Connect with us

ଆଞ୍ଚଳିକ

ବିପଦ ସଙ୍କେତ ଉପରେ ଋଷିକୂଲ୍ୟା, ବଂଶଧାରା ଓ ଜଳକା

ସାଙ୍କେତିକ ଚିତ୍ର

ବିପଦ ସଙ୍କେତ ଉପରେ ଋଷିକୂଲ୍ୟା, ବଂଶଧାରା ଓ ଜଳକା
ଭୁବନେଶ୍ୱର,୧୧ା୧୦ : ପ୍ରବଳ ବର୍ଷା ଯୋଗୁଁ ବସ୍ତା ଅଂଚଳରେ ଜଳକା ନଦୀର ଜଳସ୍ତର ମଥାନୀ ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଏହାର ବିପଦ ସଂକେତ ୫.୫ ମିଟର ରହିଥିଲା ବେଳେ ଏହାର ଜଳସ୍ତର ୫.୭୨ମିଟରରେ ପ୍ରବାହିତ ହେଉଛି । ମୋହନାରେ ରାମନଦୀ ପୋଲ ଉପରେ ୧୨ ଫୁଟର ପାଣି ପ୍ରବାହିତ ହେଉଥିଲା ବେଳେ ଗୁଣୁପୁରଠାରେ ବଂଶଧାରା ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ଜଣାପଡ଼ିଛି ।

ଗଞ୍ଜାମ ଜିଲ୍ଲା ଦେଇ ପ୍ରବାହିତ ଋଷିକୂଲ୍ୟା ନଦୀ ଆସିକା ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଫଳରେ ରାସ୍ତାର କେତେକ ସ୍ଥାନରେ ପାଣି ଚାଲୁଥିବାରୁ ଆସିକା-ଭଞ୍ଜନଗର ସଡ଼କ ପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସୋରଡ଼ା, ପାତ୍ରପୁର, ସାନଖେମୁଣ୍ଡି, ଧରାକୋଟ, ହିଞ୍ଜିଳିକାଟୁ ବ୍ଲକର କେତେକ ଅଂଚଳ ପାଣିଘେରରେ ରହିଛି । ଅନେକ ସ୍ଥାନରେ ତାର ଛିଡିଥିବାରୁ, ବିଦ୍ୟୁତ ଖୁଂଟ ଉପୁଡି ପଡିଥିବାରୁ ଜିଲ୍ଲାରେ ବିଦ୍ୟୁତ ସେବା ଦୀର୍ଘ ସମୟ ଧରି ପ୍ରଭାବିତ ହୋଇଛି ।

ସେହିପରି ବ୍ରହ୍ମପୁର-ସୋରଡ଼ା ସଡ଼କ ପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଆସିକା-ଶେରେଗଡ଼ ରାସ୍ତାର ଖମାର ନିକଟରେ ରାସ୍ତାରେ ବନ୍ୟା ପାଣି ଚାଲୁଥିବା ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ