Connect with us

ଦେଶ

ଶହେ ମହିଳାଙ୍କୁ ତିନି ତଲାକ ପୀଡ଼ିତାଙ୍କ ତଦାରଖକରି ଭାବେ ନିଯୁକ୍ତି ଦେବ ୟୁପି ବିଜେପି

ସାଙ୍କେତିକ ଚିତ୍ର

ଶହେ ମହିଳାଙ୍କୁ ତିନି ତଲାକ ପୀଡ଼ିତାଙ୍କ ତଦାରଖକରି ଭାବେ ନିଯୁକ୍ତି ଦେବ ୟୁପି ବିଜେପି
ଲକ୍ଷ୍ନୌ :- ଉତ୍ତର ପ୍ରଦେଶ ବିଜେପି ଏକ ରାଜନୈତିକ କାର୍ଯ୍ୟକ୍ରମ ଜରିଆରେ ଖୁବ ଶୀଘ୍ର ଶହେ ମହିଳାଙ୍କୁ ତିନି ତଲାକ ପୀଡ଼ିତାଙ୍କ ତଦାରଖକରି ଭାବେ ନିଯୁକ୍ତି ଦେବେ । ଏହି ମହିଳାମାନେ ରାଜ୍ୟରେ ଥିବା ତିନି ତଲାକ ପୀଡିତା ମହିଳାଙ୍କୁ ଉଦ୍ଧାର କରି ସେମାନଙ୍କୁ ଉଚିତ ନ୍ୟାୟ ଦେବାରେ ସାହାଯ୍ୟ କରିବେ। ଉତ୍ତର ପ୍ରଦେଶ ବିଜେପି ସଂଖ୍ୟାଲଘୁ ଶାଖାର ସମ୍ପାଦିକା ନାଜିଆ ଆଲମ ଏହି ଦାୟିତ୍ୱରେ ଅଛନ୍ତି । ସେ କହିଛନ୍ତି ଯେ, ତିନି ତଲାକ ପ୍ରମୁଖ ମହିଳାମାନଙ୍କୁ ୯୩ଟି ସଙ୍ଗଠିତ ଜିଲ୍ଲାରେ ଏବଂ ୬ଟି ଆଞ୍ଚଳିକ ୟୁନିଟରେ ନିଯୁକ୍ତି ଦିଆଯିବ। ସରିଆତ ଆଇନ୍‌ ଏବଂ ଦେଶର ଆଇନ୍‌ ବିଷୟରେ ଜ୍ଞାନ ଥିବା ଶିକ୍ଷିତ ମହିଳାମାନଙ୍କୁ ତିନି ତଲାକ ମୁଖିଆ ଭାବେ ନିଯୁକ୍ତି ଦିଆଯିବ । ଏମାନେ ପୀଡିତ ମହିଳାମାନଙ୍କ ଜୀବନ ଧାରଣର ମାନ ବଦଳାଇବା ସହ ସାମାଜିକ ପରିବର୍ତ୍ତନ ଆଣି ପାରିବେ ବୋଲି ଆଲାମ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ