Connect with us

ଓଡିଶା

ରାଜ୍ୟ ମହିଳା କମିଶନର ସଦସ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ପୂର୍ବତନ ମନ୍ତ୍ରୀଙ୍କ ଦୁର୍ବ୍ୟବହାର

ରାଜ୍ୟ ମହିଳା କମିଶନର ସଦସ୍ୟାଙ୍କୁ ପୂର୍ବତନ ମନ୍ତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗ
ଭୁବନେଶ୍ୱର,୨୫ ଫେବୃଆରୀ- ରାଜ୍ୟ ମହିଳା କମିଶନର ସଦସ୍ୟା ତିଳୋତମା ନାୟକଙ୍କୁ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଦୁର୍ବ୍ୟବହାର କରିଥିବା ଅଭିଯୋଗକୁ ନେଇ ଦଳ ଭିତରେ ଏକ ପ୍ରକାରର ଚାପା ଗୁଞ୍ଜରଣ ସୃଷ୍ଟି କରିଛି ।

ସଦସ୍ୟା ଶ୍ରୀମତୀ ନାୟକ କହିବା ଅନୁଯାୟୀ ଶ୍ରୀ ଦାସ ଆଗାମୀ ନିର୍ବାଚନ ପାଇଁ ଦଳୀୟ ଟିକେଟ ବାଂଟୁଥିବାର ଖବର ପାଇ ତାଙ୍କ ଘରକୁ ଆସିଥିଲେ । ଘରେ ପହଂଚିବା ପରେ ତାଙ୍କ ଭଳି କିଛି ମହିଳା ମଧ୍ୟ ସେଠରେ ଥିଲେ । ତାଙ୍କୁ ଗାଳି ଗୁଲଜ କରିବା ବେଳେ ଶ୍ରୀମତୀ ନାୟକ ତାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଗାଳି ଗୁଲଜ କରିଥିଲେ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ ଆଜି ସେ ନବୀନ ନିବାସ ଆସିଥିଲେ ।

ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତରେ ଥିବାରୁ ତାଙ୍କ ସହିତ ଦେଖା ହୋଇ ପାରିନଥିଲା । ଅନ୍ୟପକ୍ଷରେ ବିଧାୟକ ଶ୍ରୀ ଦାସ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଅସ୍ୱୀକାର କରିଥିଲେ । ସେ କହିଥିଲେ ଯେ, ସଦସ୍ୟା ଶ୍ରୀମତୀ ନାୟକଙ୍କୁ କୌଣସି ଖରାପ ବ୍ୟବହାର କରିନାହାନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା