Connect with us

ଆଞ୍ଚଳିକ

ମାର୍ଚ୍ଚ ପୂର୍ବରୁ ନିଲାମ ହେବ ୧୬ଟି ଖଣି

ସାଙ୍କେତିକ ଚିତ୍ର

ମାର୍ଚ୍ଚ ପୂର୍ବରୁ ନିଲାମ ହେବ ୧୬ଟି ଖଣି
ଭୁବନେଶ୍ୱର,୪ା୧୨ : ଆସନ୍ତା ମାର୍ଚ୍ଚ ପୂର୍ବରୁ ରାଜ୍ୟର ୧୬ଟି ଖଣି ନିଲାମ ହେବ । ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ୧୦ଟି ଲୁହା ଖଣି ଓ ୬ଟି ଅନ୍ୟାନ୍ୟ ଖଣି ନିଲାମ ହେବ । ରାଜ୍ୟ ସରକାର ଖଣି ନିଲାମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ମିଳିବା ପରେ ଖଣି ଗୁଡିକୁ ନିଲାମ କରାଯିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

ଅନ୍ୟପକ୍ଷରେ ସେ କହିଛନ୍ତି ଯେ, ମୋଟ୍ ୩୧ଟି ଖଣି ମାଲିକ ଜରିମାନା ପୈଠ କରିବାରେ ଖିଲାପ କରିଛନ୍ତି । ତେବେ ୨୫ଟି ଖଣି ମାଲିକ କୋର୍ଟରୁ ରହିତାଦେଶ ଅନୁମତି ଆଣିଛନ୍ତି । ଅନ୍ୟ ୬ଟି ଖଣି ମାଲିକ ରହିତାଦେଶ ଆଣି ନାହାନ୍ତି । ତେଣୁ ସମସ୍ତ ଖଣିଜ ଲିଜ୍ ବାତିଲ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ