Connect with us

ବିଦେଶ

ରସାୟନରେ ତିନି ବୈଜ୍ଞାନିକଙ୍କୁ ନୋବେଲ

ସାଙ୍କେତିକ ଚିତ୍ର

ରସାୟନରେ ତିନି ବୈଜ୍ଞାନିକଙ୍କୁ ନୋବେଲ
ଷ୍ଟକହୋମ, ୩ା୧୦ : ଦୁଇଜଣ ଆମେରିକୀୟ ବୈଜ୍ଞାନିକ ଫ୍ରାନ୍ସିସ ଆର୍ନୋଲ୍ଡ ଓ ଜର୍ଜ ସ୍ମିଥ ଓ ବ୍ରିଟିଶ ଗବେଷକ ଗ୍ରିଗୋରୀ ୱିଣ୍ଟର ରସାୟନ ବିଜ୍ଞାନ ବା କେମିଷ୍ଟ୍ରିରେ ଚଳିତ ବର୍ଷର ନୋବେଲ ପୁରସ୍କାର ପାଇବେ । ଏ ସମ୍ପର୍କରେ ରୟାଲ ସ୍ୱିଡିସ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି । ପୁରସ୍କାର ବାବଦରେ ମିଳିବାକୁ ଥିବା ୯ ନିୟୁତ ସ୍ୱିସ୍ କ୍ରୋନର (ପ୍ରାୟ ୧.୦୧ ନିୟୁତ ଡଲାର) ଏହି ତିନିଜଣଙ୍କ ମଧ୍ୟରେ ବାଣ୍ଟି ଦିଆଯିବ । ତେବେ ବୈଜ୍ଞାନିକ ଆରନୋଲ୍ଡ ଏହି ରାଶିର ଅଧା ପାଇବାକୁ ଥିବା ବେଳେ ଆର ଅଧାଟି ଜର୍ଜ ସ୍ମିଥ ଓ ଗ୍ରିଗୋରୀ ୱିଣ୍ଟର ପରସ୍ପର ମଧ୍ୟରେ ବାଣ୍ଟିନେବେ ।

ଏନଜାଇମ ଓ ଆଣ୍ଟିବାୟୋଟିକ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ଏହି ୩ଜଣଙ୍କୁ ବଛାଯାଇଥିବା ଏକାଡେମୀ ପକ୍ଷରୁ କୁହାଯାଇଛି । ପ୍ରସିଦ୍ଧ ବୈଜ୍ଞାନିକ, ବ୍ୟବସାୟୀ ତଥା ଡିନାମାଇଟର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ଇଚ୍ଛାପତ୍ର ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ବିଜ୍ଞାନ, ସାହିତ୍ୟ ଓ ବିଶ୍ୱଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ । ପ୍ରଥମେ ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ଘୋଷଣା କରାଯାଏ । ତେବେ ଯୌନ କେଳେଙ୍କାରୀ ପାଇଁ ଏବର୍ଷ ସାହିତ୍ୟ ନୋବେଲ ପୁରସ୍କାର କାହାରିକୁ ଦିଆଯିବନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ