Connect with us

ଖେଳ

ରାଜ୍ୟ ସରକାରଙ୍କ ଘୋଷଣା :- ଦୂତୀଙ୍କ ପାଇଁ ଆଉ ଦେଢ଼କୋଟି ଓ ଅଲିମ୍ପିକ୍ସ ତାଲିମ ପାଇଁ ସହାୟତା କରିବେ l

ରାଜ୍ୟ ସରକାରଙ୍କ ଘୋଷଣା :- ଦୂତୀଙ୍କ ପାଇଁ ଆଉ ଦେଢ଼କୋଟି ଓ ଅଲିମ୍ପିକ୍ସ ତାଲିମ ପାଇଁ ସହାୟତା କରିବେ l

ରାଜ୍ୟ ସରକାରଙ୍କ ଘୋଷଣା :- ଦୂତୀଙ୍କ ପାଇଁ ଆଉ ଦେଢ଼କୋଟି ଓ ଅଲିମ୍ପିକ୍ସ ତାଲିମ ପାଇଁ ସହାୟତା କରିବେ,
ଭୁବନେଶ୍ୱର,୩୦ା୮ : ଜାକର୍ତ୍ତା ଏସିଆନ ଗେମ୍ସରେ କ୍ରମାଗତ ଚମକ୍ରାର ପ୍ରଦର୍ଶନ କରି ଓଡ଼ିଆ ଝିଅ ଦୂତୀ ଚାନ୍ଦ ଭାରତର ଗୌରବ ବୃଦ୍ଧି କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଆଜି ଓଡ଼ିଶା ମଧ୍ୟ ଗୌରାବାନ୍ୱିତ । ୨୦୦ ମିଟର ଦୌଡରେ ଦୂତୀ ଚାନ୍ଦ ରୌପ୍ୟ ପଦକ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ରାଜ୍ୟ ସରକାରଙ୍କ ସଂଶୋଧିତ କ୍ରୀଡା ପୁରସ୍କାର ନୀତି ଅନୁଯାୟୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତୀ ଚାନ୍ଦଙ୍କ ନିମନ୍ତେ ଆଉ ଦେଢ଼କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ଏହାସହିତ ଦୂତୀଙ୍କ ଆଗାମୀ ଅଲିମ୍ପିକ୍ସ ପ୍ରସ୍ତୁତି ନିମନ୍ତେ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ୧୦୦ ମିଟର ଦୌଡରେ ଦୂତୀଙ୍କ ସଫଳତା ନିମନ୍ତେ ମୁଖ୍ୟମନ୍ତ୍ରୀ ଦେଢ଼କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ