ଆଶଙ୍କା କରି ଜେଲ ଭିତରେ ହିଁ ଭିଡିଓ କନଫରେନ୍ସିଂ ଜରିଆରେ ରାମପାଲଙ୍କୁ ହାଜର କରାଯାଇଥିଲା ।

ଆଜି ରାୟର ଶୁଣାଣିକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବରୱାଲାର ସତଲୋକ ଆଶ୍ରମ ହିଂସାକାଣ୍ଡରେ ଦୁଇଟି ହତ୍ୟା ମାମଲାର ଶୁଣାଣି ଅତିରିକ୍ତ ଜିଲ୍ଲା ଓ ସତ୍ର ନ୍ୟାୟାଧିଶ ଅଜୟ ପରାଶର ସେଣ୍ଟ୍ରାଲ ଜେଲ ୧ରେ କରିଥିଲେ । ରାମପାଲଙ୍କ ବିରୋଧରେ ଆଜି ରାୟକୁ ଦୃଷ୍ଟିରେ ରଖି ଗୁରୁବାର ସକାଳୁ ହିଁ ପୂରା ହିସାରରେ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା । ବୁଧବାର ଜିଲ୍ଲାରେ ଧାରା ୧୪୪ ଲାଗୁ ହୋଇଥିଲା । ଏହାସହିତ ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରାଯାଇଥିଲା । ପ୍ରାୟ ୨୦୦୦ ସୁରକ୍ଷାବଳଙ୍କୁ ନିଯୁକ୍ତି ଦିଆଯାଇଥିଲା । ସହରର ଅନେକ ଜାଗାରେ ରୁଟ୍ ପରିବର୍ତ୍ତନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ନଭେମ୍ବର ୧୮ରେ ସତଲୋକ ଆଶ୍ରମ ସଞ୍ଚାଳକ ରାମପାଲଙ୍କୁ ବରୱାଲା ସ୍ଥିତ ତାଙ୍କରି ଆଶ୍ରମରୁ ବାହାର କରିବା ପାଇଁ ପୋଲିସ ଅପରେସନ ଚଳାଇଥିଲା । ଆଶ୍ରମକୁ ପ୍ରବେଶ ଉଦ୍ୟମ ସମୟରେ ପ୍ରଥମ ଦିନରେ ଅନେକ ଲୋକ ଆହତ ହୋଇଥିଲେ । ମାତ୍ର ରାମପାଲଙ୍କ ସମର୍ଥକ ପ୍ରବେଶ ଦ୍ୱାରାରେ ମାରଣାସ୍ତ୍ର ଧରି ଡେରା ପକାଇଥିଲେ । ସେମାନେ ପୋଲିସକୁ ଆଶ୍ରମ ମଧ୍ୟକୁ ପ୍ରବେଶ କରିବାକୁ ଦେଇନଥିଲେ ।

ରାମପାଲଙ୍କୁ ବାହାର କରିବା ପର୍ଯ୍ୟନ୍ତ ବହୁତ ହିଂସାକାଣ୍ଡ ଘଟିଥିଲା । ଏଥିରେ ୫ଜଣ ମହିଳାଙ୍କ ସମେତ ଜଣେ ଶିଶୁର ମୃତ୍ୟୁ ଘଟିଥିଲା । ପୋଲିସ ହିଂସା ମାମଲାରେ ରାମପାଲଙ୍କ ବ୍ୟତୀତ ୧୫ଜଣ ଏବଂ ଅନ୍ୟ ଏକ ମାମଲାରେ ରାମପାଲଙ୍କ ସମେତ ୧୪ ଲୋକଙ୍କ ବିରୋଧରେ ଏଫ୍ଆଇଆର ରୁଜୁ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ