Connect with us

ମନୋରଞ୍ଜନ

ମଲାଇକା ଆରୋରା ଓ ଅର୍ଜୁନ କପୁରଙ୍କ ପ୍ରେମ କାହାଣୀ

ସାଙ୍କେତିକ

ମାୟାନଗରୀର ଗଳି କନ୍ଦିରେ ଏବେ ମଲାଇକା ଆରୋରା ଓ ଅର୍ଜୁନ କପୁରଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଚାଲିଛି । ହେଲେ ଏକଥାକୁ ଖୋଲାଖୋଲି ଭାବେ ପ୍ରକାଶ କରୁ ନାହାଁନ୍ତି ଏହି ଯୋଡି । ଅନେକ ଥର ଏମାନଙ୍କୁ ସ୍ପଟ କରାଯାଇଥିଲେ ମଧ୍ୟ ଉଭୟେ ଏହାକୁ ଏଡାଇ ଯାଉଛନ୍ତି । ପ୍ରେମ ଯେ ଲୁଚି ରହେନା ଏହାକୁ ବୋଧହୁଏ ଏମାନେ ଭୁଲି ଯାଇଛନ୍ତି ।

ସେ ଯାହା ହେଉନା କାହିଁକି ଏଥର ମଲାଇକାଙ୍କୁ ପୁଣି ଥରେ ମୁମ୍ବାଇରେ ସ୍ପଟ କରାଯାଇଛି । ହେଲେ ଅର୍ଜୁନଙ୍କ ବିନା । ଅବଶ୍ୟ ଏହା ଚର୍ଚ୍ଚିତ ଖବର ନୁହେଁ । କିନ୍ତୁ ଅନ୍ୟପଟେ ଅର୍ଜୁନ ସିନା ମଲାଇକାଙ୍କ ସାଙ୍ଗରେ ନ ଥିଲେ କିନ୍ତୁ ସାଙ୍ଗରେ ଥିଲା ଅର୍ଜୁନଙ୍କ ଗାଡି । ଅର୍ଥାତ୍ ମଲାଇକା ଯେଉଁ ଗାଡିରୁ ଓହ୍ଲାଇଲେ ତାହା ଥିଲା ଅର୍ଜୁନ କପୁରଙ୍କର । ଏଥିରୁ ଅନୁମାନ କରାଯାଉଛି ଯେ ଏମାନଙ୍କ ମଧ୍ୟରେ ନିଶ୍ଚିତ ଭାବେ କିଛି ସମ୍ପର୍କ ରହିଛି । ଏଥର ମଲାଇକା ହ୍ୱାଇଟ୍ କଷ୍ଟ୍ୟୁମ ସହ ଲାଗୁଥିଲେ ଖୁବ୍ କୁଲ୍ । ଗଣମାଧ୍ୟମକୁ ପୋଜ୍ ଦେବା ସହ ଚୁପ ଚାପ ଚାଲି ଯାଇଥିଲେ ।

ଏଥର ତାଙ୍କ ମିଜାଜ୍ ମଧ୍ୟ ବଦଳିଲା ଭଳି ଲାଗୁଥିବା ଆଲୋଚନା ହେଉଛି । ଏହାକୁ ନେଇ ଅନୁମାନ କରାଯାଉଛି ୨୦୧୯ରେ ମଲାଇକା ହୋଇପାରନ୍ତି କପୁର ଖାନଦାନର ବୋହୂ ।

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ