Connect with us

ଅପରାଧ

ମହାନଦୀ ବସରେ ଟ୍ରାଜେଡି ଡ୍ରାଇଭର ନାମରେ ମାମଲା ରୁଜୁ

ସାଙ୍କେତିକ ଚିତ୍ର

ମହାନଦୀ ବସରେ ଟ୍ରାଜେଡି
ଡ୍ରାଇଭର ନାମରେ ମାମଲା ରୁଜୁ
ଭୁୁବନେଶ୍ୱର,୨୧ା୧୧ : ଦ୍ରୁତଗତି ହିଁ କାଳ ,ସାଜିଲା । ଅକାଳରେ ୧୦ଟି ଜୀବନ ଦୀପ ଲିଭିଗଲା । ଦ୍ରୁତ ବେଗରେ ବସ୍ ଚାଲିଥିବାରୁ ନିୟନ୍ତ୍ରଣ ହରାଇ ଜଗନ୍ନାଥ ନାମକ ଘରୋଇ ଯାତ୍ରୀବାହୀ ବସ୍ ଗତକାଲି ମହାନଦୀ ପୋଲ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାଗସ୍ତ ବସ୍ ର ଡ୍ରାଇଭରଙ୍କ ନାମରେ ଜଗତପୁର ପୋଲିସ୍ ନିଜ ଆଡୁ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି ।

ଡ୍ରାଇଭର ଜଣକ ହେଲେ ଖଗେଶ୍ୱର ମୁଦୁଲି । ପୋଲିସ୍ ତାଙ୍କ ବିରୋଧରେ ଧାରା ୨୭୯,୩୩୭,୩୩୮ ଓ ୩୦୪ (ଏ)ରେ ମାମଲା ରୁଜୁ କରିଛି । ଖଗେଶ୍ୱର ବର୍ତମାନ ଗୁରୁତର ଆହତ ହୋଇ ଏସସିବିରେ ଚିକିତ୍ସାଧୀନ ଅଛନ୍ତି । ସେ ଦ୍ରୁତ ଗତିରେ ବସ୍ ଚଳାଇବା ଯୋଗୁଁ ହିଁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ପରେ ଡ୍ରାଇଭର ଷ୍ଟିଅରିଂ ଭିତରେ ଫସି ରହିଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ଷ୍ଟିଅରିଂକୁ କଟରରେ କାଟି ତାଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଯାତ୍ରୀ କହିଛନ୍ତି ଯେ ବସ ଅତି ଦ୍ରୁତଗତିରେ ଥିଲା । ଏପରିକି ଏହାର ବେଗ ଘଂଟା ପ୍ରତି ୯୦ରୁ ୧୦୦ କିଲୋମିଟର ରହିଥିଲା । ତାପରେ ହଠାତ୍ ବହୁତ ଜୋରେ ଶବ୍ଦ କରି ବସ୍ ଟି ତଳକୁ ଖସି ପଡିଥିଲା ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟାରେ ତାଳଚେରରୁ ଆସୁଥିବା ଏକ ବସ୍ ମହାନଦୀ ପୋଲ ତଳକୁ ଖସି ପଡିବାରୁ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୪୦ରୁ ଉଦ୍ଧ୍ୱର୍ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ୭ପୁରୁଷ ଓ ୩ଜଣ ମହିଳା ରହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ