Connect with us

ମନୋରଞ୍ଜନ

ସତକୁ ସତ ମାଧୁରୀଙ୍କ ଓଠକୁ କାମୁଡ଼ି ଦେଇଥିଲେ

ସାଙ୍କେତିକ ଚିତ୍ର

ବିନୋଦ ଖାନ୍ନା ମାଧୁରୀ ଦୀକ୍ଷିତଙ୍କ ଓଠକୁ ସତକୁ ସତ କାମୁଡ଼ି ଦେଇଥିଲେ

ମୁମ୍ବାଇ : ବିନୋଦ ଖାନ୍ନା ମାଧୁରୀ ଦୀକ୍ଷିତଙ୍କ ସହ ଚୁମ୍ବନର ଦୃଶ୍ୟ କରୁଥିବା ସମୟରେ ସତକୁ ସତ ମାଧୁରୀଙ୍କ ଓଠକୁ କାମୁଡ଼ି ଦେଇଥିଲେ । ସେତେବେଳର ବହୁ ଚର୍ଚିତ ଚଳଚିତ୍ର ‘ଦୟାଵାନ’ର ‘ଆଜ୍‌ ଫିର୍‌ ତୁମ୍‌ପେ ପ୍ୟାର୍‌ ଆୟା ହେ’ ଗୀତର ଚୁମ୍ବନ ଦୃଶ୍ୟର ସୁଟିଂ ଚାଲୁଥିବା ସମୟରେ ବିନୋଦ ଖାନ୍ନା ମାଧୁରୀଙ୍କୁ ଦେଖି ନିଜ ଉପରୁ ନିୟନ୍ତ୍ରଣ ହରାଇବା ସହ ମାଧୁରୀଙ୍କ ଓଠକୁ କାମୁଡ଼ି ଦେଇଥିଲେ । ଯାହା ଦ୍ୱାରା ମାଧୁରୀଙ୍କ ଓଠରେ ଆଘାତ ଲାଗିଥିଲା । ଶୁଟିଂ ପରେ ମାଧୁରୀ ଏହି ଦୃଶ୍ୟକୁ ଫିଲ୍ମରୁ ହଟାଇବା ପାଇଁ ଫିରୋଜ ଖାନଙ୍କୁ ଅନୁରୋଧ କରିଥିବା ସତ୍ତ୍ୱେ ବି ସେ ଦୃଶ୍ୟ ହଟି ନଥିଲା । ଏହି ଫିଲ୍ମରେ ଥିବା ମାଧୁରୀ ଏବଂ ବିନୋଦ ଖାନ୍ନା ଦେଇଥିବା ଦୃଶ୍ୟ ଆଜି ବି ସମସ୍ତଙ୍କ ମନରେ ଶିହରଣ ଖେଳାଇଦିଏ ।

କୁହାଯାଏ ଯେ ,ଚଳଚିତ୍ରରେ ଥିବା ଦୃଶ୍ୟ ପାଇଁ ଫିଲ୍ମ ହିଟ୍‌ ହୋଇଥିବାର ଅନ୍ୟତମ କାରଣଥିଲା । ସେ ସମୟରେ ବିନୋଦ ଖାନ୍ନା ନେଇଥିବା ସନ୍ୟାସରୁ ପୁଣି ସିନେଜଗତକୁ ଫେରିଥାନ୍ତି ଓ ତାଙ୍କ ସହ ଫିଲ୍ମ କରିବା ପାଇଁ ସବୁ ଅଭିନେତ୍ରୀ ରିସ୍କ ଉଠାଇବାକୁ ଚାହୁଁ ନଥାନ୍ତି କିନ୍ତୁ ମାଧୁରୀ ଫିଲ୍ମ କରିବା ପାଇଁ ରାଜି ହୋଇଥିଲେ । ଏବଂ ଏହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଥିଲା ।

ସେତେବେଳେବି ମାଧୁରୀଙ୍କ ହାତରେ ଭଲ ଫିଲ୍ମ ନଥିଲା । ଫିଲ୍ମ ରିଲିଜ୍‌ ପରେ ସେହି ଦୃଶ୍ୟକୁ ନେଇ ମାଧୁରୀଙ୍କୁ ଅନେକ ଟାହି ଟାପରା ସହିତ ସମାଲୋଚନା ଶୁଣିବାକୁ ପଡ଼ିଥିଲା । ସବୁବେଳେ ମାଧୁରୀ ସେହି ସମୟକୁ ନିଜ ଫିଲ୍ମ ଜୀବନର ସବୁଠାରୁ ଖରାପ ସମୟ ବୋଲି ସ୍ୱୀକାର କରନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ