Connect with us

ସମ୍ପାଦକୀୟ

ରାଫେଲ ଚୁକ୍ତି :- କେନ୍ଦ୍ର ସରକାରକୁ ମିଳିଵତ ମୁକ୍ତି ?

ରାଫେଲ ଚୁକ୍ତି :- କେନ୍ଦ୍ର ସରକାରକୁ ମିଳିଵତ ମୁକ୍ତି ?

ରାଫେଲ ଚୁକ୍ତି କେନ୍ଦ୍ର ସରକାରଙ୍କୁ କାଠଗଡା ରେ ଠିଆ କରିଦେଛି l ବିରୋଧୀଦଳ ତଥା କିଛି ବୁଦ୍ଧିଜୀବୀଙ୍କ ପ୍ରଶ୍ନ ବଣରେ ମୋଦି ସରକାର ଘାଇଲା ହୋଇ ସାରିଛନ୍ତି l ଦେଶର ସୁରକ୍ଷା ପାଇଁ ଗୋପନୀୟତାର ଦ୍ଵାହିଦେଇ ମୂଳ ପ୍ରଶ୍ନକୁ ଏଡେଇଦେବାକୁ ଚେଷ୍ଟା କରୁଛନ୍ତି ମୋଦି ସରକାର l ଯେତେ ଏଡେ଼ଇବାକୁ ଚେଷ୍ଟା କରୁଛନ୍ତି, ସେତେ ସନ୍ଦେହ ମଧ୍ୟକୁ ଟାଣିହୋଇ ଯାଉଛି ମୋଦି ସରକାର l

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ , ବ୍ୟବସାୟୀ ଅନିଲ ଅମ୍ବାନିଙ୍କ ଚିଠି ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି l କିଛି ଦିନ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରମୁଖ ସମ୍ବାଦପତ୍ର ‘ଦି ଇଣ୍ଡିଆନ ଏକ୍ସପ୍ରେସ’ର ପୂର୍ବତନ ସମ୍ପାଦକ ଅରୁଣ ସୌରୀ ଏକ ସାମ୍ବାଦିକ ସମ୍ମିଳନୀ ରେ ଅଭିଯୋଗ କରିଥିଲେଯେ,ରାଫେଲ ଯୁଦ୍ଧବିମାନ କିଣା ପ୍ରସଙ୍ଗକୁ ନ ଉଠେଇବା ପାଇଁ ତାଙ୍କୁ ଅନିଲ ଅମ୍ବାନୀ ପତ୍ର ଲେଖିଛନ୍ତି l ପତ୍ର ର ସାରମର୍ମ ଥିଲା ‘ଏହାଦ୍ୱାରା ମୋଦି ଅସୁବିଧାରେ ପଡିବେ’ l
ଶ୍ରୀ ସୌରୀଙ୍କ କହିବା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଫ୍ରାନ୍ସ ଗସ୍ତରେ ଥିଲେ ସେତେବେଳେ ଯୋଉ ଡ଼ିଲ କରାଗଲା ତାହା ନୂତନ ଥିଲା l ନୂଆ ଡ଼ିଲ ପାଇଁ ନୂଆ ଟେଣ୍ଡର ଡାକିବାର ଥିଲା, କାରଣ ଯୋଉ ଘୋଷଣା ପତ୍ର ସାମ୍ନାକୁ ଆସିଛି ସେଥିରେ କୌଣସି ନୂଆ ଉପକରଣ ବା ଅସ୍ତ୍ର ଶସ୍ତ୍ର ଲଗାଯିବାର ଉଡିଷ୍ଟ ନାହିଁ l ପୂର୍ବରୁ ଆକାଶ ବାହିନୀ ଏହାକୁ ସନମତ୍ତି ଦେଇସାରିଥିଲା l ଏହାର କଣ୍ଟ୍ରାକଟ ‘ହିନ୍ଦୁସ୍ତାନ ଏରୋନେଟିକସ ଲିମିଟେଡ଼’ [HAL] କୁ ନଦେଇ ଅନିଲ ଅମ୍ବାନୀ କମ୍ପାନୀ କୁ ଦେଇଦିଆଗଲା l ଯେଉଁ କମ୍ପାନୀ ମାତ୍ର 10 ଦିନ ପୂର୍ବରୁ ତିଆରି କରାଯାଇଅଛି l

ଶ୍ରୀ ସୌରୀଙ୍କ ଅଭିଯୋଗ ଅନୁସାରେ ସରକାର ତାଙ୍କ ଗାଇଡ଼ ଲାଇନ କୁ ମାନି ନାହାନ୍ତି ଯାହା ଗୋଟିଏ ବଡ ଦୁର୍ନୀତି କୁ ଆଙ୍ଗୁଳି ନିର୍ଦେଶ କରୁଛି l ସରକାରଙ୍କର ରକ୍ଷା ରାଜ୍ୟମନ୍ତ୍ରୀ ନିଜେ ଲୋକସଭାରେ ପ୍ରକାଶ କରିଛନ୍ତି ଯେ, 670 କୋଟି ଟଙ୍କା ପ୍ରତି ବିମାନର ଦର ଥିବାବେଳେ ଟେକ୍ନୋଲୋଜି ପ୍ରଦାନ ମଧ୍ୟ ଅନ୍ତର୍ଭୁକ୍ତ ଥିଲା l ଯାହା ‘ହଲ’ [HAL] କୁ ମିଳିବାର ଚୁକ୍ତି ହୋଇଥିଲା l ଏହାକୁ ସେ ବିଗତ ଦିନର ବୋଫୋର୍ସ ଦୁର୍ନୀତି ଠାରୁ ବି ଭୟଙ୍କର ବୋଲି ଦର୍ଶାଇଛନ୍ତି l

 

ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଙ୍କ ଅନୁସାରେ, ଏହି ରକ୍ଷା ସୌଦା ଯୋଗୁଁ ଦେଶକୁ 35000 କୋଟି ଟଙ୍କା କ୍ଷତି ହେଵା ସହିତ ବିମାନର ସଂଖ୍ୟା 126ରୁ 36କୁ କମିଯିବାରୁ ଦେଶର ସୁରକ୍ଷା ପ୍ରତି ବିପଦ ବଢିଛି l ଏହି ସଂଖ୍ୟା କମିବା ବିଷୟରେ ରକ୍ଷାମନ୍ତ୍ରୀକଙ୍କୁ ଜଣା ନଥିଲା କିମ୍ବା ବାୟୁସେନାକୁ ମଧ୍ୟ ଜଣl ନଥିଲା l ପ୍ରଧାନମନ୍ତ୍ରୀ ମୋଦି ସୁରକ୍ଷା ହିତର ବହନା ଦେଖାଇ ନିଜ ବ୍ୟକ୍ତିଗତ କ୍ଷମତା ବଳରେ ନିଷ୍ପତି ନେଇଛନ୍ତି l ଶ୍ରୀ ଭୂଷଣଙ୍କ ଅନୁସାରେ ଦେଶର ସୁରକ୍ଷା ପାଇଁ ସାତଟି ସ୍ୱେକର୍ଡନ ଦରକାର ସେଥିପାଇଁ 126ଟି ବିମାନ ଦେଶକୁ ଦରକାର ଥିଲାବେଳେ 36ଟି ବିମାନ କିଣି ଦେଶର ସୁରକ୍ଷା ସହିତ ଖେଳ ଖେଳା ଯାଇଛି l CCS ର ଅନୁମତି ବିନା ଏହି ଡ଼ିଲ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅଧିକାର ନଥିଲା l

ତାଙ୍କ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଉପରେ ‘କ୍ରିମିନାଲ ମିସକଣ୍ଡକ୍ଟ’ ମାମଲା ଚାଲିଥାନ୍ତା ସେଥିପାଇଁ ଆଇନକୁ ସଂଶୋଧିତ କରି ଦିଆଗଲା l ସେହିପରି ପୂର୍ବ କେନ୍ଦ୍ରୀୟମନ୍ତ୍ରୀ ଯୋଶବନ୍ତ ସିନହାଙ୍କ ଅନୁସାରେ, ଚୁକ୍ତିର ଦୁଇଦିନ ପୂର୍ବରୁ ବିଦେଶ ସଚିବ କହିଥିଲେ ପୁରୁଣା ଚୁକ୍ତିକୁ ହିଁ ପାଳନ କରାଯିବ କିନ୍ତୁ ସେଠି ପହଂଚି ନୂଆ ଚୁକ୍ତି କରିଦିଆଗଲା l ଏହାହିଁ ସରକାରଙ୍କ ମନ୍ଦ ଅଭିପ୍ରାୟକୁ ଦର୍ଶାଉଛି l

ଅଭଯୋଗ ବାଢ଼ିଥିବା ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା କି ସେମାନେ ଏହି ଚୁକ୍ତିନାମା ବିରୁଦ୍ଧରେ କୋର୍ଟ ର ଆଶ୍ରୟ କାହିଁକି ନେଉନାହାନ୍ତି ? ସେତେବେଳେ ସେମାନେ ଯେଉଁ ଉତ୍ତର ରଖିଥିଲେ ତାହା ବିଚାରସାପେକ୍ଷ ଥିଲା ଓ ସେମାନେ କୋର୍ଟ ର କାର୍ୟପ୍ରଣାଳୀ ର ଉଦାହରଣ ଦେଇ କହିଥିଲେଯେ, ବିଡଲା ସାହାରା କେଶରେ କଣ ହେଲା ? 40କୋଟି ଟଙ୍କା ମୋଦିଙ୍କୁ ଦିଆଯିବାର ପ୍ରମାଣ ଥିଲେ ମଧ୍ୟ କୋର୍ଟ ଯାଞ୍ଚପାଇଁ ଅନୁମତି ଦେଲାନି l ଜଷ୍ଟିସ ଲୋୟା କେଶରେ କଣହେଲା ? ମୁଖ୍ୟ ବିଚାରପତିଙ୍କର ଅବସ୍ଥା କିପରିଅଛି ? ଯାହା ପ୍ରଶ୍ନକର୍ତାଙ୍କୁ ମଧ୍ୟ ଚୁପ କରିଦେଇଥିଲା l

ଇତିମଧ୍ୟରେ ଅନିଲ ଅମ୍ବାନିଙ୍କ କମ୍ପାନୀ ‘ନେସନାଲ ହେରାଲଡ଼’ ସମ୍ବାଦପତ୍ର ସମୂହ ଉପରେ 5 ହଜ଼ାର କୋଟିର ମାନହାନୀ ମକଦ୍ଦମା କରିଅଛି l କିନ୍ତୁ ଆଶ୍ଚର୍ଯ୍ୟ ର କଥା ଅନିଲ ଅମ୍ବାନୀଙ୍କ କମ୍ପାନୀ ଅରୁଣ ସୌରୀ ,ପ୍ରଶାନ୍ତ ଭୂଷଣ ଓ ଯଶବନ୍ତ ସିଂହା ଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ l କିମ୍ବା ଅରୁଣ ସୌରୀଙ୍କୁ ଦେଇଥିବା ପତ୍ର ଉପରେ କୌଣସି ସ୍ପଷ୍ଟିକରଣ ମଧ୍ୟ ରଖିନାହିଁ l ଏହାହିଁ ସରକାରଙ୍କ ବିରୁଦ୍ଧରେ ଅବିଶ୍ୱାସ ର ବାତାବରଣ ସୃଷ୍ଟି କରିବାରେ ସହାୟକ ହଉଛି l

Click to comment

Leave a Reply

Your email address will not be published. Required fields are marked *

More in ସମ୍ପାଦକୀୟ