Connect with us

ତର୍କ ବିତର୍କ

ଭାରତ ଓ ଆମେରିକା ମଧ୍ୟରେ ୨+୨ ବୈଠକ l

ଭାରତ ଓ ଆମେରିକା ମଧ୍ୟରେ ୨+୨ ବୈଠକ l

ଭାରତ ଓ ଆମେରିକା ମଧ୍ୟରେ ୨+୨ ବୈଠକ
ନୂଆଦିଲ୍ଲୀ,୬ା୯ : ଭାରତ ଓ ଆମେରିକା ମଧ୍ୟରେ ପ୍ରଥମ ୨+୨ ବୈଠକ ଅନୁଷ୍ଠିତ ହୋଇଛି । ଏହି ଆଲୋଚନା ଭାରତର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଓ ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଆମେରିକାର ପ୍ରତିରକ୍ଷା ସଚିବ ଜେମ୍ସ ମାଟିସ ଓ ପରରାଷ୍ଟ୍ର ବିଭାଗ ସଚିବ ମାଇକ ପମ୍ପେଓଙ୍କ ମଧ୍ୟରେ ହୋଇଛି ।

ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବିଷୟ ଉପରେ ଉଭୟ ପକ୍ଷ ଆଲୋଚନା କରିଛନ୍ତି । ଏହା ମଧ୍ୟରେ ପ୍ରମୁଖ ହେଉଛି ଭାରତକୁ ବିଭିନ୍ନ ଅତ୍ୟାଧୁନିକ ଜ୍ଞାନକୌଶଳ ହସ୍ତାନ୍ତର ଉପରେ ଥିବା କଟକଣାକୁ ଲାଘବ କରିବା, ସୀମାପାର ଆତଙ୍କବାଦ, ଏନ୍ଏସ୍ଜିରେ ଭାରତର ସଦସ୍ୟତା ଓ ଏଚ୍୧ବି ଭିସା ପ୍ରସଙ୍ଗ । ଏହାସହିତ ଉଭୟ ପକ୍ଷ ମଧ୍ୟରେ ଆଉ ୨ଟି ହଟଲାଇନ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି ।

ପ୍ରଥମ ହଟଲାଇନ ହେଉଛି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ଆମେରିକାର ପରରାଷ୍ଟ୍ର ବିଭାଗ ସଚିବ ମାଇକ ପମ୍ପେଓ ଓ ୨ୟ ହଟଲାଇନଟି ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଆମେରିକାର ପ୍ରତିରକ୍ଷା ସଚିବ ଜେମ୍ସ ମାଟିସଙ୍କ ମଧ୍ୟରେ ପ୍ରତିଷ୍ଠା କରାଯିବ । ଉଭୟ ଦେଶ ମଧ୍ୟରେ କମକାସା ଚୁକ୍ତି ପାଇଁ ସହମତି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ତର୍କ ବିତର୍କ