Connect with us

ଦେଶ

ଯୌତୁକ ନିର୍ଯାତନାର ଅଭିଯୋଗ ଆସିଲେ ବନ୍ଧା ହେବେ ସ୍ୱାମୀ :- ସୁପ୍ରିମକୋର୍ଟ l

ଯୌତୁକ ନିର୍ଯାତନାର ଅଭିଯୋଗ ଆସିଲେ ବନ୍ଧା ହେବେ ସ୍ୱାମୀ :- ସୁପ୍ରିମକୋର୍ଟ l

ଯୌତୁକ ନିର୍ଯାତନାରେ ସୁପ୍ରିମକୋର୍ଟଙ୍କ ରାୟ
ଅଭିଯୋଗ ଆସିଲେ ବନ୍ଧା ହେବେ ସ୍ୱାମୀ
ନୂଆଦିଲ୍ଲୀ,୧୪ା୯ : ଯୌତୁକ ନିର୍ଯାତନାରେ ସ୍ୱାମୀ ଏବଂ ତାଙ୍କ ପରିବାରକୁ ମିଳୁଥିବା ସୁରକ୍ଷା କବଚକୁ କାଢ଼ି ନିଆଯାଇଛି । ଏଣିକି ଏଭଳି ସଙ୍ଗୀନ ମାମଲା ଆସିଲେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯୌତୁକ ନିର୍ଯାତନା ଭଳି ଜଘନ୍ୟ ଅପରାଧରେ ଜଡିତ ଥିବା ସ୍ୱାମୀ କିମ୍ବା ତା’ର ପରିବାର ଲୋକଙ୍କୁ ଗିରଫ କରିବ ପୋଲିସ । ଶୁକ୍ରବାର ଆଇସିପି ଧାରା ୪୯୮-ଏର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷିତ ରାୟ ଆଜି ପ୍ରକାଶ କରିଛନ୍ତି ।

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ତିନି ଜଣିଆ ଖଣ୍ଡପୀଠ ଆଇପିସି ଧାରା ୪୯୮-ଏ ତଥା ଯୌତୁକ ନିର୍ଯାତନା ମାମଲାରେ ଗିରଫଦାରୀକୁ ନେଇ ଶୁଣାଣି କରିଛନ୍ତି । ଖଣ୍ଡପୀଠ ପୂର୍ବ ବେଞ୍ଚ ନିଷ୍ପତ୍ତିକୁ ଖାରଜ କରି କହିଛନ୍ତି କି, ପୀଡିତାଙ୍କ ସୁରକ୍ଷା ପାଇଁ ଅଭିଯୁକ୍ତଙ୍କ ଗିରଫ ଜରୁରୀ ଅଟେ । ଏଥିପାଇଁ କୌଣସି ପରିବାର କଲ୍ୟାଣ କମିଟିର ଆବଶ୍ୟକତା ନାହିଁ । ତେବେ ଅଭିଯୁକ୍ତଙ୍କ ପାଇଁ ଆଗୁଆ ଜାମିନ ଭଳି ବିକଳ୍ପ ବ୍ୟବସ୍ଥା ରହିଛି ବୋଲି କୋର୍ଟ କହିଛନ୍ତି । ତୁରନ୍ତ ଗିରଫଦାରୀ ଉପରେ ରୋକକୁ ବିରୋଧ କରି ଆବେଦନ କରାଯାଇଥିବା ଯାଚିକା ଉପରେ ଏପ୍ରିଲ ୨୩ରେ ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ ୨୭, ୨୦୧୭ରେ ଦୁଇ ବିଚାରପତିଙ୍କ ଖଣ୍ଡପୀଠ ଆଇପିସି ଧାରା ୪୯୮-ଏ ଯୌତୁକ ନିର୍ଯାତନା ମାମଲାରେ ତୁରନ୍ତ ଗିରଫଦାରୀ ଉପରେ ରୋକ ଲଗାଇଥିଲେ ଏବଂ ପ୍ରତି ଜିଲ୍ଲାରେ ପରିବାର କଳ୍ୟାଣ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କମିଟି ପ୍ରଥମେ ମାମଲା ଉପରେ ଯାଞ୍ଚ କରିବେ ଏବଂ ପରେ ସମ୍ପୃକ୍ତ ସ୍ୱାମୀ କିମ୍ବା ପରିବାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଖଣ୍ଡପୀଠ କହିଥିଲେ ଯେ, ପ୍ରଥମେ ଯାଞ୍ଚ କରାଯିବା ପରେ ଗରିଫ କରିବା ଉଚିତ । ଏନେଇ ଏକ ଗାଇଡଲାଇନ ମଧ୍ୟ ଜାରି କରିଥିଲେ । ଗତବର୍ଷ ଅକ୍ଟୋବର ୧୩ରେ ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ କହିଥିଲେ ଯେ, ପୂର୍ବ ବେଞ୍ଚ ଜାରି କରିଥିବା ଗାଇଡ୍ ଲାଇନରେ ସେ ଏକମତ ନୁହଁନ୍ତି ।

ଏହା ଉପରେ ପୁନର୍ବାର ଶୁଣାଣୀ କରିବାକୁ ନିଷ୍ପତ୍ତି ନେଇଥିଲେ । ଖଣ୍ଡପୀଠ ଶୁଣାଣୀରେ କହିଥିଲେ ଯେ, ଆମେ ନିୟମ ତିଆରି କରିପାରିବା ନାହିଁ ବରଂ ଏହାର ବ୍ୟାଖ୍ୟା କରିପାରିବା । ଯଦି ଧାରା ୪୯୮-ଏର ଧାରାକୁ ଆମେ କୋହଳ କରିବା ତାହାହେଲେ ମହିଳାଙ୍କ ଅଧିକାର ବିରୋଧରେ ଯିବା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ