Connect with us

ରାଜନୀତି

ଭୁବନେଶ୍ୱରରେ ୧୦ ହଜାର ବସ୍ତିବାସିନ୍ଦାଙ୍କୁ ବାସଗୃହ ଆବଂଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ଭୁବନେଶ୍ୱରରେ ୧୦ ହଜାର ବସ୍ତିବାସିନ୍ଦାଙ୍କୁ ବାସଗୃହ ଆବଂଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୦୬ ମାର୍ଚ୍ଚ – ଭୁବନେଶ୍ୱର ମହାନଗର ନିଗମ ଅଂଚଳର ୧୦,୦୦୦ ବସ୍ତି ବାସିନ୍ଦାଙ୍କ ପାଇଁ ଆବାସ ମିଶନ ଯୋଜନାରେ ବାସଗୃହ ଆବଂଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ଭୁବନେଶ୍ୱର ଜନତା ମଇଦାନ ଠାରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
ଏହି ସମାବେଶରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକଙ୍କର ଖୁସି ମୋର ସବୁଠାରୁ ବଡ ସନ୍ତୋଷ ।ଗରିବ ଲୋକଙ୍କ କଲ୍ୟାଣ ତାଙ୍କ ସରକାରର ପ୍ରାଥମିକତା ରହିଆସିଛି । ସେ ସବୁବେଳେ ଗରିବ ଲୋକଙ୍କ ସାଥିରେ ଅଛନ୍ତି ଓ ସେମାନଙ୍କ ସ୍ୱର୍ଥର ସୁରକ୍ଷା ପାଇଁ କାମ କରିଚାଲିବେ । ମିଶନ ଶକ୍ତିର ମା ମାନଙ୍କୁ ରାଜ୍ୟର ବିକାଶର ସାରଥି ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକର ଲୋକଙ୍କୁ ଦେଇଥିବା ପ୍ରତିଶୃତି ଅକ୍ଷରେ ଅକ୍ଷରେ ପାଳନ କରିଆସିଛନ୍ତି । ୨୦୧୫ରେ ମିଶନ ଶକ୍ତିର ମା ମାନଙ୍କୁ ୧ ପ୍ରତିଶତ ସୁଧହାରରେ ଋଣ ଦିଆଯାଉଥିବା ବେଳେ ବର୍ତମାନ ୦ ପ୍ରତିଶତ ସୁଧରେ ଋଣ ଦିଆଯାଉଛି । ସେହିପରି ସହରରେ ରହୁଥିବା ବସ୍ତିବାସିନ୍ଦାମାନଙ୍କ ପାଇଁ ତାଙ୍କ ସରକାର ଆରମ୍ଭ କରିଥିବା ଜାଗା ମିଶନ ସାରାଦେଶରେ ପ୍ରଥମ । ଗରିବ ଲୋକ , ମହିଳା , ଚାଷୀ , ସମସ୍ତଙ୍କ ସୁଖ ଦୁଃଖରେ ସେ ରହିଛନ୍ତି । ସେମାନଙ୍କ ପାଇଁ କାମ କରୁଛନ୍ତି ଏବଂ କରି ଚାଲିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକାମ୍ର, ଭୁବନେଶ୍ୱର କେନ୍ଦ୍ର ଏବଂ ଉତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଂଚଳ ପାଇଁ ରାସ୍ତାଘାଟ , ବିଜୁଳି ଓ ଡ୍ରେନେଜ୍ ଆଦି ବିଭିନ୍ନ ଭିତିଭୂମି ବିକାଶ କାର୍ଯ୍ୟକ୍ରମର ଶିଳାନ୍ୟାସ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ରାଜନୀତି