Connect with us

ଦେଶ

ବିବାଦିତ ରାଫେଲ ଚୁକ୍ତି ସମ୍ବନ୍ଧୀୟ ଦସ୍ତାବେଜ୍‌ ସୁପ୍ରିମକୋର୍ଟରେ ଦାଖଲକଲେ କେନ୍ଦ୍ର ସରକାର

ସାଙ୍କେତିକ ଚିତ୍ର

ବିବାଦିତ ରାଫେଲ ଚୁକ୍ତି ସମ୍ବନ୍ଧୀୟ ଦସ୍ତାବେଜ୍‌ ସୁପ୍ରିମକୋର୍ଟରେ ଦାଖଲକଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ :- ବିବାଦିତ ରାଫେଲ ଚୁକ୍ତିକୁ ନେଇ ସନ୍ଦେହ ଘେରକୁ ଆସିଥିବା କେନ୍ଦ୍ର ସରକାର ଶନିବାରଦିନ ଚୁକ୍ତି ସମ୍ବନ୍ଧୀୟ ସମସ୍ତ ଦସ୍ତାବେଜ୍‌ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ସଞ୍ଜୟ କିଶନ ଓ ଜଷ୍ଟିସ୍‌ ଏମ୍‌ ଜୋଶେଙ୍କୁ ନେଇ ଗଠିତ ହୋଇଥିବା ୩ ଜଣିଆ ଖଣ୍ଡପୀଠ ରାଫେଲ ଚୁକ୍ତି ସମ୍ବନ୍ଧୀୟ କାଗଜପତ୍ର ସୁପ୍ରିମକୋର୍ଟରେ ଦାଖଲ ପାଇଁ ସରକାରକୁ ନିର୍ଦ୍ଦେଶ ଦେଇଥିଲେ ।

ସୁପ୍ରିମକୋର୍ଟଙ୍କ ଡେଡ୍‌ ଲାଇନ୍‌ ଶେଷ ହେବା ପୂର୍ବରୁ କେନ୍ଦ୍ର ସରକାର ମୁଦା ଲଫାପାରେ ଚୁକ୍ତି ସମ୍ବନ୍ଧୀୟ ସମସ୍ତ ଦସ୍ତାବେଜ୍‌ ଦାଖଲ କରିଛନ୍ତି । ଅକ୍ଟୋବର ୨୯ ତାରିଖରେ ଏହି ମାମଲାର ଶୁଣାଣି ହେବ । ଏମଏଲ ଶର୍ମା ନାମକ ଜଣେ ବ୍ୟକ୍ତି ରାଫେଲ ଚୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିବରୁ କୋର୍ଟ ଉପରୋକ୍ତ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ