Connect with us

ଓଡିଶା

ଭୁବନେଶ୍ୱରରେ ଗଠନ ହେବ ଆଉ ୨ଟି ନୂତନ ତହସିଲ l

ଭୁବନେଶ୍ୱରରେ ଗଠନ ହେବ ଆଉ ୨ଟି ନୂତନ ତହସିଲ l

ଭୁବନେଶ୍ୱରରେ ଗଠନ ହେବ ଆଉ ୨ଟି ନୂତନ ତହସିଲ
– ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର :- ରାଜସ୍ୱ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ତ୍ୱରିତ ରାଜସ୍ୱ ସେବା ପ୍ରଦାନ ନିମନ୍ତେ ଭୁବନେଶ୍ୱର ତହସିଲକୁ ବିଭାଜନ କରାଯାଇ ଭୁବନେଶ୍ୱର ତହସିଲ ସମେତ ଅଧିକ ଦୁଇଟି ନୂତନ ତହସିଲ ଗଠନ କରାଯିବ । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି ପଠାଇଛନ୍ତି ।

ଭୁବନେଶ୍ୱରର କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟା ଓ ପରିସୀମାକୁ ଦୃଷ୍ଟିରେ ରଖି ଲୋକଙ୍କୁ ତ୍ୱରିତ ରାଜସ୍ୱ ସେବା ଯୋଗାଇଦେବା ନିମନ୍ତେ ଭୁବନେଶ୍ୱର ତହସିଲ୍ ବ୍ୟତୀତ ତମାଣ୍ଡୋ ଓ ପଟିଆ ତହସିଲ ଗଠନ କରାଯିବ । ଭୁବନେଶ୍ୱର ତହସିଲ ଅଧୀନରେ ୧୩ଟି ରାଜସ୍ୱ ନିରୀକ୍ଷକ ସର୍କଲ କାର୍ଯ୍ୟ କରୁଥିବାବେଳେ ପ୍ରସ୍ତାବରେ ଭୁବନେଶ୍ୱର ତହସିଲ ଅଧୀନରେ ୫ଟି ଅ।ର୍.ଅ।ଇ ସର୍କଲ, ତମାଣ୍ଡୋ ତହସିଲ ଅଧୀନରେ ୪ଟି ଅ।ର୍.ଅ।ଇ ସର୍କଲ ଓ ପଟିଆ ତହସିଲ ଅଧୀନରେ ୪ଟି ଅ।ର୍.ଅ।ଇ ସର୍କଲ କାର୍ଯ୍ୟ କରିବ ବୋଲି କୁହାଯାଇଛି । ଏଥି ସହିତ ଭୁବନେଶ୍ୱର ତହସିଲରେ ଜିଲ୍ଲା ସବ୍ରେଜିଷ୍ଟ୍ରାର୍ କାର୍ଯ୍ୟଳୟ ସହ ପ୍ରସ୍ତାବିତ ନୂତନ ଦୁଇ ତହସିଲରେ ମଧ୍ୟ ଦୁଇଟି ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ଖୋଲାଯିବ ।

ଏହା ଦ୍ୱାରା ଜନସାଧାରଣଙ୍କୁ ସୁବିଧାରେ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରାଜସ୍ୱ ସେବା ଯୋଗାଇ ଦିଅ।ଯାଇ ପାରିବ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି ଅ।ଶା ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା