Connect with us

ଦେଶ

“ବିଶ୍ୱ ଜୈବ ଇନ୍ଧନ” ଦିବସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ “ଜୈବ ଇନ୍ଧନ ଭାରତକୁ ନୂତନ ଗତି ପ୍ରଦାନ କରିବ’

“ବିଶ୍ୱ ଜୈବ ଇନ୍ଧନ” ଦିବସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ “ଜୈବ ଇନ୍ଧନ ଭାରତକୁ ନୂତନ ଗତି ପ୍ରଦାନ କରିବ’
ଭୁବନେଶ୍ୱର,୧୦ା୮(ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ଠାରେ ବିଶ୍ୱ ଜୈବ ଇନ୍ଧନ ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବକୁ ସମ୍ବୋଧିତ କରିଛନ୍ତି । ସେ ବିବିଧ ବର୍ଗଙ୍କ ଏକ ସମ୍ମିଳନୀରେ କୃଷକ, ବୈଜ୍ଞାନିକ, ଉଦ୍ୟୋଗୀ, ଛାତ୍ର, ସରକାରୀ କର୍ମଚାରୀ ଏବଂ ବିଧାୟକମାନଙ୍କୁ ସମ୍ବୋଧିତ କରିଥିଲେ । ଏକବିଂଶ ଶତାବ୍ଦୀରେ ଜୈବ ଇନ୍ଧନ ଭାରତକୁ ନୂତନ ଗତି ପ୍ରଦାନ କରିପାରିବ ବୋଲି ମତବ୍ୟକ୍ତ କରିବା ସହ ଶସ୍ୟରୁ ଉତ୍ପନ୍ନ ଇନ୍ଧନ ଉଭୟ ଗ୍ରାମ ଓ ସହରର ଜନସାଧାରଣଙ୍କ ଜୀବନକୁ ପରିବର୍ତିତ କରିପାରିବ, କୃଷିଜାତ ସାମଗ୍ରୀରୁ ଜୈବଇନ୍ଧନ ବା ଇଥାନଲ ଉତ୍ପାଦନ କରିବାର ଯୋଜନା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଗ୍ରହଣ କରାଯାଇଥିଲା ବୋଲି କହିଥିଲେ । ୨୦୧୪ ପରେ ଇଥାନଲ ବ୍ଲେଣ୍ଡିଂ/ମିଶ୍ରଣ କାର୍ଯ୍ୟକ୍ରମ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଇଥିଲା । କୃଷକମାନଙ୍କୁ ଲାଭ ପହଂଚାଇବା ବ୍ୟତୀତ ଏହି ପଦକ୍ଷେପ ଫଳରେ ଗତବର୍ଷ ୪ହଜାର କୋଟି ଟଙ୍କାର ବୈଦେଶିକ ବିନିମୟ ମୁଦ୍ରା ସଂଚୟ କରିବାରେ ସହାୟକ ହୋଇଛି ଏବଂ ଆଗାମୀ ୪ବର୍ଷ ମଧ୍ୟରେ ଏହାକୁ ୧୨ହଜାର କୋଟି ଟଙ୍କାରେ ପହଂଚାଇବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି, ବାୟୋମାସକୁ ବାୟୋ ଇନ୍ଧନରେ ରୂପାନ୍ତରିତ କରିବାର ପ୍ରୟାସରେ କେନ୍ଦ୍ର ସରକାର ବହୁ ପରିମାଣରେ ପୁଞ୍ଜିନିବେଶ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ଇତିମଧ୍ୟରେ ୧୨ଟି ଅତ୍ୟାଧୁନିକ ବିଶୋଧନାଗାର ପ୍ରତିଷ୍ଠା କରାଯିବାର ଯୋଜନା ରହିଛି । ଏହି ପ୍ରକ୍ରିୟା ମାଧ୍ୟମରେ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଜନଧନ, ବନ୍ଧନ ଏବଂ ଗୋବର-ଧନ ଭଳି ଯୋଜନା ଗରିବ ଜନସାଧାରଣ, ତଫସିଲଭୁକ୍ତ ଜନଜାତି ଏବଂ କୃଷକମାନଙ୍କ ଜୀବନକୁ ରୂପାନ୍ତରିତ କରିବାରେ ସହାୟକ ହେଉଛି, ଜୈବ ଇନ୍ଧନର ରୂପାନ୍ତରଣକାରୀ କ୍ଷମତାକୁ ଛାତ୍ର, ଶିକ୍ଷକ, ବୈଜ୍ଞାନିକ, ଉଦ୍ୟୋଗକାରୀ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ମାଧ୍ୟମରେ ହୃଦୟଙ୍ଗମ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ । ଜୈବ ଇନ୍ଧନର ଲାଭକୁ ଗ୍ରାମାଂଚଳରେ ପହଂଚାଇବା ପାଇଁ ସହାୟତା କରିବା ଲାଗି ଉପସ୍ଥିତ ଜନତାଙ୍କୁ ପ୍ରେରିତ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ “ଜୈବ ଇନ୍ଧନ-୨୦୧୮କୁ ନେଇ ଜାତୀୟ ନୀତି” ଶୀର୍ଷକରେ ଏକ ପତ୍ରିକା ଉନ୍ମୋଚନ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ “ପ୍ରୋଆକ୍ଟିଭ ଏଣ୍ଡ ରେସ୍ପନ୍ସିଭ ଫେଲିସିଟେସନ ବାଏ ଇଂଟରାକ୍ଟିଭ ଏଣ୍ଡ ଭର୍ଚ୍ୟୁଅସ ଏନଭିରନମେଂଟାଲ ସିଙ୍ଗଲ-ୱିଣ୍ଡୋ ହବ” (ପରିବେଶ)ର ଶୁଭାରମ୍ଭ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ