Connect with us

ଓଡିଶା

ଯାଜପୁର ସାଂସଦ ପ୍ରାର୍ଥୀନୀ ଓ ବରୀ ବିଧାୟକ ପ୍ରାର୍ଥୀନୀଙ୍କ ନିମନ୍ତେ ଭୋଟ ଭିକ୍ଷା କଲେ ନବୀନ

ସାଙ୍କେତିକ

ଯାଜପୁର ସାଂସଦ ପ୍ରାର୍ଥୀନୀ ଓ ବରୀ ବିଧାୟକ ପ୍ରାର୍ଥୀନୀଙ୍କ ନିମନ୍ତେ ଭୋଟ ଭିକ୍ଷା କଲେ ନବୀନ
ଧର୍ମଶାଳା, ୨୨ଅପ୍ରେଲ – ଯାଜପୁର ଜିଲା ବରୀ ନିର୍ବାଚନ ଅନ୍ତର୍ଗତ ସନ୍ଥନମଠ ଠାରେ ନିର୍ବାଚନୀ ପ୍ରଚାର ସଭାରେ ଯାଜପୁର ସାଂସଦ ପ୍ରାର୍ଥୀନୀ ଶର୍ମିଷ୍ଠା ସେଠୀ ଓ ବରୀ ବିଧାୟିକା ପ୍ରାର୍ଥୀନୀ ସୁନନ୍ଦା ଦାସଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ଅପରାହ୍ନରେ ହେଲିପ୍ୟାଡ ଯୋଗେ ଏହି ନିର୍ବାଚନୀ ସଭାରେ ପଂହଚିଥିଲେ । ସଭା ନିକଟରେ ପଂହଚିବା ପରେ ଉପସ୍ଥିତ ଲୋକପ୍ରତିନିଧି,ଦଳୀୟ କର୍ମୀ ଓ ପ୍ରାର୍ଥୀମାନେ ଯୋଗ ଦେଇ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଶହଶହ ସଂଖ୍ୟାରେ ଜନସାଧାରଣ ଖରାରେ ଆସି ଯୋଗ ଦେଇଥିବାରୁ ସେମାନଙ୍କୁ ଧନ୍ୟବାଦ ଦେବା ସହିତ ମୁଁ ବହୁତ ଖୁସି ବୋଳି ନବୀନ କାହିଥିଲେ । କେନ୍ଦ୍ର ସରକାରଙ୍କ ଯୋଜନା ବିଫଳତା ଦୋହରାଇଥିଲେ । ସେହିପରି କାଳିଆ ଯୋଜନା ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି । ଏହାକୁ ବନ୍ଦ କରିବାକୁ କେନ୍ଦ୍ର ଯୋଜନା କରୁଛି । କିନ୍ତୁ ମୁଁ ଏହି ଯୋଜନାକୁ ବନ୍ଦ କରିପାରିବି ନାହିଁ । ଏବଂ ଦୁଇ ନୂତନ ମହିଳା ପାର୍ଥୀଙ୍କୁ ନେଇ ସେ ଉଚ୍ଚ ପ୍ରଶଂସା କରିଛନ୍ତି । ସେମାନଙ୍କ ସପେକ୍ଷରେ ଭୋଟ ଭିକ୍ଷା କରିବା ସହିତ ବିପୁଳ ପରିମାଣରେ ଭୋଟ ଦେଇ ଜୟ ଯୁକ୍ତ କରିବାକୁ ନିବେଦନ କରିଥିଲେ । ଏହି ସଭାରେ ଯାଜପୁର ସାଂସଦ ରୀତା ତରାଇ,ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ,ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ,ବରୀ ବିଜୁ ଜନତା ଦଳ ଯୁବ ସଭାପତି ତଥା ଜିଲାପରିଷଦ ସଭ୍ୟ ଅଶୋକ ସାମଲଙ୍କ ସହ ସ୍ଥାନୀୟ ସରପଂଚ,ସମିତିସଭ୍ୟସଭ୍ୟା ସହ ବରିଷ୍ଠ ବିଜେଡି କର୍ମୀ ଯୋଗ ଦେଇଥିଲେ । ଏହି ଅବସରରେ ବରୀ ନିର୍ବାଚନ ମଣ୍ଡଳୀର କଂଗ୍ରେସର ପୂର୍ବତନ ଜିଲା ପରିଷଦ ସଭ୍ୟା ତଥା ମହିଳା ନେତ୍ରୀ ଆରତୀ ଦେଓ ତାଙ୍କ ସମର୍ଥକଙ୍କ ସହ ଦଳ ପରିତ୍ୟାଗ କରି ବିଜେଡିରେ ଯୋଗ ଦେଇଥିଲେ । ତାଙ୍କୁ ଦଳୀୟ ଉତରୀୟ ଦେଇ ସ୍ୱାଗତ କରାଯାଇଥିଲା ।
ସଭା ପରେ ନବୀନ ବସ୍ ଯୋଗେ ସୁଜନପୁର,ବରୁହାଁ,ହରିପୁର ଓ କୁଆଖିଆ ଦେଇ ନିର୍ବାଚନ ପ୍ରଚାର କରିଥିଲେ । ବାଟରେ ଶହଶହ ସଂଖ୍ୟାରେ ନବୀନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମ ବଡଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତିଆଠାରେ ଉଦଯାପନି ହେବ ବୋଲି ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା