Connect with us

ଓଡିଶା

ମାଓ ପ୍ରବଣ ଅଂଚଳରେ ନିର୍ବାଚନ ସମୟ ପରିବର୍ତନ ପାଇଁ ନିର୍ବାଚନ କମିଶନଙ୍କୁ କରାଯିବ ସୁପାରିଶ

ସାଙ୍କେତିକ

ମାଓ ପ୍ରବଣ ଅଂଚଳରେ ନିର୍ବାଚନ ସମୟ ପରିବର୍ତନ ପାଇଁ ନିର୍ବାଚନ କମିଶନଙ୍କୁ କରାଯିବ ସୁପାରିଶ
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ ବୈଠକ: ନିର୍ବାଚନର ନୂଆ ନିୟମ ବାବଦରେ ରାଜନୈତିକ ଦଳଙ୍କୁ ଅବଗତ କଲେ
ଭୁବନେଶ୍ୱର,୧୨ ମାର୍ଚ୍ଚ – ଓଡିଶାର ମାଓ ପ୍ରବଣ ଅଂଚଳରେ ନିର୍ବାଚନ ସମୟରେ ପରିବର୍ତନ କରିବାପାଇଁ ଭାରତୀୟ ନିର୍ବାଚନ କମିଶନଙ୍କୁ ସୁପାରିଶ କରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରକାଶ କରିଛନ୍ତିି । ମଙ୍ଗଳବାର ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ସମ୍ପୃକ୍ତ ଅଂଚଳରେ ନିର୍ବାଚନ ସମୟ ପରିବର୍ତନ ହେଲେ ପୁଲିଂ ପାର୍ଟି ,ନିର୍ବାଚନ ସାମଗ୍ରୀ ଏବଂ ଭୋଟରମାନେ ମଧ୍ୟ ସୁରକ୍ଷିତ ରହିପାରିବେ । ସୁରୁଖୁରୁରେ ଭୋଟ୍ ଗ୍ରହଣ ମଧ୍ୟ ହୋଇପାରିବ । ଗତଥର ଭଳି ନିର୍ବାଚନ କାର୍ଯ୍ୟରେ ଚୋପର ବ୍ୟବହାର କରାଯାଇପାରିବ । ଏକ ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ କୌଣସି ନୂତନ ଯୋଜନା ସରକାର ଘୋଷଣା କରିପାରିବେ ନାହିଁ । ନୂତନ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇପାରିବ ନାହିଁ ।
ସୂଚନାଯୋଗ୍ୟ ଯେ ଗତକାଲି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କାଳିଆ ଯୋଜନାରେ ସାମିଲ ହେବା ପାଇଁ ହିତାଧିକାରୀ ମାନେ ମାର୍ଚ୍ଚ ୩୧ ତାରିଖ ଧ୍ୟରେ ଆବେଦନ କରିପାରିବେବୋଲି କହିଥିବା ବେଳେ ନିର୍ବାଚନ ଅଧିକାରୀ ଶ୍ରୀ କୁମାର ଏହା ଆଚରଣ ବିଧି ଉଲ୍ଲଘଂନ ବୋଲି ସ୍ପଷ୍ଟ କରିଛନ୍ତି ।
ସେ ଆହୁରି କହିଥିଲେ ଯେ ଗତ ରବିବାର ଠାରୁ ଆଚରଣ ବିଧି ଲାଗୁ ନେଇ ଘୋଷଣା ହେବା ପରେ ୨୦ରୁ ୩୦ ହଜାର ବ୍ୟାନର ହଟାଯାଇଛି । ନିର୍ବାଚନ ପ୍ରଚାର ସମୟରେ ଯେଉଁ ସବୁ ଅପରାଧୀ ମାମଲା ସମ୍ପର୍କିତ ଅଭିଯୋଗ ଆସିବ ତାହା ଉପରେ ପ୍ରାଥମିକ ତଦନ୍ତ କରାଯିବ । ଅଭିଯୋଗର ପ୍ରମାଣ ମଳିଲେ ଅଧିକ ତଦନ୍ତ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭୋଟର୍ ଲିଷ୍ଟରେ ବହୁ ବ୍ୟକ୍ତଙ୍କ ନାମ ସାମିଲ ହୋଇପାରିନାହିଁ । ତାହା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ କୁମାର କହିଛନ୍ତି ।
ମଙ୍ଗଳବାର ଶ୍ରୀ କୁମାରଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳ ମାନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ କମିଶନଙ୍କ ନଦ୍ଦେର୍୍ଶ କ୍ରମେ ବୈଠକ କରାଯାଇଥିଲା । ୭ଟି ଜାତୀୟ ରାଜନୈତିକ ଦଳ ବିଜେପି , କଂଗ୍ରେସ , ବିଏସପି , ଏସପି , ସିପିଆଇଏମ୍ ,ସିପିଆଇ ଏମଏଲ୍ , ସିପିଆଇ ଏବଂ ବଜେଡି ବୈଠକରେ ଯୋଗ ଦେଇଥିଲେ । ଏଥିରେ ଭାରତୀୟ ନିର୍ବାଚନ କମିଶନ ପ୍ରଣୟନ କରିଥିବା ନୂତନ ନିୟମ ସମ୍ପର୍କରେ ଅବଗତ କରାଇବା ସହ ନିର୍ବାଚନ ସୁପରିଚାଳନା ନେଇ ଆଲୋଚନା କରାଯାଇଥିଲା । ଏହା ବ୍ୟତୀତ ଇଭିଏମ୍ ର ସୁରକ୍ଷା , ଫର୍ମ ୨୬ ଆଫିଡେଭିଟ୍ ରେ ପ୍ୟାନ୍ କାର୍ଡ ଲାଗୁ , ଷ୍ଟ୍ରଙ୍ଗ୍ ରୁମ୍ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା । ଆଗାମୀ ଦିନ ମାନଙ୍କରେ ସମୟ ସମୟରେ ରାଜନୈତିକ ଦଳ ମାନେ ନିର୍ବାଚନ କମିଶନଙ୍କୁ ଭେଟି ଆଲୋଚନା କରିବାକୁ ନିଷ୍ପତି ହୋଇଥିଲା । ନିର୍ବାଚନୀ ଖର୍ଚ୍ଚ ନେଇ ଆୟକର ବିଭାଗରେ ଅଭିଯୋଗ କରିବାପାଇଁ ଟୋଲ ଫ୍ରି ନମ୍ବର ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା । ନିର୍ବାଚନ ପାଇଁ ଖର୍ଚ୍ଚ ସୀମା ଦଳ ପାଇଁ ଧାର୍ଯ୍ୟ କରାନଯାଇ ପ୍ରାର୍ଥୀମାନଙ୍କ ପାଇଁ କରାଯାଇଛି ବୋଲି ଶ୍ରୀ କୁମାର କହିଥିଲେ । ପ୍ରାର୍ଥୀମାନେ ନିଜର ଅପରାଧିକ ରେକର୍ଡ ଗଣମାଧ୍ୟମରେ ଦର୍ଶାଇବା ପାଇଁ କୁହାଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଚ୍ଚିନରାମଚନ୍ଦ୍ର ଯାଦବ ଓ ଅଭୟ
କୁମାର ନାୟକଙ୍କ ସହ ଭାରତୀୟ ଜାତୀୟ କଂଗ୍ରେସର ଶିବାନନ୍ଦ ରାୟ, ଏନ୍ସିପିର ଏସ୍. ମକ୍ସଦ୍ ଅଲ୍ଲୀ, ବିଜୁ ଜନତା ଦଳର ଅମର ପଟ୍ଟନାୟକ ଓ ସସ୍ମିତ୍ ପାତ୍ର, ବହୁଜନ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଟଙ୍କଧର ବାଗ୍, ଭାରତୀୟ ଜନତା ପାର୍ଟିର ସମୀର ମହାନ୍ତି, ଜୟନ୍ତ କୁମାର ରାୟ, ରବିଶଙ୍କର ପ୍ରଧାନ, ସୁଦର୍ଶନ ନାୟକ, ସୂର୍ଯ୍ୟ ନାରାୟଣ ଦାସ, ସିପିଆଇର ଡ଼.ସୌରୀବନ୍ଧୁ କର, ଡ଼. ପ୍ରଶାନ୍ତ ମିଶ୍ର ଏବଂ ସିପିଆଇଏମ୍ର ଦୁଷ୍ମନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା