Connect with us

ଓଡିଶା

ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ମୋଦିଙ୍କୁ ଅନୁରୋଧ : ନବୀନ ପଟ୍ଟନାୟକ

ସାଙ୍କେତିକ

ପ୍ରଧାନମନ୍ତ୍ରୀଙ୍କୁ ବାଲେଶ୍ୱର ସଭାରୁ ଜବାବ୍ ଦେଲେ ମୁଖ୍ୟମନ୍ତ୍ରୀ
– ବିଜେଡି ବହୁମତ ପାଇସାରିଲାଣି, ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ମୋଦିଙ୍କୁ ଅନୁରୋଧ : ନବୀନ ପଟ୍ଟନାୟକ
ଭୁବନେଶ୍ୱର,୨୪ ଅପ୍ରେଲ – ତୃତୀୟ ପର୍ଯ୍ୟାୟ ପରେ ଓଡିଶାବାସୀଙ୍କ ଆଶୀର୍ବାଦରେ ବିଜେଡି ବହୁମତ ପାଇସାରିଲାଣି । ବିଜେଡି ସରକାରର ଶପଥ ଗ୍ରହଣ ଉତ୍ସବରେ ଅତିଥି ଭାବେ ଯୋଗ ଦେବାକୁ ମୋଦିଜୀଙ୍କୁ ଅନୁରୋଧ ରହିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଗତକାଲି କେନ୍ଦ୍ରାପଡାର ବାରୁଅ ଜନସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଓଡିଶାରୁ ବିଜେଡି ସରକାର ଗଲାପରେ ସେ ପୁଣି ଓଡିଶା ଆସିବେ । ଏହାର ପ୍ରତିକ୍ରିୟାରେ ଆଜି ବାଲେଶ୍ୱର ରେମୁଣାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।
ଅନ୍ୟପକ୍ଷରେ ବାଲେଶ୍ୱରରେ ମେଡିକାଲ କଲେଜ ହେଲା ଆପଣମାନେ ଖୁସିତ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିବା ସହ କହିଥିଲେ ଯେ ଏହି ମେଡିକାଲ କଲେଜ ପାଇଁ ରାଜ୍ୟସରକାର ୨୫୦ କୋଟି ଠଙ୍କା ଖର୍ଚ୍ଚ କରିଛନ୍ତି । କେନ୍ଦ୍ର ଦେଇଛି ମାତ୍ର ୧୦୦ କୋଟି ଟଙ୍କା । ଜଣେ ଓଡିଆ କେନ୍ଦ୍ରମନ୍ତ୍ରୀ ବାଲେଶ୍ୱର ମେଡିକାଲ କଲେଜକୁ ବିରୋଧ କରୁଥିଲେ । ରାଜ୍ୟ ସରକାର ସୁପ୍ରିମ୍ କୋର୍ଟ ରୁ ମନୁମତି ନେଇ ମେଡିକାଲ କଲେଜ କରିଛନ୍ତି ବୋଲି ସେ କହିଛନ୍ତିି । ସେହିପରି ଆଉ ଏକ ଅଭିଯୋଗ କରି ସେ କହିଛନ୍ତି ଯେ ଆହାର ଯୋଜନାରେ ପ୍ରତିଦିନ ଲକ୍ଷଲକ୍ଷ ଲୋକ ଖାଦ୍ୟ ପାଉଥିବା ବେଳେ ସେଇ ଓଡିଆ କେନ୍ଦ୍ରମନ୍ତ୍ରୀ ଏହି ଯୋଜନାକୁ ବନ୍ଦ କରିବାକୁ ଚେଷ୍ଟା କରୁଥିଲେ । ଏ କି ପ୍ରକାର ରାଜନୀତି । ଲୋକଙ୍କ ଉପକାରଠାରୁ ନିଜ ସ୍ୱାର୍ଥ କଣ ବଡ ବୋଲି ସେ ପ୍ରଶ୍ନ କରିଛନ୍ତି । ଫକୀରମୋହନଙ୍କ ମାଟିର ସ୍ୱାଭିମାନୀ ଓଡିଆ ଏହାର ଉଚିତ୍ ଜବାବ୍ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା