Connect with us

ଓଡିଶା

“ଲୋକେ ସଚେତନ ହେଉ ନାହାନ୍ତି’

ସାଙ୍କେତିକ

“ଲୋକେ ସଚେତନ ହେଉ ନାହାନ୍ତି’
ଭୁବନେଶ୍ୱର,୨୨ା୧ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁର ବଙ୍ଗଡ଼ଦୁଆ ଘାଟିରେ ମିନିଟ୍ରକ୍ ଓଲଟି ୮ ଜଣଙ୍କ ମୃତ୍ୟୁ ଘଟିବା ଘଟଣାରେ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ଲୋକଙ୍କୁ ଦୋଷ ଦେଇଛନ୍ତି । ସେ କହିଛନ୍ତି ମାଲବୁହା ଗାଡ଼ିରେ ନଯିବାକୁ ଲୋକଙ୍କୁ ସଚେତନତା କରାଯାଉଥିଲେ ହେଁ ସେମାନେ ସଚେତନ ହେଉନାହାନ୍ତି । ଫଳରେ ଦୁର୍ଘଟଣା ଘଟୁଛି ଏବଂ ଧନ ଜୀବନ ନଷ୍ଟ ହେଉଛି । ବାଲିଗୁଡାରେ ଘଟିଥିବା ଦୁର୍ଘଟଣାରେ ତଦନ୍ତ କରିବାପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ମିଳିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ଅଧିକ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ରାରସ୍ତାରୋକ କରିଛନ୍ତି । ମେଡିକାଲରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ରହିଛନ୍ତି । ସୂଚନାଯୋଗ୍ୟ ଯେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁର ବଙ୍ଗଡ଼ଦୁଆ ଘାଟିରେ ମଙ୍ଗଳବାର ଦିନ ପ୍ରାୟ ୧୧ଟା ବେଳେ ୪୦ ଜଣଙ୍କୁ ନେଇ ଯାଉଥିବା ମିନି ଟ୍ରକ୍ ଟି ଘାଟି ତଳକୁ ଓଲଟି ପଡିଥିଲା । ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି ।

ମୃତାହତମାନେ କଳିଙ୍ଗି, ତାରଜେଙ୍ଗି ଓ ଗଦାପୁର ଗାଁର ହୋଇଥିବା ବେଳେ ସେମାନେ ବ୍ରାହ୍ମଣୀଗାଁର ଏକ ଚର୍ଚ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ଅତୀତରେ ମଧ୍ୟ ମାଲବୁହା ଗାଡିରେ ଲୋକମାନେ ଯାତ୍ରା କରି ଦୁର୍ଘଟଣାର ଶୀକାର ହୋଇଥିବାର ନଜୀର ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା