Connect with us

ଆମ ଖବର

ମାଛ ଓ ଶୁଖୁଆରେ ମିଶୁନି ଫର୍ମାଲିନ୍ : ମନ୍ତ୍ରୀ

ମାଛ ଓ ଶୁଖୁଆରେ ମିଶୁନି ଫର୍ମାଲିନ୍ : ମନ୍ତ୍ରୀ

ମାଛ ଓ ଶୁଖୁଆରେ ମିଶୁନି ଫର୍ମାଲିନ୍ : ମନ୍ତ୍ରୀ
ଭୁବନେଶ୍ୱର,୧୮ା୯: ଅଧିକ ଦିନ ମାଛ , ଶୁଶୁଆ ଓ ମଂଜି ଆଦିରେ ଶବ ସଂରକ୍ଷଣ ଲାଗି ବ୍ୟବହୃତ ଫର୍ମାଲିନ୍ ନାମକ ଏକ ରାସାୟନିକ ପଦାର୍ଥର ବ୍ୟବହାର କରାଯାଉଥିବା ଘଟଣା ସରକାରଙ୍କ ଦୃଷ୍ଟିକୁ ଆସି ନାହିଁ ବୋଲି ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ ପ୍ରକାଶ କରିଛନ୍ତି ।

ସଭ୍ୟ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତରରେ ମନ୍ତ୍ରୀ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛ ମାନଙ୍କରେ ଫର୍ମାଲିନ୍ ଅପମିଶ୍ରଣ ଖବର ଗଣମାଧ୍ୟମ ଦ୍ୱାରା ପ୍ରଚାର ହେବା ପରେ ମତ୍ସ୍ୟ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇ ରାଜ୍ୟର ପ୍ରମୁଖ ମାଛ ଗୋଦାମ ଓ ବଜାରରୁ ନମୂନା ସଂଗ୍ରହ କରାଯାଇ ବାରାକର ସ୍ଥିତ ସିଆଇଏଫଅରଆଇ ଦ୍ୱାରା ପ୍ରସ୍ତୁତ ଫର୍ମାଲିନ୍ କିଟ୍ ଦ୍ୱାରା ତକ୍ରାଳ ପରୀକ୍ଷା କରାଯାଇଥିଲା । ଏହି ନମୂନା ଗୁଡିକ ମଧ୍ୟରୁ ଗୋଟିଏ ସାମୁଦ୍ରିକ ମାଛରେ ଫର୍ମାଲିନ୍ ଥିବାର ସଂକେତ ମିଳିଥିଲା । ପରବର୍ତୀ ସମୟରେ ମତ୍ସ୍ୟ ବିଭାଗ ଓ ଖାଦ୍ୟ ନିରାପତା ଅଧିକାରୀଙ୍କ ସହଯୋଗରେ ମ।ଛ ନମୂନା ସଂଗ୍ରହ କରଯାଇ ରାଜ୍ୟ ସ୍ତରୀୟଖାଦ୍ୟ ନିରାପତା କମିଶନରଙ୍କ ପରୀକ୍ଷାଗାରରେ ପରୀକ୍ଷା କରାଯାଇଥିଲା ।

କୌଣସି ମାଛ ନମୂନାରେ ଫର୍ମାଲିନ୍ ମିଶ୍ରଣର ପ୍ରମାଣ ମିଳିନାହିଁ । ଏହି ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ସରକାର ଉଭୟ ମତ୍ସ୍ୟ ବିଭାଗ ଓ ଖାଦ୍ୟ ନିରାପତା ଅଧିକାରୀଙ୍କ ମିଳିତ ସହଯୋଗରେ ନିୟମିତ ବ୍ୟବଧାନରେ ବିଭିନ୍ନ ମାଛ ବଜାରରୁ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର