Connect with us

ଦେଶ

ଶକ୍ତିକାନ୍ତ ଦାସଙ୍କ ମିଡିଆକୁ ସମ୍ବୋଧନ

ସାଙ୍କେତିକ ଚିତ୍ର

ମୁମ୍ବାଇ,୧୨ା୧୨ : ଆରବିଆଇର ଗଭର୍ଣ୍ଣର ରୂପେ କାର୍ଯ୍ୟଭାର ସମ୍ଭାଳିବା ପରେ ଶକ୍ତିକାନ୍ତ ଦାସ ବୁଧବାର ପ୍ରଥମ ଥର ମିଡିଆକୁ ସମ୍ବୋଧିତ କରିଛନ୍ତି । ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି ଯେ, ସେ ନିଜର ପଦରେ ରହି ସଂସ୍ଥାର କାର୍ଯ୍ୟ କରିବାର ଆଭିମୁଖ୍ୟ, ମୂଳ ମନ୍ତ୍ର, ବିଶ୍ୱସନୀୟତା ଓ ସ୍ୱାୟତକୁ କାଏମ ରଖିବା ପାଇଁ ଚେଷ୍ଟା କରିବେ । ଯେବେ ତାଙ୍କୁ ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲ ଓ ସରକାର ମଧ୍ୟରେ ଥିବା ମତଭେଦକୁ ନେଇ ପ୍ରଶ୍ନ କରାଗଲା ସେ ଏହାକୁ ଏଡାଇ ଯାଇଥିଲେ । ତଥାପି ସେ କହିଥିଲେ ଯେ, କୌଣସି ବି ପ୍ରସଙ୍ଗ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇ ପାରେ ।

ସେ ବିବାଦୀୟ ପ୍ରସଙ୍ଗ ଆଲୋଚନା ଓ ଚର୍ଚ୍ଚା ମାଧ୍ୟମରେ ସମାଧାନ କରିବେ ବୋଲି କହିଛନ୍ତି । ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଆର୍ବିଆଇର ସେବା କରିବା ମୋ ପାଇଁ ସମ୍ମାନର କଥା ଏବଂ ବଡ ସୁଯୋଗ ମଧ୍ୟ । ମୁଁ ସମସ୍ତଙ୍କ ସହ ମିଶି କାମ କରିବାକୁ ଚେଷ୍ଟା କରିବି ଏବଂ ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ କାମ କରିବି । ଉର୍ଜିତ ପଟେଲ ଓ ସରକାରଙ୍କ ମଧ୍ୟରେ ଥିବା ମତଭେଦକୁ ଖଣ୍ଡନ କରି କହିଛନ୍ତି ଯେ, ମୋତେ ଜଣାନାହିଁ ଯେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖରାପ ଥିଲା । ମୁଁ ଏହାଉପରେ କୌଣସି ଟିପ୍ପଣୀ ଦେବାକୁ ଚାହୁଁନାହିଁ । ଆମକୁ ସମସ୍ତ ହିତଧାରକ ସହିତ ଆଲୋଚନା କରିବା ଉଚିତ୍ । ସରକାର କେବଳ ହିତଧାରକ ନୁହେଁ ବରଂ ଅର୍ଥ ବ୍ୟବସ୍ଥାକୁ ମଧ୍ୟ ଚଳାଇଥାଏ । ଏଥିପାଇଁ ସରକାର ଓ ଆର୍ବିଆଇ ମଧ୍ୟରେ ଆଲୋଚନା ହେବା ଉଚିତ୍ । ଅର୍ଥ ଆୟୋଗର ସଦସ୍ୟ ଥିବା ଶକ୍ତିକାନ୍ତ ଦାସ ଗଭର୍ଣ୍ଣର ପଦ ସମ୍ଭାଳିବା ପରେ ଗୁରୁବାର ସକାଳେ ସାର୍ବଜନୀନ କ୍ଷେତ୍ରର ବ୍ୟଙ୍କ ସିଇଓ ଓ ଏମ୍ଡିଙ୍କ ସହିତ ବୈଠକ କରିବେ ।

ସେ କହିଛନ୍ତି ଯେ, ବ୍ୟାଙ୍କିଙ୍ଗ ଆମର ଅର୍ଥ ବ୍ୟବସ୍ଥାର ମହତ୍ୱପୂର୍ଣ୍ଣ ଅଙ୍ଗ ଅଟେ ଏବଂ ବର୍ତ୍ତମାନ ସମୟରେ ଏହି ବ୍ୟାଙ୍କ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି । ତେଣୁ ଏମାନଙ୍କୁ ଏଥିରୁ ବାହାର କରିବାର ଆବଶ୍ୟକତା ରହିଛି । ତେଣୁ ବ୍ୟାଙ୍କିଂ ସେକ୍ଟର ଉପରେ ଆମକୁ ତକ୍ରାଳ ଧ୍ୟାନ ଦେବା ଜରୁରୀ ଅଟେ । ଶ୍ରୀ ଦାସଙ୍କ ମୁତାବକ ସରକାରୀ ବ୍ୟାଙ୍କ ପରେ ସେ ଘରୋଇ ବ୍ୟାଙ୍କ ସହିତ ବୈଠକ କରିବେ । ଏହାପରେ ଆସନ୍ତା ୧୪ରେ ରିଜର୍ଭ ବ୍ୟାଙ୍କର ବୋର୍ଡ ବୈଠକ ହେବ । ଏହାସହିତ ଦର ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ । କ୍ୟାପିଟାଲ ରିଜର୍ଭରେ ଶୀଘ୍ର ଏକ କମିଟି ଗଠନ କରାଯିବ ।

ଏହାସହିତ ଶ୍ରୀ ଦାସ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ସୁଧ ଦର ଉପରେ ସେ କହିଛନ୍ତି ଯେ, ମନିଟରିଂ ପଲିସି ଏହା ଉପରେ ନିଷ୍ପତ୍ତି ନେବ ବୋଲି ଶ୍ରୀ ଦାସ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ