Connect with us

ଅପରାଧ

ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୁନ୍ଦରୀର ସ୍ଥାନାନ୍ତର ନିଷ୍ପତ୍ତି:- ଜଙ୍ଗଲ ମନ୍ତ୍ରୀ l

ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୁନ୍ଦରୀର ସ୍ଥାନାନ୍ତର ନିଷ୍ପତ୍ତି:- ଜଙ୍ଗଲ ମନ୍ତ୍ରୀ l

“ସୁନ୍ଦରୀ’ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟଣା
ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ଥାନାନ୍ତର ନିଷ୍ପତ୍ତି : ଜଙ୍ଗଲ ମନ୍ତ୍ରୀ
ଭୁବନେଶ୍ୱର,୧୪ା୯: ସାତକୋଶିଆରେ ଛଡାଯାଇଥିବା ବାଘୁଣି ସୁନ୍ଦରୀର ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଘଟଣା ସ୍ପଷ୍ଟ ହୋଇନାହିଁ । ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହେବ । ସୁନ୍ଦରୀକୁ ମଧ୍ୟପ୍ରଦେଶର ବାନ୍ଧବଗଡକୁ ସ୍ଥାନାନ୍ତର କରାଯିବ ବୋଲି ଯାହା କୁହାଯାଉଛି ସେଭଳି କିଛି ବିଧିବଦ୍ଧ ନିଷ୍ପତି ନିଆଯାଇନାହିଁ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିଜୟଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ ସ୍ଥାନାନ୍ତର ସମ୍ପର୍କରେ କେବଳ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ସ୍ଥିତି ସମ୍ପର୍କରେ ଜଣାଇ ଦିଆଯାଇଛି । ଏହି ସଂସ୍ଥା ନିଷ୍ପତି ପରେ ସରକାର ଯାହା କିଛି ପଦକ୍ଷେପ ନେବେ । ବାଘ ଅଣାଯିବା ଓ ସ୍ଥାନାନ୍ତର କରାଯିବା ସମ୍ପୃକ୍ତ ପ୍ରତିଷ୍ଠାନର କାର୍ଯ୍ୟ । ସ୍ଥାନୀୟ ପ୍ରଶାସନ ବାଘର ସ୍ଥାନାନ୍ତର ନେଇ କୌଣସି ନିଷ୍ପତି ନେଇ ପରିବେ ନାହିଁ । ସୁନ୍ଦରୀର ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ରାଉତରାୟ କହିଛନ୍ତି । ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଅଭିଯୋଗ ସମ୍ପର୍କରେ ଯଦି କୌଣସି ସୂଚନା ମିଳେ ତେବେ ଆଇନ୍ ଅନୁଯାୟୀ ମହିଳାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ l

ସୁନ୍ଦରୀ ବାଘୁଣୀର ଆତଙ୍କରାଜ ଜାରି ରହିଛି । ଆଜି ପୁଣି ଗୃହପାଳିତ ପଶୁ ମାରିଛି । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଥିବା ଆଠମଲିକ ବନଖଣ୍ଡ ଧଣ୍ଡଟୋପୋ ରେଞ୍ଜ ବିପ୍ରଡିହ ଗାଁରେ ସୁନ୍ଦରୀ ଗାଈ ଓ ବାଛୁରୀ ମାରିଛି ।

ଗାଁ ଲୋକମାନେ ଏହି ଘଟଣାକୁ ନେଇ ବିଟ୍ ହାଉସ୍ ଓ ରେଂଜ ଅଫିସ୍ ଭଙ୍ଗାରୁଜା କରିବା ଓ ରାସ୍ତା ଅବରୋଧ କରିବାକୁ ମନ୍ତ୍ରୀ ନାପସନ୍ଦ କରିଛନ୍ତି । ମନ୍ତ୍ରୀଙ୍କ ଏହି ଉତର ପରେ ଗତକାଲି ବାଘୁଣୀ ସ୍ଥାନାନ୍ତର ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ