Connect with us

ଅପରାଧ

‘ମି ଠୁ’ ଜାଲରେ ଯତୀନ ଦାସ

ସାଙ୍କେତିକ ଚିତ୍ର

‘ମି ଠୁ’ ଜାଲରେ ଯତୀନ ଦାସ
ନିଶା ବୋରା ଆଣିଲେ ସାଂଘାତିକ ଅଭିଯୋଗ
ଭୁବନେଶ୍ୱର,୧୬ା୧୦ : ‘ମି ଠୁ’ ଅଭିଯାନ ବଲିଉଡରେ ଝଡ ସୃଷ୍ଟି କରିଥିବା ବେଳେ ଏବେ ଏହା ଓଡ଼ିଶା ମୁହାଁ ହୋଇଛି । ନାନା ପାଟେକରଙ୍କ ପରେ ଏକାଧିକ ବ୍ୟକ୍ତି ଏହି ‘ମି ଠୁ’ ଜାଲରେ ଛନ୍ଦି ହୋଇଥିବା ନଜରକୁ ଆସିଛି । ଧୀରେ ଧୀରେ ତୀବ୍ରରୂପ ଧାରଣ କରୁଥିବା ଏହି ଯୌନ ବ୍ୟଭିଚାର ମାମଲାରେ ଏବେ ପ୍ରଖ୍ୟାତ ଓଡ଼ିଆ ଚିତ୍ରଶିଳ୍ପୀ ଯତୀନ ଦାସ ଫସିଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ପଦ୍ମଭୂଷଣ ଯତୀନ ଦାସଙ୍କ ନାମରେ ନିଶା ବୋରା ନାମ୍ନୀ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଯତୀନଙ୍କ ବିରୋଧରେ ଏହି ସାଂଘାତିକ ଅଭିଯୋଗ ଆଣିଛନ୍ତି ନିଶା ବୋରା ନାମ୍ନୀ ଜଣେ ମହିଳା ।

ନିଶା ନିଜ ଟ୍ୱିଟରେବି କହିଛନ୍ତି ଯେ, ଯତୀନ ଦାସ ୨୦୦୪ରେ ଦିଲ୍ଲୀରେ ତାଙ୍କୁ ଏକ ନୈଶ୍ୟ ଭୋଜିରେ ଭେଟିଥିଲେ । ଏହି ଭୋଜି ନିଶାଙ୍କ ଶ୍ୱଶୁର ଘର ତରଫରୁ ଆୟୋଜିତ ହୋଇଥିଲା । ତାଙ୍କ ପରିବାର ଲୋକ ଯତୀନଙ୍କ ସହ ତାଙ୍କର ସାକ୍ଷାତ କରାଇଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ମୋବାଇଲରେ ବାର୍ତ୍ତାଳାପ ହୋଇଥିଲା । ସେହି ସମୟରେ ଯତୀନ ତାଙ୍କୁ ନିଜର ସହକର୍ମୀ ଭାବେ କାମ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ନିଶା ତାଙ୍କ ସହକର୍ମୀ ହେବା ପାଇଁ ରାଜି ହୋଇଥିଲେ ଏବଂ ପରିବାରକୁ ଜଣାଇ ଯତୀନଙ୍କ ବାସଭବନକୁ ଯାଇଥିଲେ । ତାଙ୍କ ଗୃହକୁ ଯିବାର ପ୍ରଥମ ଦିନ ଯତୀନ କିଛି ନୂଆ ପ୍ରକଳ୍ପ ସମ୍ପର୍କରେ କହିଥିଲେ । ଏହାପରେ ଷ୍ଟୁଡିଓକୁ ଡାକିଥିଲେ । ଏହା ପରଦିନ ଷ୍ଟୁଡିଓରେ ମଦ୍ୟପାନ କରି ନିଶାଙ୍କ ସହ ଅସଦାଚରଣ କରିଥିଲେ । ଏହି ଆଚରଣ ପରେ ନିଶା ଯତୀନଙ୍କ ଘରୁ ଚାଲି ଆସିଥିଲେ । ଚତୁର୍ଥ ଦିନ ଯତୀନଙ୍କ କନ୍ୟା ନନ୍ଦିତା ଦାସ ନିଶାଙ୍କୁ ଡାକିଥିଲେ । କିନ୍ତୁ ସେ ଏହାକୁ ଏଡାଇ ଦେଇଥିଲେ ।

ତେବେ ନିଶା ବୋରା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଚିତ୍ରଶିଳ୍ପୀ ଯତୀନ ଦାସ । ସେ କହିଛନ୍ତି ଯେ, ମୋ ନାଁରେ ଆସିଥିବା ଅଭିଯୋଗ ମୋତେ ବହୁତ କଷ୍ଟ ଦେଇଛି । ମୁଁ କାହାରି ସହ କୌଣସି ପ୍ରକାର ଦୁର୍ବବ୍ୟହାର କରିନାହିଁ । ଏହା ନିହାତି ଅଭଦ୍ରୋଚିତ କାର୍ଯ୍ୟ ଏବଂ ମୁଁ ଏତେ ତଳକୁ ଖସିପାରିବିନି । ବର୍ତ୍ତମାନ ଅନେକ ମହିଳା ଏ ପ୍ରକାର ଅଭିଯୋଗ ଆଣୁଛନ୍ତି । ଏକପାଖିଆ ଅଭିଯୋଗକୁ ଠିକ ବୋଲି ନଭାବିବାକୁ ଆଶା କରୁଛି ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ