Connect with us

ଦେଶ

ଭାରତୀୟ ସେନା ହେଲା ଅଧିକ ଶକ୍ତିଶାଳୀ

ସାଙ୍କେତିକ ଚିତ୍ର

ଭାରତୀୟ ସେନା ହେଲା ଅଧିକ ଶକ୍ତିଶାଳୀ
ସାମିଲ ହେଲା ଏମ ୭୭୭ ଓ କେ-୯
ନୂଆଦିଲ୍ଲୀ,୯ା୧୧ : ଭାରତୀୟ ସେନାଙ୍କୁ ପବିତ୍ର ଦୀପାବଳି ଅବସରରେ ୨ ପ୍ରକାର ହାଇଟେକ ତୋପ ହସ୍ତାନ୍ତର କରାଯାଇଛି । ଏହି ତୋପ ସେନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଆମେରିକା ନିର୍ମିତ ଏମ-୭୭୭ ଅଲ୍ଟ୍ରାଲାଇଟ୍ ହୋବିତ୍ଜର ଓ କୋରିଆ ନିର୍ମିତ କେ-୯ ବଜ୍ର ଭାରତୀୟ ସେନାରେ ସାମିଲ କରାଯାଇଛି । ଏହାଦ୍ୱାରା ଭାରତୀୟ ସ୍ଥଳ ସେନାର ଶକ୍ତି ବୃଦ୍ଧି ପାଇଛି । ପୂର୍ବରୁ ଏହି ତୋପକୁ ସେପ୍ଟେମ୍ବରରେ ଭାରତୀୟ ସେନାରେ ସାମିଲ କରାଯିବାର କାର୍ଯ୍ୟକ୍ରମ ଥିଲା । ହେଲେ କିଛି ବୈଷୟିକ କାରଣରୁ ଏହି ପ୍ରକ୍ରିୟାକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।

ଏହି ଉପଲକ୍ଷେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ସେନାଧ୍ୟକ୍ଷ ବିପିନ ରାୱତଙ୍କ ଉପସ୍ଥିତିରେ ଏହି ହାଇଟେକ୍ ତୋପ ସେନାକୁ ହସ୍ତାନ୍ତର କରାଯାଇଥିଲା । ଭାରତୀୟ ସେନାକୁ ୩୧ ବର୍ଷ ପରେ ଏଭଳି ଏକ ହାଇଟେକ୍ ତୋପ ପ୍ରଦାନ କରାଯାଇଛି । ବୋଫର୍ସ ତୋପ ପରଠାରୁ ଭାରତୀୟ ସ୍ଥଳ ସେନାରେ ସେଭଳି ଆଖିଦୃଶିଆ ତୋପ ପ୍ରଦାନ କରାଯାଇ ନଥିଲା । କେ-୯ ବଜ୍ରକୁ ଦକ୍ଷିଣ କୋରିଆର ହନବହା ଟେକ ବିନ କମ୍ପାନୀ ମେକ ଇନ୍ ଇଣ୍ଡିଆ ଯୋଜନା ଅଧିନରେ ନିର୍ମାଣ କରାଯାଇଛି । ଭାରତରେ ଏହି ତୋପର ନିର୍ମାଣ ଅଲ ଆଣ୍ଡ ଟି କମ୍ପାନୀ ଦ୍ୱାରା ନିର୍ମାଣ କରାଯିବ । ମୋଟ ୪୩୬୬ କୋଟି ଟଙ୍କା ବ୍ୟୟବରାଦରେ ସେନାକୁ ଚଳିତ ମାସ ଶେଷ ସୁଦ୍ଧା ୧୦ଟି ତୋପ ହସ୍ତାନ୍ତର କରାଯିବ । ଅବଶିଷ୍ଟ ୯୦ଟି ତୋପ ମେକ ଇନ୍ ଇଣ୍ଡିଆ ଯୋଜନା ଅନ୍ତର୍ଗତ ନିର୍ମାଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଅବଶିଷ୍ଟ ତୋପ ୨୦୨୦ ସୁଦ୍ଧା ସେନାଙ୍କୁ ହସ୍ତାନ୍ତର କରିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । କେ-୯ ତୋପ ମାତ୍ର ୩ ସେକେଣ୍ଡରେ ୩ଟି ବୋମା ନିକ୍ଷେପ କରିବାର କ୍ଷମତା ରହିଛି । ମାତ୍ର ୩ ମିନିଟ୍ ମଧ୍ୟରେ ୧୫ ରାଉଣ୍ଡ ବୋମା ନିକ୍ଷେପ କରି ପାରୁଥିବା କେ-୯ ୬୦ ମିନିଟ୍ରେ ୬୦ଟି ବୋମା ନିକ୍ଷେପ କରିପାରିବ ।

ଅପରପକ୍ଷରେ ଏହି ଟ୍ୟାଙ୍କ ଘଣ୍ଟା ପିଛା ୬୦ କିମି ବେଗରେ ଗତି କରିପାରୁଛି । ଫଳରେ ଏହି ତୋପ ଭାରତର ରାଜସ୍ଥାନ ଓ ପଞ୍ଜାବ ସୀମାରେ ପ୍ରଭାବଶାଳୀ ହେବ ବୋଲି ସେନା ପକ୍ଷରୁ କୁହାଯାଇଛି । ଏହି ତୋପ ୩୯ କିମି ମଧ୍ୟରେ ଯେକୌଣସି ଲକ୍ଷ୍ୟକୁ ଭେଦ କରିବାର କ୍ଷମତା ରହିଚି । ୧୫୫ କ୍ୟାଲିବାର ତୋପ ବିସ୍ଫୋରଣ କରି ୫୦ ମିଟର ଅଞ୍ଚଳକୁ ଧ୍ୱଂସ କରିବାର କ୍ଷମତା ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ