Connect with us

ଦେଶ

ରାଫେଲ ବୁଝାମଣା ୧୦ରେ ଶୁଣାଣି

ସାଙ୍କେତିକ ଚିତ୍ର

ରାଫେଲ ବୁଝାମଣା
୧୦ରେ ଶୁଣାଣି
ନୂଆଦିଲ୍ଲୀ,୮ା୧୦ : ଭାରତ-ଫ୍ରାନ୍ସ ମଧ୍ୟରେ ରାଫେଲ ବିମାନ ଖରିଦ ନେଇ ହୋଇଥିବା ବୁଝାମଣା ସମ୍ପର୍କିତ ନୂତନ ଆବେଦନ ଉପରେ ଆସନ୍ତା ୧୦ ତାରିଖରେ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ସୋମବାର ରାଜି ହୋଇଛନ୍ତି । ଏ ନେଇ ଏକ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା । ରାଫେଲ ବିମାନ ଖରିଦ ନେଇ ହୋଇଥିବା ବୁଝାମଣାରେ ୟୁପିଏ ସରକାର ଏବଂ ଏନ୍ଡିଏ ସରକାରଙ୍କ ଦ୍ୱାରା ସ୍ଥିର ହୋଇଥିବା ଦରର ତୁଳନାତ୍ମକ ବିଶ୍ଲେଷଣ ଏକ ଜଉମୁଦ ଲଫାପାରେ ନ୍ୟାୟାଳୟକୁ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଛି ।

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଏସ୍କେ କୌଲ ଏବଂ ବିଚାରପତି କେଏମ୍ ଜୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ବିନୀତ ଧଣ୍ଡାଙ୍କ ପକ୍ଷରୁ ଦାୟର କରାଯାଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରୁଛନ୍ତି । ଭାରତ-ଫ୍ରାନ୍ସ ମଧ୍ୟରେ ରାଫେଲ ବିମାନ ଖରିଦ ନେଇ ହୋଇଥିବା ବୁଝାମଣାରେ ରାଫେଲ ବିମାନର ପ୍ରକୃତ ମୂଲ୍ୟ କେତେ ରହିଛି ତାହା ସ୍ପଷ୍ଟ କରିବା ପାଇଁ ଅଦାଲତରେ ମଧ୍ୟ ଆବେଦନ କରାଯାଇଛି । ଅନ୍ୟପକ୍ଷରେ ଆଇନଜୀବୀ ଏମ ଏଲ ଶର୍ମା ରାଫେଲ ବୁଝାମଣାକୁ ରଦ୍ଦ କରିବାକୁ ଆଉ ଏକ ଆବେଦନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ