Connect with us

ଦେଶ

ମୁକେଶ ଅମ୍ବାନୀ ପୁଣି ଦେଶର ୧ ନମ୍ବର ଧନୀ

ସାଙ୍କେତିକ ଚିତ୍ର

ମୁକେଶ ପୁଣି ଦେଶର ୧ ନମ୍ବର ଧନୀ
ନୂଆଦିଲ୍ଲୀ,୪ା୧୦ : ଫୋବର୍ସ ପତ୍ରିକା ଅନୁସାରେ ୪୭.୩ ଶହ କୋଟି ଡଲାର ସମ୍ପତ୍ତି ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ କ୍ରମାଗତ ୧୧ ବର୍ଷ ପାଇଁ ସବୁଠୁ ଧନୀ ଭାରତୀୟ ହୋଇଛନ୍ତି । ଅମ୍ବାନୀ ମଧ୍ୟ ଚଳିତ ବର୍ଷ ସବୁଠୁ ଅଧିକ ଲାଭ କରିଛନ୍ତି । ଚଳିତ ବର୍ଷ ତାଙ୍କ ସମ୍ପତ୍ତିରେ ଅଧିକ ୯.୩ଶହ କୋଟି ଟଙ୍କା ବୃଦ୍ଧି ଘଟିଛି ଓ ତାଙ୍କ ରିଲାଏନ୍ସ ଜିଓ ବ୍ରଡବ୍ୟାଣ୍ଡ ଟେଲିକମ୍ ସେବାର ବ୍ୟବସାୟିକ ସଫଳତା ଜାରି ରହିଛି ।

ଫୋବର୍ସ ମାଗାଜିନ୍ ପକ୍ଷରୁ ପ୍ରକାଶିତ ଧନୀ ଭାରତୀୟଙ୍କ ତାଲିକା ୨୦୧୮ ଅନୁସାରେ ମୁକେଶ ଅମ୍ବାନୀଙ୍କ ପଛକୁ ୨୧ଶହ କୋଟି ଡଲାର ସମ୍ପତ୍ତି ସହ ୱିପ୍ରୋ ଅଧ୍ୟକ୍ଷ ଅଜିମ ପ୍ରେମଜୀ ଦ୍ୱିତୀୟ ଧନୀ ଭାରତୀୟ ବିବେଚିତ ହୋଇଛନ୍ତି । ଚଳିତ ବର୍ଷ ତାଙ୍କ ସମ୍ପତ୍ତିରେ ୨ଶହ କୋଟି ଡଲାର ବୃଦ୍ଧି ଘଟିଛି । ତାଙ୍କ ପଛକୁ ୧୮.୩ ଶହ କୋଟି ଡଲାର ସମ୍ପତ୍ତି ସହ ଆର୍ସେଲର ମିତ୍ତର ଅଧ୍ୟକ୍ଷ ତଥା ସିଇଓ ଲକ୍ଷ୍ମୀ ମିତଲ ତୃତୀୟ ସ୍ଥାନରେ ଅଛନ୍ତି । ଚଳିତ ବର୍ଷ ତାଙ୍କ ସମ୍ପତ୍ତିରେ ୧.୮ଶହ କୋଟି ଡଲାର ବୃଦ୍ଧି ଘଟିଛି ।

ଏହି ତାଲିକାରେ ୧୮ଶହ କୋଟି ଡଲାର ସମ୍ପତ୍ତି ସହ ହିନ୍ଦୁଜା ବଦର୍ସ ଚତୁର୍ଥ, ୧୫.୭ ଶହ କୋଟି ଡଲାର ସମ୍ପତ୍ତି ସହ ପାଲୋନଜି ମିସ୍ତ୍ରି ପଞ୍ଚମ, ୧୪.୬ ଶହ କୋଟି ଡଲାଣ ସମ୍ପତ୍ତି ସହ ଶିବ ନାଦାର ସପ୍ତମ, ୧୪ଶହ କୋଟି ଡଲାର ସମ୍ପତ୍ତି ସହ ଗୋଦ୍ରେଜ୍ ଫ୍ୟାମିଲି ଅଷ୍ଟମ, ୧୨.୬ ଶହ କୋଟି ଡଲାର ସମ୍ପତ୍ତି ସହ ଦିଲ୍ଲୀପ ସିଂଘଭୀ ନବମ, ୧୨.୫ଶହ କୋଟି ଡଲାର ସମ୍ପତ୍ତି ସହ କୁମାର ବିର୍ଲା ଦଶମ ଏବଂ ୧୧.୯ ଶହ କୋଟି ସମ୍ପତ୍ତି ସହ ଗୌତମ ଆଦାନୀ ଏକାଦଶତମ ଧନୀ ଭାରତୀୟ ହୋଇଛନ୍ତି । ଫୋବର୍ସର ଧନୀ ଭାରତୀୟଙ୍କ ତାଲିକାରେ ୧୦୦ଜଣ ସ୍ଥାନ ପାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ