Connect with us

ଆମ ଖବର

ଶ୍ରୀମନ୍ଦିର ସଂସ୍କାର ମାମଲା ଖାରଜ କରିବାକୁ ଆବେଦନ

ନୂଆଦିଲ୍ଲୀ,୬ା୮ : ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ôଚ ଥିବା ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଓ ସଂସ୍କାର ନେଇ ଏକ ଭିନ୍ନ ମୋଡ ନେଇଛି । ମୂଳ ଆବେଦନକୁ ବିରୋଧ କରିଛି ଇଣ୍ଟର କଣ୍ଟିନେଣ୍ଟାଲ ଓକିଲ ସଂଘ ଓ ଶ୍ରୀଜଗନ୍ନାଥ ସେନା । ମୃଣାଳିନୀ ପାଢ଼ୀଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲାକୁ ଖାରଜ କରିବାକୁ ଆଜି କୋର୍ଟଙ୍କ ନିକଟରେ ଆବେଦନ କରାଯାଇଛି । ନୂତନ ଆବେଦନକୁ ସୁପ୍ରିମ୍କୋର୍ଟ ଗ୍ରହଣ କରିଥିବା ନେଇ ଦେବାଶିଷ ମିଶ୍ର ସୂଚନା ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୫ ତାରିଖ ଦିନ ହେବ ବୋଲି ସୂଚନା ମିଳିଛି । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଓ ସଂସ୍କାର ନେଇ ମୃଣାଳିନୀ ପାଢ଼ୀଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ଯାହାକୁ ନେଇ ଆଜି ସୁପ୍ରିମ୍କୋର୍ଟ ବିଚାରପତି ଜଷ୍ଟିସ୍ ଏକେ ସିକ୍ରି ଓ ଅଶୋକ ଖଣ୍ଡପୀଠ ଶୁଣାଣି କରିଥିଲେ । ଏହି ମୂଳ ମାମଲାକୁ ଖାରଜ କରିବାକୁ ଇଣ୍ଟର କଣ୍ଟିନେଣ୍ଟାଲ ଓକିଲ ସଂଘ ଓ ଜଗନ୍ନାଥ ସେନା ଆବେଦନ କରିଛି । ସେଥିପାଇଁ ଖଣ୍ଡପୀଠ ସେମାନଙ୍କୁ ମୂଳ ମାମଲାର ପକ୍ଷଭୁକ୍ତ କରିଛନ୍ତି । ଆଗାମୀ ଶୁଣାଣି ନିଜର ପକ୍ଷ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ଚାବି ହଜିବା ଘଟଣାକୁ ଏଡାଇ ଦେବାକୁ ଶ୍ରୀମନ୍ଦିର ସଂସ୍କାର ଉଠାଯାଉଛି । ଏହାସହିତ ଶ୍ରୀମନ୍ଦିର ଅଣହିନ୍ଦୁ ପ୍ରବେଶକୁ କେବେବି ଗ୍ରହଣ କରାଯିବନାହିଁ । ଏହାକୁ ସେନା ବିରୋଧ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମାମଲାରେ ଗତ ଶୁଣାଣୀରେ ଶ୍ରୀଜଗନ୍ନାଥ ମନ୍ଦିର ୱେବ୍ସାଇଟ୍କୁ ଅପଡେଟ୍ କରିବା ସହିତ ଦାନ ଦକ୍ଷିଣା ନେଇ ବିଭିନ୍ନ ସଂସ୍କାର ଆଣିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ନେଇ ପରାମର୍ଶ ଦେଇଥିଲେ

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର