Connect with us

ଅପରାଧ

ଶିକ୍ଷକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଉତେଜନା

ସାଙ୍କେତିକ

ନାବାଳିକା ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଉତେଜନା
ବାରିପଦା, ୩୧ ଜାନୁଆରୀ – ଆଜି ଏହିପରି ଏକ ଘଟଣା ଦେଖିବାକୁ ମିଳିଅଛି ଯାହା ଗୁରୁଙ୍କର ଅସଲ ଚରିତ୍ରକୁ ପଦାରେ ପକାଇଛି । କେତେକ ମୃଷ୍ଟିମେୟ ନଷ୍ଟଚରିତ୍ର ବ୍ୟକ୍ତିବିଶେଷଙ୍କ ପାଇଁ ସମଗ୍ର ଶିକ୍ଷକ ସମାଜ କୁ କଳଙ୍କର ବୋଝ ମୁଣ୍ଡାଇବାକୁ ପଡୁଅଛି । ମୟୁରଭଞ ଜିଲା ମୋରଡା ବ୍ଲକ ଗଡିଆ ପଂଚାୟତ ଅଧିନ ନୁହାମାଳିଆ ସରକାରୀ ୟୁପି ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ତିନି ଜଣ ନାବାଳିକା ଛାତ୍ରୀ ଙ୍କ ପ୍ରତି ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ପର୍ଯ୍ୟାୟକ୍ରମେ ଦୁର୍ବବ୍ୟବହାର ପ୍ରଦର୍ଶନ କରିଆସୁଥିଲେ । ପାଠ ପୋଢାଇବା ଆଢୁଆଳରେ ଛାତ୍ରୀ ମାନଙ୍କ ପ୍ରତି ମନ୍ଦ ଆଚରଣ କରିଆସୁଥିଲେ ।

ଏହି ଘଟଣା ବାବଦରେ ପିଡିତା ଛାତ୍ରୀ ମାନେ କାନ୍ଦି କାନ୍ଦି ଅଭିଭାବକ ନିକଟରେ ପ୍ରକାଶ କରିବାପରେ ସେମାନେ ସ୍କୁଲ ପରିଚାଳକ କମିଟି ର ସଭାପତି ଏବଂ ସଦସ୍ୟ ମାନଙ୍କୁ ଜଣାଇବା ସହ ନ୍ୟାୟ ପାଇଁ ଦାବୀ କରିଥିଲେ । ଅନ୍ୟପଟେ ସରଳ ନିଷ୍ପାପ ନାବାଳିକା ଛାତ୍ରୀ ମାନଙ୍କୁ ମନ୍ଦ ଆଚରଣ କରିଥିବା ପ୍ରଧାନ ଶିକ୍ଷକ ଅନଙ୍ଗ ଦେବ ଟିପିରିଆ ନିଜର ଅସୁସ୍ଥତା ଦର୍ଶାଇ ସ୍କୁଲ ନଆସି ଅନ୍ୟ ଜଣେ ଶିକ୍ଷୟତ୍ରୀ ଙ୍କୁ ଦାୟିତ୍ୱ ତୁଲାଇବା ନିମନ୍ତେ ନିଦେ୍ଧଶ ଦେଇଥିଲେ । କିନ୍ତୁ ଶିକ୍ଷୟତ୍ରୀ ଜଣକ ଆଜି ତୁରନ୍ତ ବିଦ୍ୟାଳୟରେ ଉପସ୍ଥିତ ହେବା ନିମନ୍ତେ ଏକ ବଲେରୋ ଗାଡିରେ ନିଜ ପରିବାର ଙ୍କ ସହ ସ୍କୁଲ କୁ ଆସିଥିଲେ । ମାତ୍ର ସ୍କୁଲ ପରିଷରରେ ଆସି ପହଁଚିବା ପରେ ଉତ୍ୟକ୍ତ ଲୋକମାନେ ତାଙ୍କୁ ଠେଲାପେଲା ଆରମ୍ଭ କରିଦେଇଥିଲେ । ଘଟଣାକୁ ନେଇ ସ୍କୁଲ ପରିସରେରେ ଲାଗିରହିଥିଲା ଉତେଜନା ।

ଏହି ସ୍ପର୍ଶକାତର ତଥା ସମ୍ବେଦନଶୀଳ ଘଟଣା ଖବରପାଇ ମଧ୍ୟ ଶିକ୍ଷା ବିଭାଗ ଉଚ୍ଚ ଅଧିକାରୀ ଘଟଣା ସ୍ଥଳରେ ପହିଁଚି ପାରି ନଥିବାର ଅଭିଭାବକ ତଥା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛିି । ଏ ବାବଦରେ ଜିଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କ ଫୋନ ନମ୍ବର ୯୪୩୭୧୫୦୦୪୨ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ଉଠାଇନଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ