Connect with us

ଓଡିଶା

ବିରୋଧୀଙ୍କ ଅନୁପସ୍ଥିତିରେ ୩ ବିଲ୍ ପାରିତ

ବିରୋଧୀଙ୍କ ଅନୁପସ୍ଥିତିରେ ୩ ବିଲ୍ ପାରିତ

ବିରୋଧୀଙ୍କ ଅନୁପସ୍ଥିତିରେ ୩ ବିଲ୍ ପାରିତ
ଭୁବନେଶ୍ୱର,୧୮ା୯ : ତ୍ରୟୋଦଶ ଅଧିବେଶନର ନବମ କାର୍ଯ୍ୟ ଦିବସରେ ମଙ୍ଗଳବାର ଗୃହରେ ଉଭୟ କଂଗ୍ରେସ ଓ ବିଜେପିର ବିରୋଧୀ ଦଳ ସଭ୍ୟମାନେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ସୃଷ୍ଟି କରିବା ଫଳରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ସମ୍ପାଦିତ ହୋଇପାରିନଥିଲା । ତେବେ ପରମ୍ପରା ଅନୁଯାୟୀ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀମାନେ ନିଜ ନିଜ ବିଭାଗର ଲିଖିତ ତାରକା ଚିହ୍ନିତ ପ୍ରଶ୍ନର ଉତର ଗୃହରେ ଉପସ୍ଥାପନ କରିଥିଲେ ।

ହଟ୍ଟଗୋଳ ଯୋଗୁଁ ଗୃହରେ ଦେଖାଦେଇଥିବା ଅଚଳାବସ୍ଥାକୁ ଏଡାଇବା ପାଇଁ ଗୃହକୁ ୧୦ଟା ୩୦ ମିନିଟ ରୁ ୧୧ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ଅନ୍ୟପକ୍ଷରେ ମୁଲତବୀ ପ୍ରସ୍ତାବ ଆଲୋଚନାରେ ମନ୍ତ୍ରୀ ଦେଇଥିବା ଉତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ଓ କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରିବା , ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସଂକଳ୍ପ ଓ ଆଇନ ପ୍ରଣୟନ ପାଇଁ ସଂଶୋଧନ ବିଲ୍ ଆଗତ କରିବା ଆଜିର ଉଲ୍ଲେଖନୀୟ ଘଟଣା ଥିଲା । ନୋ ପ୍ଲାଇଂ ଜୋନରେ ବୈଜୟନ୍ତ ପଣ୍ଡାଙ୍କ ଚପର ଉଡାଇବାକୁ ନେଇ ବିଧାନସଭାରେ ଶାସକ ଦଳ ପକ୍ଷରୁ ହଟ୍ଟଗୋଳ ହୋଇଥିଲା । ଏହାପରେ ବିଜେଡି ସଦସ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତି ତଳେ ଧାରଣା ଦେଇଥିଲେ । ଦ୍ୱିତୀୟାର୍ଦ୍ଧ ବୈଠକରେ ବିରୋଧୀ ଦଳର ଅନୁପସ୍ଥିତିରେ ବିଲ୍ ଆଲୋଚନା ହୋଇ ୩ ଟି ବିଲ୍ ପାରିତ ହୋଇଥିଲା । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୃହର ବୈଠକ ମଙ୍ଗଳବାର ପୂର୍ବାହ୍ନ ୧୦ଟ ୩୦ରେ ଆରମ୍ଭ ହେବା ମାନେ ବିରୋଧୀ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ପଳାଇଆସି ସମବାୟ ବିଭାଗରେ ହୋଇଥିବା ୮୦୦ କୋଟି ଟଙ୍କାର ଦୁର୍ନୀତି , ଓମଫେଡ୍ ଦୁର୍ନୀତି ର ସିବିଆଇ ତଦନ୍ତ ଦାବି କରି ବିରୋଧୀ ଦଳ ସଦସ୍ୟମାନେ ହୋହାଲ୍ଲା କରିବା ସହ ସରକାର ବିରୋଧୀ ନାରାବାଜୀ କରିଥିଲେ ।

ହଟ୍ଟଗୋଳ ସମୟରେ ବିରୋଧୀ ଦଳ ସଦସ୍ୟମାନେ ପୋଡିୟମ୍ କୁ ବାଡେଇବା , ବିଜେପି ସଭ୍ୟମାନେ କଳା ଜ୍ୟାକେଟ୍ ପିନ୍ଧି ପ୍ରତିବାଦ କରିବାର ଦେଖାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା