Connect with us

ଓଡିଶା

ବିଭ୍ରାନ୍ତିକର ବିଜ୍ଞାପନ ଛାପୁଛନ୍ତି ଓଡିଶା ସରକାର : କଂଗ୍ରେସ

ସାଙ୍କେତିକ ଚିତ୍ର

ବିଭ୍ରାନ୍ତିକର ବିଜ୍ଞାପନ ଛାପୁଛନ୍ତି ଓଡିଶା ସରକାର : କଂଗ୍ରେସ
ଭୁବନେଶ୍ୱର,୩୦ା୧୧ : ବିଭିନ୍ନ ଜାତୀୟ, ଆଂଚଳିକ ଖବରକାଗଜ ଓ ଟେଲିଭିଜନରେ ମିଥ୍ୟା ତଥ୍ୟ ଦେଇ ଓଡିଶା ସରକାର ବିଭ୍ରାନ୍ତିକର ବିଜ୍ଞାପନ ଛାପୁଛନ୍ତି । ଏପରିକି ଭୁଲ୍ ତଥ୍ୟର ଫେକ୍ ନ୍ୟୁଜକୁ ବିଜ୍ଞାପନ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓ ରାଜ୍ୟ ସରକାର ଭାଇରାଲ କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ ମିଡିଆ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଗୁରୁତର ଅଭିଯୋଗ ଆଣିଛନ୍ତି ।

ଶୁକ୍ରବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆକାଉଂଟାଂଟ ଜେନେରାଲ ବି. ବସନ୍ତିଆ ଗତ ଅକ୍ଟୋବର ମାସରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ବିଭିନ୍ନ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ କିଭଳି ମିଥ୍ୟା ଓ ଅତିରଞ୍ଜିତ ତଥ୍ୟ ବ୍ୟବହାର କରାଯାଇ ବିଜ୍ଞାପନ ଛପାଯାଉଛି ସେ ନେଇ ସ୍ପଷ୍ଟୀକରଣ ମାଗିଛନ୍ତି । ସୂଚନାଯୋଗ୍ୟ ଯେ ଏପ୍ରିଲ୍ ୨୦୧୪ ରୁ ସେପ୍ଟେମ୍ବର ୨୦୧୮ ବିଗତ ୪ ବର୍ଷ ମଧ୍ୟରେ ଓଡିଶା ସରକାରଙ୍କ ପଂଚାୟତିରାଜ ବିଭାଗ ପକ୍ଷରୁ ୧୯ ଲକ୍ଷ ୫୩ ହଜାର ୩୬୩ (୧୯,୫୩,୩୬୩) ପକ୍କାଘର ନିର୍ମାଣ କରାଯାଇଛି ବୋଲି ଦାବି କରାଯାଇଛି । ଖାଲି ସେତିକି ନୁହେଁ, ଏହି ତଥ୍ୟକୁ ଆଧାର କରି ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ବିଜ୍ଞାପନ ଜରିଆରେ କୁହାଯାଇଛି ଯେ “ସମଗ୍ର ଦେଶରେ କଚ୍ଚାଘରକୁ ପକ୍କାଘରରେ ପରିଣତ କରିବାରେ ଓଡିଶା ଅଗ୍ରଣୀ” ।

ଏହି ଖବର ଓ ତଥ୍ୟ ସଂପୂର୍ଣ୍ଣ ମିଥ୍ୟା ଏବଂ ଅତିରଞ୍ଜିତ ବୋଲି ଆକାଉଂଟାଂଟ ଜେନେରାଲ କହିଛନ୍ତି । ବାସ୍ତବରେ କେନ୍ଦ୍ର ଗ୍ରାମୀଣ ମନ୍ତ୍ରଣାଳୟର ୱେବସାଇଟ ଦ୍ୱାରା ସରଜମିନ୍ ତର୍ଜମା ପରେ ଜଣାପଡିଛି ଯେ ମୋଟ୍ ମାତ୍ର ୧୧ ଲକ୍ଷ ୯ ହଜାର ଘର ନିର୍ମାଣ ହୋଇଛି ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ଏ.ଜି.ଙ୍କ କାଗଜପତ୍ରର ପ୍ରମାଣ ଦିଆଯାଇଛି ।

ଅର୍ଥାତ୍ ବାହାବା ନେବା ପାଇଁ ନବୀନବାବୁ ୮ ଲକ୍ଷ ୪୪ ହଜାର ଭୂତଗୃହ ନିର୍ମାଣ ନେଇ ମିଥ୍ୟା ତଥ୍ୟ ଦେଇଛନ୍ତି ବୋଲି କଂଗ୍ରେସ ଦାବି କରିଛି । ଏ.ଜି ତାଙ୍କ ଚିଠିରେ ଏକଥା ମଧ୍ୟ ଲେଖିଛନ୍ତି ଯେ ବାସ୍ତବରେ ସଂପୂର୍ଣ୍ଣ ଭାବେ ନିର୍ମାଣ ହୋଇଥିବା ଗୃହର ସଂଖ୍ୟା ମାତ୍ର ୪୫% ପ୍ରତିଶତ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା