Connect with us

ଆଞ୍ଚଳିକ

ବିନାୟକ ଡ଼ିଗ୍ରୀ ମହାବିଦ୍ୟାଳୟର ୪ର୍ଥ ବାର୍ଷିକ ଉତ୍ସବ

ସାଙ୍କେତିକ

ବିନାୟକ ଡ଼ିଗ୍ରୀ ମହାବିଦ୍ୟାଳୟର ୪ର୍ଥ ବାର୍ଷିକ ଉତ୍ସବ

ଭଦ୍ରକ – ଅଧୁନା ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ବିକାଶ ଘଟିଲେ ସମାଜ ଗଠନରେ ସୁଧାର ଆସିପାରିବ ବୋଲି ବିନାୟକ ଡିଗ୍ରୀ ମହାବିଦ୍ୟାଳୟର ୪ର୍ଥ ବାର୍ଷିକ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ମତାମତ ଦେଇଥିଲେ । ଛାତ୍ରଛାତ୍ରୀମାନେ ଅଧ୍ୟୟନ ଓ ଅଧ୍ୟବସାୟ ଦ୍ୱାରା ସେମାନଙ୍କ ଶିକ୍ଷାନୁଷ୍ଠାନକୁ ଗୌରବାନ୍ୱିତ କରିବା ସହିତ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେବାପାଇଁ ସେମାନେ ପରାମର୍ଶ ଦେଇଥିଲେ । ବିଶିଷ୍ଟ ଶିକ୍ଷାବିତ୍ ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ମଦନମୋହନ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଆଂଚଳିକ ଶିକ୍ଷାନିର୍ଦ୍ଦେଶକ ଡ. ସୀତାଂଶୁ କୁମାର ସାମଲ ଯୋଗଦେଇ ବର୍ତମାନ ଶିକ୍ଷା ଜଗତର ପରିବର୍ତିତ ପୃଷ୍ଠ ଭୂମିରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପଯୁକ୍ତ ଶୈକ୍ଷିକ ବାତାବରଣ ସୃଷ୍ଟି କରାଯିବା ଅତ୍ୟନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।

ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଅର୍ଥନୀତି ବିଷାରଦ ଡ. ବଳରାମ ମିଶ୍ର ଯୋଗଦେଇ କହିଥିଲେ ଯେ, ସମୟ ଉପଯୋଗୀ ଶିକ୍ଷା ଦ୍ୱାରା ଦେଶର ଆର୍ଥିକ ଓ ସାମାଜିକ ବିକାଶ ତ୍ୱରାନ୍ୱିତ ହୋଇପାରିବ । ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ହୋଇ ନିଜର ଉତମ ଚରିତ୍ର ଗଠନ କରିପାରିଲେ ସେମାନେ ଜୀବନରେ ସଫଳ ହୋଇପାରିବେ ବୋଲି ବିନାୟକ ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶୁଭଲକ୍ଷ୍ମୀ ପାଢ଼ୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅମୃତ ଦର୍ଶନ ପତ୍ରିକାର ସଂପାଦକ ତଥା ଆଧ୍ୟାତ୍ମିକ ଗୁରୁ ଶ୍ରୀମାନ ସଂଗ୍ରାମ ଆଚାର୍ଯ୍ୟ ସମ୍ମାନୀତ ବକ୍ତାଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଚରିତ୍ର ଗଠନ ପାଇଁ ନୈତିକ ଶିକ୍ଷା ଅତ୍ୟନ୍ତ ଆବଶ୍ୟକ ବୋଲି କହିଥିଲେ । ବିନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ. ଶଶାଂଶୁ ଶେଖର ମହାନ୍ତି ଏବଂ ବିନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭଦ୍ରକର ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ସେମାନଙ୍କୁ ଉତମ ନାଗରିକ ହେବାପାଇଁ ଉତ୍ସାହିତ କରିଥିଲେ ।

କଲେଜର ଅନ୍ୟତମ ନିର୍ଦ୍ଦେଶକ ତଥା ପରିଚାଳନା ସମିତିର ସଂପାଦକ ପ୍ରମୋଦ କୁମାର ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଅଧ୍ୟାପକ ନଚିକେତ ସୁତାର ଅତିଥି ପରିଚୟ ପ୍ରଦାନ କରିଥିଲେ । ଫକୀର ମୋହନ ବିଶ୍ୱ ବିଦ୍ୟାଳୟର ତୃତୀୟ ବାର୍ଷିକ ଡ଼ିଗ୍ରୀ ପରିକ୍ଷା ୨୦୧୮ରେ ଶୀର୍ଷସ୍ଥାନ ଅଧିକାର କରିଥିବା ବିନାୟକ କଲେଜର ଛାତ୍ରୀ ସ୍ୱପ୍ନା ମଲ୍ଲିକ(ଉଦ୍ଭିଦ ବିଜ୍ଞାନ ସମ୍ମାନ) ଏବଂ ଛାତ୍ର ଧର୍ମେନ୍ଦ୍ର ଶେଖର ରାଉତ (କମ୍ପ୍ୟୁଟର ବିଜ୍ଞାନ ସମ୍ମାନ)ଙ୍କୁ ଉତ୍ସବରେ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

ସଂଧ୍ୟାରେ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଂଗାରଂଗ ମନୋରଂଜନ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ସର୍ବଶେଷରେ ତୃତୀୟ ବର୍ଷ ଛାତ୍ରୀ ଫାରା ଜାହାଁ ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଉତ୍ସବକୁ କଲେଜର ଶିକ୍ଷକ ଓ କର୍ମଚାରୀ ଯଥା ଡ. ରମେଶ ପରିଡା, ଡ. ମନମୋହନ ମିଶ୍ର, ଜଗଜୟ ନାୟକ, ଦ୍ୱିତୀକୃଷ୍ଣ ଜେନା, ଏସ.ଚାନ୍ଦ, ନଚିକେତା ସୁତାର, ବିନାୟକ ଧାନି, ଏସ. କଳ୍ପନା, ସୁଶୀଲ ପଣ୍ଡା, ଧୀରେନ୍ଦ୍ର ଲେଙ୍କା, ରାଜେନ୍ଦ୍ର ରାଉତ(ବାବୁ), କୃଷ୍ଣକିଙ୍କର ପାଣି ଓ ସୁରେଶ ରାଉତ ପ୍ରମୁଖ ପରିଚାଳନା ଓ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ