Connect with us

ବିଦେଶ

‘ମୋଦି ଜ୍ୟାକେଟ୍’ ପିନ୍ଧିଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି

ସାଙ୍କେତିକ ଚିତ୍ର

‘ମୋଦି ଜ୍ୟାକେଟ୍’ ପିନ୍ଧିଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି
ନୂଆଦିଲ୍ଲୀ,୩୧ା୧୦ : ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ’ଙ୍କ ନିକଟକୁ ଉପହାର ସ୍ୱରୁପ ‘ମୋଦି ଜ୍ୟାକେଟ’ ପଠାଇଛନ୍ତି । ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ ବୁଧବାର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏହାସହ ମୁନ୍ ଜେ ମୋଦି ଜ୍ୟାକେଟ ପିନ୍ଧିଥିବା କେତେକ ଫଟୋ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ମୁନ୍ କହିଛନ୍ତି ଯେ, ଭାରତ ଗସ୍ତ ସମୟରେ ସେ ନରେନ୍ଦ୍ର ମୋଦିଙ୍କ ପରିଧାନର ପ୍ରଶଂସା କରିଥିଲେ । ଏହାପରେ ମୋଦି ତାଙ୍କ ନିକଟକୁ ସେହି ପରି କେତେକ ଜ୍ୟାକେଟ୍ ପଠାଇଛନ୍ତି । ଏହି ଜ୍ୟାକେଟ୍ ଠିକ୍ ତାଙ୍କ ମାପର ବୋଲି ସେ କହିଛନ୍ତି । ସେ ଫଟୋ ସହ ଟ୍ୱିଟ୍ କରିଛନ୍ତି ଯେ, ଏହା ଭାରତୀୟ ପରିଧାନର ଆଧୁନିକ ରୂପ । ଏହାକୁ ‘ମୋଦି ଜ୍ୟାକେଟ’ କୁହାଯାଏ । ଏହାକୁ ସହଜରେ କୋରିଅର ଯୋଗେ ପଠାଇ ହେବ । ଏଥିପାଇଁ ମୋଦିଙ୍କୁ ଧନ୍ୟବାଦ କହିବାକୁ ଚାହୁଁଛି ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ