Connect with us

ଦେଶ

“ବ୍ରିଟିଶରଙ୍କୁ ସମର୍ପି ଦିଆଯାଇଥିଲା କୋହିନୂର’

ସାଙ୍କେତିକ ଚିତ୍ର

“ବ୍ରିଟିଶରଙ୍କୁ ସମର୍ପି ଦିଆଯାଇଥିଲା କୋହିନୂର’
ଲୁଧିଆନା,୧୬ା୧୦ : କୋହିନୂର ହୀରା ବ୍ରିଟିଶ ମହାରାଣୀ ଭିକ୍ଟୋରିଆଙ୍କୁ ସମର୍ପଣ କରି ଦିଆଯାଇଥିଲା । ସୂଚନା ଅଧିକାର ଆଇନ ବଳରେ ସୂଚନା କର୍ମୀ ରୋହିତ ସଭାରୱାଲ୍ କରିଥିବା ଆବେଦନ ଆଧାରରେ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଏହି ସୂଚନା ଦେଇଛି । ୨୦୧୬ ଏପ୍ରିଲ୍ ମାସରେ ସୁପ୍ରିମ୍କୋର୍ଟରେ କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ଜଣାଇଥିଲେ ଯେ, ଆଙ୍ଗଲୋ-ଶିଖ ଯୁଦ୍ଧରେ ହୋଇଥିବା କ୍ଷୟକ୍ଷତିର ଭରଣା ସ୍ୱରୂପ ମହାରାଜା ରଣଜିତ ସିଂହଙ୍କ ଉତ୍ତରାଧିକାରୀ ବ୍ରିଟିଶରମାନଙ୍କୁ କୋହିନୂର ହୀରା ଦେଇଥିଷଲ । କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ସତ୍ୟପାଠର ତଥ୍ୟ ଏଏସ୍ଆଇର ସୂଚନା ମେଳ ଖାଉନି ।

ଏଏସ୍ଆଇର ସୂଚନା ଅନୁଯାୟୀ, ମହାରାଜା ଦୁଲୀପ ସିଂହ ଓ ଲର୍ଡ ଡେଲହାଉସିଙ୍କ ମଧ୍ୟରେ ୧୮୪୯ରେ ଲାହୋରରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତିର ସର୍ତ୍ତ ଅନୁଯାୟୀ ପରବର୍ତ୍ତୀ ସମୟରେ ଲାହୋରର ମହାରାଜା କୋହିନୂର ହୀରାକୁ ଇଂଲଣ୍ଡର ରାଣୀଙ୍କ ନିକଟରେ ସମର୍ପଣ କରିଥିଲେ । ମହାରାଜା ଦୁଲୀପ ସିଂହ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ କୋଠି ବାସିୱାନ୍ ଓ ଗୁରୁଭଜନ ସିଂହ ଗିଲ୍ଙ୍କ କହିବା ଅନୁଯାୟୀ, ଦୁଲୀପ ସିଂହ ୯ ବର୍ଷର ହୋଇଥିବା ବେଳେ ତାଙ୍କଠାରୁ ବ୍ରିଟିଶରମାନେ କୋହିନୂର ହୀରା ନେଇଯାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ