Connect with us

ଅପରାଧ

ଶ୍ରୀମନ୍ଦିର ପରିସରରୁ ୬ ଲକ୍ଷ ଟଙ୍କା ଚୋରି

ସାଙ୍କେତିକ

ଶ୍ରୀମନ୍ଦିର ପରିସରରୁ ୬ ଲକ୍ଷ ଟଙ୍କା ଚୋରି
ପୁରୀ, ୧୧ ଅପ୍ରେଲ – ଶ୍ରୀମନ୍ଦିର ପରିସରରୁ ୬ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ବୁଧବାର ବିଳମ୍ବିତ ରାତିରେ କୌଣସି ଦୁର୍ବୃତ ପଶି ଏହି ଚୋରି କରିଥିବା ସିସିଟିଭି ଫୁଟେଜ ଆଧାରରୁ ଜଣାପଡିଛି । କୋଇଲି ବୈକୁଣ୍ଠ ପ୍ରବେଶ ପଥରେ ଥିବା ସୁଆର ମହାସୁଆର ନିଯୋଗ ଅନ୍ନଦାନ ଆଟିକା ଅଫିସରୁ ବାକ୍ସଭାଙ୍ଗି ୬ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗରୁ ଜଣାପଡିଛି । ଏ ସମ୍ପର୍କରେ ସିଂହଦ୍ୱାର ଥାନା ପକ୍ଷରୁ ଯାଂଚ୍ କରାଯାଇଥିବା ବେଳେ ସିସିଟିଭି ଫୁଟେଜରେ ଥିବା ଫଟୋ ସମ୍ପର୍କରେ ଅନୁସନ୍ଧାନ କରି ଚୋରକୁ ପୁଲିସ ଖୋଜୁଛି ।
ସୂଚନାଯୋଗ୍ୟ ଯେ, ଗତ କିଛିଦିନ ପୂର୍ବେ ଦକ୍ଷିଣଦ୍ୱାର ନିକଟ ଶ୍ରୀମନ୍ଦିର ପରିସରରେ ଥିବା ରାମମନ୍ଦିରରୁ ଚୋରି ହୋଇଥିଲା । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଉଛି ବୋଲି ପ୍ରଶାସନ କହୁଥିବାବେଳେ ପ୍ରକୃତ ପକ୍ଷେ ସେଭଳି ସୁରକ୍ଷା ନଥିବା ଏହି ଦୁଇଟି ଚୋରିରୁ ସ୍ପଷ୍ଟ ହୋଇଛି । ଏ ସମ୍ପର୍କରେ ଥାନା ପକ୍ଷରୁ ତନାଘନା ତଦନ୍ତ ଚାଲିଛି । ଚୋର କିପରି ମନ୍ଦିର ଭିତରେ ପଶିଲା, କେଉଁ ପଟେ ଗଲା, କିପରି ତାଲା ଭାଙ୍ଗିଲା ସେ ସମ୍ପର୍କରେ ପୁଲିସ ତଦନ୍ତ କରୁଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ