Connect with us

ଓଡିଶା

ମୋଦି ଶାସନ ପତନର ଓଲଟ ଗଣତି ଆରମ୍ଭ ହୋଇଯାଇଛି : ଜନାର୍ଦ୍ଦନ ପତି

ସାଙ୍କେତିକ

ମୋଦି ଶାସନ ପତନର ଓଲଟ ଗଣତି ଆରମ୍ଭ ହୋଇଯାଇଛି : ଜନାର୍ଦ୍ଦନ ପତି
ଭୁବନେଶ୍ୱର,୧୧ ଏପ୍ରିଲ – ଗତ କାଲି ସୁପ୍ରୀମ୍ କୋର୍ଟ ରାଫେଲ ଦୁର୍ନୀତି ସମ୍ପର୍କରେ ରାୟର ରିଭ୍ୟୁ କରାଯିବ ବୋଲି ରାୟ ଦେଇ ମୋଦି ସରକାରଙ୍କ ଗାଲରେ ଶକ୍ତ ଚାପୁଡା ଦେଇଛନ୍ତି । ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ କହିଛନ୍ତି ଯେ ସେ ମୋଦିଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ଚାହାଁନ୍ତି । ଏସବୁ ଘଟଣା ମୋଦି ସରକାରଙ୍କର ମୁଖା ଖୋଲି ଦେଇଛି ଏବଂ ମୋଦି ଶାସନ ପତନର ଓଲଟ ଗଣତି ଆରମ୍ଭ ହୋଇଯାଇଛି ବୋଲି ଭୁବନେଶ୍ୱର ଲୋକସଭା ଆସନରୁ ଲଢୁଥିବା ସି.ପି.ଆଇ.(ଏମ୍) ପ୍ରାର୍ଥୀ ଜନାର୍ଦ୍ଦନ ପତି କହିଛନ୍ତି ।
ଆଜି ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀରେ ବାଲିପାଟଣା ଗାନ୍ଧୀ ଛକଠାରୁ ଭୂଆସୁଣି ପଡିଆ ପର୍ଯ୍ୟନ୍ତ ପଦଯାତ୍ରା କରିବା ପରେ ଜନାର୍ଦ୍ଦନ ପତି କଂଗ୍ରେସ ଓ ସି.ପି.ଆଇ.(ଏମ୍)ର ମିଳିତ କର୍ମୀ ସମ୍ମିଳନୀରେ ଉଦ୍ବୋଧନ ଦେଇଥିଲେ । ଏଥିରେ ଜୟନ୍ତ ଭୋଇ ସଭାପତିତ୍ୱ କରିଥିଲେ ଏବଂ ବିପିନ୍ ପାତ୍ର ଓ ସୁଧୀର ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ତା’ପରେ ରିଜର୍ଭ ବ୍ୟାଙ୍କ୍ ନିକଟସ୍ଥ ଖାରବେଳ ନଗର, ଫରେଷ୍ଟ ପାର୍କ, ଝାରପଡା ଓ ଜି.ଜି.ପି. କଲୋନୀରେ ଘରକୁ ଘର ବୁଲି ଜନାର୍ଦ୍ଦନ ପତିଙ୍କ ସହିତ ଶତାଧିକ କର୍ମୀ ପ୍ରଚାର କରିଥିଲେ । ସନ୍ଧ୍ୟାରେ ଏକାମ୍ର ନିର୍ବାଚନମଣ୍ଡଳୀରେ ସଭା ଓ ପ୍ରଚାର କାର୍ଯ୍ୟକ୍ରମ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Advertisement

More in ଓଡିଶା